ସ୍ଥାନୀୟ କଦମ ପଡିଆ ରେ ଅନୁଷ୍ଠିତ ହେଉଥିବା ସର୍ବଭାରତୀୟ ଅନୁଗୋଳ କପ କ୍ରିକେଟ ଟୁର୍ନାମେଣ୍ଟ ରେ କଟକ ର ରାଇଜିଙ୍ଗ ଷ୍ଟୁଡେଣ୍ଟ ଦଳ 3 ଉଇକେଟ ରେ ବିଜୟୀ ହୋଇ ଉମା ଶଙ୍କର ମେମୋରିଆଲ ଟ୍ରଫି ସହ ଏକ ଲକ୍ଷ ପୁରସ୍କାର ରାଶି ମୁଖ୍ୟ ଅତିଥି କ୍ରୀଡା ଓ ଯୁବ ବ୍ୟାପାର, ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କ କର କମଳ ରୁ ଗ୍ରହଣ କରିଛି | ଆଜି ସକାଳେ ଫାଇନାଲ ରେ ପହଂଚି ଥିବା ଦୁଇ ଦଳ କଟକ ରାଇଜିଙ୍ଗ ଷ୍ଟୁଡେଣ୍ଟ ଓ ସମ୍ବଲପୁର ର MUCC ଦଳ ମଧ୍ୟରେ ଟସ ପଡି ଥିଲା, ଟସ ଜିତି କଟକ ର ରାଇଜିଙ୍ଗ ଷ୍ଟୁଡେଣ୍ଟ ଦଳ ଅଧିନାୟକ ସୂର୍ଯ୍ୟକାନ୍ତ ପ୍ରଧାନ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇ ଥିଲେ | ପ୍ରଥମେ ବ୍ୟାଟିଂ କରି MUCC ସମ୍ବଲପୁର ଦଳ 19.4 ଓଭର ରେ 10 ଉଇକେଟ ହରାଇ 117 ରନ ସଂଗ୍ରହ କରିଥିଲେ, ଦଳ ପକ୍ଷରୁ ବ୍ୟାଟ୍ସମ୍ୟାନ ଅନିକେତ ସିଂହ 28 ଟି ବଲ ରୁ ଦୁଇଟି ଚୌକା ଓ ଦୁଇଟି ଛକ୍କା ସାହାଯ୍ୟରେ 41 ରନ ସଂଗ୍ରହ କରିଥିଲେ | କଟକ ରାଇଜିଙ୍ଗ ଦଳ ର ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ 4 ଓଭର 17 ରନ ଦେଇ ଏକ ଉଇକେଟ ନେଇ ଥିଲେ ଓ ଓମ ପ୍ରକାଶ 2 ଓଭର ରେ 13 ରନ ଦେଇ 2 ଟି ଉଇକେଟ ନେଇ ଥିଲେ | 118 ରନ ର ବିଜୟ ଲକ୍ଷ ନେଇ ପଡିଆ କୁ ଓଲ୍ହାଇ କଟକ ରାଇଜିଙ୍ଗ ଦଳ 18.1 ଓଭର ରେ 7 ଉଇକେଟ ହରାଇ ନିର୍ଦ୍ଧାରିତ 118 ରନ କରି 3 ଉଇକେଟ ରେ ବିଜୟ ହାସଲ କରି ଥିଲା | ରାଇଜିଙ୍ଗ କଟକ ଦଳ ର ବ୍ୟାଟ୍ସମ୍ୟାନ ଆଦିତ୍ୟ ରାଉତ 37 ବଲ ରେ 3 ଟି ଚୌକା ଓ 3 ଟି ଛକା ସାହାଯ୍ୟରେ 43 ରନ ଓ ବ୍ୟାଟ୍ସମ୍ୟାନ ଆର ଚିନା ରାଜୁ 10 ଟି ବଲ ରେ 3 ଟି ଛକା ସହାୟତାରେ 22 ରନ ସଂଗ୍ରହ କରି ଥିଲେ | ସମ୍ବଲପୁର ଦଳ ର ବୋଲର ଅନିକେତ ସିଂହ 4 ଓଭର ବୋଲିଂ କରି 14 ରନ ରେ 3 ଟି ଉଇକେଟ ହାସଲ କରି ଥିଲେ | ଆଜି ମ୍ୟାଚ ର ଶ୍ରେଷ୍ଠ ଖେଳାଳି ଭାବେ କଟକ ରାଇଜିଙ୍ଗ ଷ୍ଟୁଡେଣ୍ଟ ଦଳ ର ଖେଳାଳି ଆର ଚିନା ରାଜୁ ଙ୍କୁ ଅନ୍ତର୍ଜାତୀୟ ଖେଳାଳି ଦେବାଶିଷ ମହାନ୍ତି ପୁରସ୍କୃତ କରି ଥିଲେ |
ଟୁର୍ନାମେଣ୍ଟ ର ଶ୍ରେଷ୍ଠ ଖେଳାଳି ଭାବେ କଟକ ଦଳ ର ସୂର୍ଯ୍ୟକାନ୍ତ ପ୍ରଧାନ ଙ୍କୁ ପ୍ରଦାନ କରାଯାଇ ଥିଲା | ଚାମ୍ପିୟନ ଟିମ କୁ ଟ୍ରଫି ସହ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଇ ଥିଲା ଓ ରନର୍ସ ଅପ ଟିମ ସମ୍ବଲପୁର ର MUCC ଦଳ କୁ ପୂର୍ବତନ କ୍ରିକେଟ ଖେଳାଳି ଦେବାଶିଷ ମହାନ୍ତି ଟ୍ରଫି ସହ 75000 ଟଙ୍କା ପ୍ରଦାନ କରି ଥିଲେ |
ଆଜି ର ଫାଇନାଲ ମ୍ୟାଚ କୁ OCA ର ଅମ୍ପାୟାର ଆଶୁତୋଷ ପାଣି ଓ ମହେଶ ମୁନସୀ ଖେଳ ପରିଚାଳନା କରି ଥିଲେ | ସ୍କୋରର ନିକ୍ସନ ସାହୁ ଓ ସୂର୍ଯ୍ୟ ରାଉତ କରି ଥିଲେ | ଅନଗୁଳ ଜିଲ୍ଲା କ୍ରିକେଟ ଆଶ୍ସୋସିଏସନ ର ସଭାପତି ଶ୍ରୀଯୁକ୍ତ ପ୍ରତାପ ପ୍ରଧାନ ଓ ସମ୍ପାଦକ ସାଗରନାଥ ମିଶ୍ର ଙ୍କ ତତ୍ୱାବଧାନ ରେ ଟୁର୍ନାମେଣ୍ଟ ର ସମସ୍ତ ମ୍ୟାଚ ଅନୁଷ୍ଠିତ ହୋଇ ଥିଲା |