ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏକ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ଯୋଗଦେଇ ପୁରୁଣା କୋର୍ଟ ପରିସରରେ ଦିଲୀପ ରାଉତରାଏ ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମରେ ଅବସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ମଧୁବାବୁ ବାବୁ କେବଳ ଜଣେ ବିଶିଷ୍ଟ ଓ ବିଜ୍ଞ ତତ୍କାଳୀନ ଆଇନଜ୍ଞ ଥିଲେ ତାହାନୁହେଁ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଭୂମିକା ଅନ୍ୟ ତମ ଥିଲା, ଓଡ଼ିଶାର ସାମଜିକ, ଅର୍ଥନୈତିକ, ରାଜନୈତିକ ଅବସ୍ଥାକୁ ପ୍ରଗତିଶୀଳ କରାଇବାରେ ତାଙ୍କର ଅତୁଳନୀୟ । ତାଙ୍କର ଆଦର୍ଶ, ଅବଦାନ ଯଥାର୍ଥରେ ତାଙ୍କୁ ଉତ୍କଳ ର ଗୌରବ ଆଖ୍ୟା ପ୍ରଦାନକୁ ପ୍ରମାଣିତ କରିଛି ବିଷୟ ଆଜିର ଉତ୍ତରପିଢ଼ିଙ୍କୁ ଅବଗତ କରାଇବା ଆମର ଦାୟୀତ୍ଵ ବୋଲି ଜିଲ୍ଲାପାଳ ତାଙ୍କ ବକ୍ତବ୍ୟ ରେ କହିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଏହି ଦିବସରେ ଅନ୍ତତଃ ଗୋଟିଏ ପିରିଅଡ୍ ଜିଲ୍ଲାର ସମସ୍ତ ସ୍କୁଲରେ ପିଲାମାନଙ୍କ ପାଇଁ ମଧୁବାବୁଙ୍କ ବିଷୟରେ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଇବା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଜରିଆରେ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଜିଲ୍ଲା ସଂସ୍କୃତି ଅଧୁକାରୀ ତନୁଜା ସିର୍କାଙ୍କ ସଂଯୋଜନାରେ ଆୟୋଜିତ ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଭଦ୍ରକ ପୌରପାଳିକା ନିର୍ବାହୀ ଅଧିକାରୀ ତାପସ କୁମାର ସାମଲ, ତ୍ୟାଗଭୂମିର ସଭାପତି ତଥା ସମାଜ ସେବୀ ଅଜୟ ନାୟକ, ସାହିତ୍ୟିକା, ଶିକ୍ଷାବିତ ଝରଣା ପଟ୍ଟନାୟକ, ରାଧାରାଣୀ ମହାପାତ୍ର, ବରିଷ୍ଠ ନାଗରିକ ମହାସଂଘର ସଭାପତି ଲଲାଟେନ୍ଦୁ ମହାପାତ୍ର, ଓକିଲ ସଂଘର ସମ୍ପାଦକ ସୂର୍ଯ୍ୟକାନ୍ତ କୁଅଁର ଓ ଅନ୍ୟ ଆଇନଜୀବିଙ୍କ୍ ସହ ଲକ୍ଷ୍ମୀକାନ୍ତ ବାରିକ, ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ତ୍ରିଲୋଚନ ପଣ୍ଡା ପ୍ରମୁଖଙ୍କ ସହ ଜିଲ୍ଲାସ୍କୁଲର ପିଲାମାନେ ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ସାମିଲ ଥିଲେ ।