• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

କୁଆଡେ ଗଲା ମାଘ ଶୀତ ?

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

କଥାରେ ଅଛି କୁଆଡେ ମାଘ ମାସରେ ବାଘ ଭଳି ଶୀତ ଅନୁଭୂତ ହୋଇଥାଏ । ଏହି ସମୟରେ ଶୀତର ପ୍ର‌କୋପ ଆସ୍ତେ ଆସ୍ତେ କମିବା ସହ ବସନ୍ତ ଆରମ୍ଭ ହୁଏ। ପାଗ ସାଧାରଣତଃ ଶୁଖିଲା ଓ ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିଥାଏ। ଦିନର ସର୍ବାଧିକ ତାପମାତ୍ରା ୨୫ରୁ ୩୦ ଡିଗ୍ରି ଓ ରାତିର ତାପମାତ୍ରା ୧୮ରୁ ୨୨ ଡିଗ୍ରି ଭିତରେ ରହିବା କଥା। ଦିନର ଆପେକ୍ଷିକ ଆର୍ଦ୍ରତା ତୁଳନାତ୍ମକ ଭାବରେ କମ୍‌ ରହିବା ଯୋଗୁ ବୁଲାବୁଲି ପାଇଁ ଏହି ସମୟ ଉତ୍କୃଷ୍ଟ ବୋଲି ଧରାଯାଇଥାଏ। ତେବେ କିଛି ବର୍ଷ ହେଲା ଭୁବନେଶ୍ବର ସମେତ ରାଜ୍ୟର ଅଧିକାଂଶ ସହରରେ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି। ମାଘ ମାସରେ ହିଁ ବୈଶାଖର ଖରା ଅନୁଭୂତ ହେଉଛି। ତାପମାତ୍ରା ୪୦ ଡିଗ୍ରି ମୁହାଁ ହେଉଛି। ଫେବୃଆ‌ରୀ ଆରମ୍ଭରୁ ଦିନ ତାପମାତ୍ର‌ା‌ ରେକର୍ଡ ଭାଙ୍ଗୁଛି। ମାର୍ଚ୍ଚ, ଏପ୍ରିଲ, ମେ’ ଓ ଜୁନ୍‌ ମାସ ବେଳକୁ ସ୍ଥିତି ଆହୁରି ବିଗିଡ଼ି ଯାଉଛି। ବିଗତ ବର୍ଷଗୁଡ଼ିକ ଭଳି ଏଥର ମଧ୍ୟ ତାପମାତ୍ରା ସବୁ ରେକର୍ଡ ଭାଙ୍ଗିବ ବୋଲି ପାଣିପାଗ ବିଜ୍ଞାନିମାନେ ଆକଳନ କଲେଣି।ସେମାନଙ୍କ କହିବା କଥା ହେଉଛି ଯେ ନିର୍ମଳ ଆକାଶ, ବାୟୁମଣ୍ଡଳରେ କମ୍‌ ଆର୍ଦ୍ରତା, ସୂର୍ଯ୍ୟକିରଣ ସିଧାସଳଖ ଦେହରେ ପଡ଼ିବା ରାଜଧାନୀରେ ତାତି ବଢ଼ିବାର ପ୍ରମୁଖ କାରଣ। ଏଥିସହ ଭୁବନେଶ୍ବରରେ ଆର୍ଦ୍ରଭୂମି ହ୍ରାସ, ଦ୍ରୁତ ସହରିକରଣ ଯୋଗୁଁ ତାପମାତ୍ରା ଯେତିକି ବଢ଼ୁଛି ତା’ଠାରୁ ଅଧିକ ଅନୁଭୂତ ହେଉଛି। ସହରକୁ ଥଣ୍ଡା ରଖୁଥିବା ପୋଖରୀ, ଜଳାଶୟଗୁଡ଼ିକୁ ଧୀରେ ଧୀରେ ପୋତି ଦିଆଯାଉଛି। ଯେଉଁଠି ଦିନେ ପ୍ରାକୃତିକ ଜଳାଶୟ ରହିଥିଲା ସେଠାରେ ଏବେ ବିଶାଳ କୋଠା ଛିଡ଼ା ହୋଇଛି। ତାପମାତ୍ରା ବଢ଼ୁଥିବାରୁ ଲୋକେ ଶୀତତାପ ନିୟନ୍ତ୍ରିତ କୋଠରୀ ତଥା ଏସି ରୁମ୍‌ ବ୍ୟବହାର କରିବାକୁ ଉଚିତ୍‌ ମଣୁଛନ୍ତି। ଗୋଟିଏ ଗୋଟିଏ ପରିବାରରେ ଏକାଧିକ ଏସି ବ୍ୟବହୃତ ହେଉଥିବାରୁ ତାହାର ପ୍ରଭାବ ବାୟୁମଣ୍ଡଳ ଉପରେ ପଡ଼ିବା ସହ ଅସହ୍ୟ ତାତି ଅନୁଭୂତ ହେଉଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୭ ଦିନ ମଧ୍ୟରେ ସହରର ତାପମାତ୍ରା ବଢ଼ିବ ପଛେ କମିବ ନାହିଁ। ସୋମବାର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଡେଇଁଯାଇପାରେ ଏବଂ ସପ୍ତାହକ ଯାଏ ୩୫ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିବ। ଆକାଶ ମୁଖ୍ୟତଃ ମେଘମୁକ୍ତ ରହିବ। ସର୍ବନିମ୍ନ ତାପମାତ୍ରା ମଧ୍ୟ ଆହୁରି ବଢ଼ିବ। ୩ ତାରିଖରେ ସର୍ବନିମ୍ନ ତାପମାତ୍ରା ୨୨ ଡିଗ୍ରି ରହିବାକୁ ଥିବା ୮ ତାରିଖ ବେଳକୁ ତାହା ୨୫ ଡିଗ୍ରିରେ ପହଞ୍ଚିବ। ଜାନୁଆରି ୨୮ରେ ସହରର ସର୍ବା‌ଧିକ ତାପମାତ୍ରା ୨୯ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରି ରହିଥିଲା। ୨୯ ତାରିଖରେ ଏହା ବୃଦ୍ଧି ପାଇ ୩୧ ଡିଗ୍ରି ହୋଇଥିଲା। ଆଜି ତାହା ୩୪.୯ ଡିଗ୍ରିରେ ପହଞ୍ଚିଛି। ଅର୍ଥାତ୍‌ ମାତ୍ର ୫ ଦିନରେ ସହରର ତାପମାତ୍ରା ୬ ଡିଗ୍ରି ବୃଦ୍ଧି ପାଇଛି । ଫେବୃଆରି ଆରମ୍ଭରୁ ଏଭଳି ଅସ୍ବାଭାବିକ ତାପମାତ୍ରା ହୋଇଥିବାରୁ ଗ୍ରୀଷ୍ମ ବେଳକୁ ତାହା ସବୁ ସୀମା ଟପିଯିବା ନେଇ ଆଶଙ୍କା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *