• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସଂସାର ଛାଡିଲେ କି ଅମିର ଖାନ ?

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ବଲିଉଡ୍‌ରେ ଯେତେବେଳେ ସୁପରଷ୍ଟାରଙ୍କ କଥା ଆଲୋଚନା କରାଯାଏ ସେତେବେଳେ ଶାହରୁଖ ଖାନ୍‌, ସଲମାନ ଖାନ୍‌, ‍ଆମିର ଖାନ୍, ଅକ୍ଷୟ କୁମାର ଓ ଅଜୟ ଦେବଗନଙ୍କ ଭଳି ଷ୍ଟାରଙ୍କ ନାଁ ସାମ୍ନାକୁ ଆସିଥାଏ । ଏହି ସୁପରଷ୍ଟାରମାନେ ବିଳାସପୂର୍ଣ୍ଣ ଜୀବନଯାପନ କରନ୍ତି ଏବଂ କୋଟିକୋଟି ଟଙ୍କାର ମାଲିକ ମଧ୍ୟ । କିନ୍ତୁ ଏବେ ଏମାନଙ୍କ ମଧ୍ୟରୁ ଜଣେ ସୁପରଷ୍ଟାରଙ୍କ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଜଣେ ଆଦିମ ପୁରୁଷଙ୍କ ଅବତାରରେ ନଜର ଆସିଛନ୍ତି । ଭାଇରାଲ ଭିଡିଓରେ, ଜଣେ ବ୍ୟକ୍ତି ଜଣେ ଆଦିମ ପୁରୁଷଙ୍କ ପରି ପୋଷାକ ପିନ୍ଧି, ଲମ୍ବା କେଶ ଏବଂ ଲମ୍ବା ଦାଢ଼ି ସହିତ ମୁମ୍ବାଇର ରାସ୍ତାରେ ବୁଲୁଥିବାର ଦେଖାଯାଉଛି । ତାଙ୍କର ଅବସ୍ଥା ଏପରି ଯେ ସେ କିଏ ତାହା ଚିହ୍ନିବା ମଧ୍ୟ କଷ୍ଟକର । ଏହି ବ୍ୟକ୍ତି ଜଣକ ଏକ ବଗିକୁ ଟାଣୁଥିବାର ମଧ୍ୟ ଦେଖିବାକୁ ମିଳୁଛି । ତେବେ ଲୋକମାନେ ତାଙ୍କୁ ଜଣେ ସାଧାରଣ ବ୍ୟକ୍ତି ଭାବି ଅଣଦେଖା କରୁଥିବା ମଧ୍ୟ ଦେଖିବାକୁ ମିଳୁଛି ।କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜଣେ ଆଦିମ ପୁରୁଷ ବେଶରେ ରାସ୍ତାରେ ବୁଲୁଥିବା ଏହି ବ୍ୟକ୍ତି ଜଣକ ଆଉ କେହି ନୁହଁନ୍ତି ବରଂ ବଲିଉଡ୍‌ ସୁପରଷ୍ଟାର ଆମିର ଖାନ । ଏହି ଲୁକ୍ ପାଇଁ ଆମିର ଖାନଙ୍କ ପ୍ରସ୍ତୁତ ହେବାର ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିବା ପରେ ହିଁ ଜଣାପଡ଼ିଲା କି ମୁମ୍ବାଇ ରାସ୍ତାରେ ଆଦିମ ପୁରୁଷ ବେଶରେ ବୁଲୁଥିବା ବ୍ୟକ୍ତିଜଣକ ହେଉଛନ୍ତି ଆମିର ଖାନ୍ ।

Leave a Reply

Your email address will not be published. Required fields are marked *