ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ମୁଖ୍ୟଙ୍କ ବିବାଦୀୟ ମନ୍ତବ୍ୟ କୁ କେନ୍ଦ୍ରକରି ଛାତ୍ର କଂଗ୍ରେସ ତରଫରୁ ସାମ୍ବିଧାନିକ ପଦ୍ଧତିରେ ଗତ ୩୦ ତାରିଖ ରେ ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ଙ୍କ ନେତୃତ୍ୱ ରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏହା କୁ ବିରୋଧ କରି ମଙ୍ଗଳବାର ଅନୁଗୋଳ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରାଯାଇଛି। ସମ୍ବିଧାନ ଓ ଜାତୀୟ ପତାକା ବିରୋଧୀ RSS କୁ ବ୍ୟାନ କରିବା ସହ ତୁରନ୍ତ ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ଉଦିତ ପ୍ରଧାନ ଓ ଅନ୍ୟ ମାନଙ୍କୁ ହଜତ ରୁ ମୁକ୍ତ କରା ନଗଲେ ଦେଶ ରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହବ । ଅନୁଗୁଳ ଗସ୍ତ ରେ ଆସୁଥିବା ଉଭୟ ରାଜ୍ୟ ଓ ରାଷ୍ଟ୍ର ନେତୃ ବୃନ୍ଦ ଙ୍କୁ ଛାତ୍ର କଂଗ୍ରେସ ର ଆକ୍ରୋଶ ଓ ବିରୋଧ ର ସମ୍ମୁଖୀନ ହବା କୁ ପଡିବ, ଏଥିପାଇଁ ଉଭୟ ରାଜ୍ୟ ସରକାର ଓ ପୋଲିସ ବିଭାଗ ଦାୟୀ ରହିବେ ବୋଲି ଛାତ୍ର କଂଗ୍ରେସ ତରଫ ରୁ କୁହାଯାଇଛି। ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ସାହୁ ଙ୍କ ନେତୃତ୍ୱରେ ଛାତ୍ର ନେତା ମାନସ ବିଶ୍ୱାଳ, ବିଭୁତି ଭୂଷଣ ଦେହୁରୀ, ଦେବାଶିଷ ଦେହୁରୀ,ସୁରଜ ପରିଡ଼ା, ଦେଶରାଜ ପ୍ରଧାନ, ଯୁବ ନେତା ସୁଜିତ ଦେହୁରୀ, ସନ୍ତୋଷ ଦେହୁରୀ, ସଂଗ୍ରାମ ବେହେରା ଙ୍କ ସହ ବହୁ ଛାତ୍ର ଉପସ୍ଥିତ ଥିଲେ ।