• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ମାଙ୍କଡ ସହ ହାତା ହାତି ହେଲା କୁନି ପୁଅ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

କି ନିର୍ଦ୍ଦୟ ବାପା-ମା ! ମାଙ୍କଡ଼ ସହ ହାତାହାତି ହେଉଛି କୁନି ପୁଅ; ପରିବାର ଲୋକେ ଦେଖୁଛନ୍ତି

ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ବାପା-ମାଙ୍କ ନିର୍ଦ୍ଦୟ ହୃଦୟ! ଗୋଟେ ଛୋଟ ଛୁଆ ଛାତ ଉପରେ ଆଣ୍ଠେଇ ଆଣ୍ଠେଇ ଯାଉଥିବା ବେଳେ ଏକ ମାଙ୍କଡ ତାକୁ ଆକ୍ରମଣ କରୁଛି। ପରିବାର ଲୋକେ ବସି ଦେଖୁଛନ୍ତି।

ସିଆଲ ମିଡିଆରେ ଏମିତି ଅନେକ ଭିଡିଓ ଭାଇରାଲ ହୁଏ, ଯାହାକୁ ଦେଖିବା ପରେ ଲୋକଙ୍କ ପାଦ ତଳେ ଲାଗେନି। ବିଶେଷ କରି ଆମେ ସେହିସବୁ ଭିଡିଓଗୁଡ଼ିକ ବିଷୟରେ କହୁଛୁ ଯେଉଁଥିରେ ପଶୁମାନେ ଲୋକଙ୍କୁ ଆକ୍ରମଣ କରୁଥିବା ଦେଖାଯାଏ। ତେବେ ପଶୁମାନେ ଲୋକଙ୍କୁ ଆକ୍ରମଣ କରୁଥିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ସାଧାରଣ ହୋଇଗଲାଣି।
ବର୍ତ୍ତମାନ ପଶୁମାନେ ଜଙ୍ଗଲ ଛଡା ରାସ୍ତା ଘାଟକୁ ମଧ୍ୟ ପଳାଇ ଆସୁଛନ୍ତି ଆଉ ଲୋକଙ୍କୁ ଆକ୍ରମଣ ମଧ୍ୟ କରୁଛନ୍ତି। ଅନେକ ସମୟରେ ଗାଁରେ ହାତୀ, ସିଂହ, ବାଘ ଏବଂ ଚିତାବାଘ ଆଦି ପଶି ଆସିବାର ଖବର ଆସେ। ଏଥି ସହିତ, ମାଙ୍କଡମାନେ ମଧ୍ୟ ଘରର ଛାତ ଉପରେ ଆତଙ୍କ କରୁଥିବାର ଦେଖିବାକୁ ମିଳେ।
ତେବେ ପିଲାଟି ଆଣ୍ଠେଇ ଆଣ୍ଠେଇ ଘରର ଛାତ ଉପରେ ବୁଲୁଥିବା ବେଳେ ସେଠାରେ ଥିବା ଏକ ମାଙ୍କଡ ପାଖକୁ ଚାଲିଯାଏ। ସବୁଠାରୁ ବଡ କଥା ହେଲା, ସେଠାରେ ପିଲାଟିର ପରିବାର ଲୋକ ମଧ୍ୟ ଅଛନ୍ତି, କିନ୍ତୁ ସେମାନେ କୌଣସି ପଦକ୍ଷେପ ନେଉ ନାହାନ୍ତି। ଏହି ସମୟରେ ମାଙ୍କଡଟି ପିଲାଟିକୁ ଆକ୍ରମଣ କରେ। ସେ ତା’ର ମୁଣ୍ଡକୁ ଟାଣିଆଣେ ତଳକୁ ମାଡିଦିଏ। ପିଲାଟି ମଧ୍ୟ ଦୁଇ/ଚାରି ଥର ମାରି ନିଜ ଜୀବନ ରକ୍ଷା କରେ ଏବଂ ସେଠାରୁ ପଳାଇଯାଏ। ଏହି ଭାଇରାଲ୍ ଭିଡିଓରେ, ପିଲାଟିକୁ ମାଙ୍କଡ ଠାରୁ ରକ୍ଷା କରିବା ପରିବର୍ତ୍ତେ, ପରିବାର ଲୋକମାନେ ଛାତ ଉପରେ ପଡିଥିବା ଏକ ମ୍ୟାଟ୍ ଉପରେ ବସି ସମଗ୍ର ଘଟଣାକୁ ଆରାମରେ ଦେଖୁଛନ୍ତି। ବର୍ତ୍ତମାନ, ଏହି ଭିଡିଓ ଦେଖିବା ପରେ ଲୋକମାନେ ପିଲାଙ୍କ ପରିବାର ଉପରେ ନିଜ ନିଜ କ୍ରୋଧ ଦେଖାଉଛନ୍ତି।

Leave a Reply

Your email address will not be published. Required fields are marked *