• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସୋନିଆ_ଗାନ୍ଧୀ_ବିରୁଦ୍ଧରେ_ବାଲିଗୁଡ଼ା_ବିଜେପିର_ରଣ_ହୁଙ୍କାର

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ବଜେଟ୍ ଅଧିବେଶନ ସମୟରେ ମହାମହିମ ରାଷ୍ଟ୍ରପତି ଦ୍ରପୌଦୀ ମୁର୍ମୁଙ୍କୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଅପମାନ ଜନକ ମନ୍ତବ୍ୟକୁ ଘୋର ବିରୋଧ କରି ବିଜେପି ଦେଶବ୍ୟାପୀ ପ୍ରତିବାଦ କରୁଥିବା ବେଳେ, ଆଜି ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ବରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବାଲିଗୁଡ଼ା ଗାନ୍ଧୀ ଛକଠାରେ ବିଜେପି ପକ୍ଷରୁ ପ୍ରତିବାଦ ସଭା କରିବା ସହ ସୋନିଆ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଚେଷ୍ଟାରେ ଓଡ଼ିଶା ମାଟିର ଜଣେ ଆଦିବାସୀ ମହିଳା ଭାରତର ରାଷ୍ଟ୍ରପତି ହୋଇଛନ୍ତି, ଏଥିପାଇଁ ଓଡ଼ିଶାବାସୀ ଗର୍ବିତ । କିନ୍ତୁ ସଂସଦରେ ୨୦୨୫-୨୬ ପାଇଁ ବଜେଟ୍ ଅଧିବେଶନ ସମୟରେ କଂଗ୍ରେସର ନେତ୍ରୀ ସୋନିଆ ଗାନ୍ଧି ମହାମହିମ ରାଷ୍ଟ୍ରପତିଙ୍କ ପ୍ରତି ଯେଉଁଭଳି ଅପମାନ ଜନକ ମନ୍ତବ୍ୟ ଦେଇଛନ୍ତି ତାହାକୁ ବିଜେପି ଘୋର ନିନ୍ଦା କରୁଛି । ଏହାକୁ କେବେହେଲେ ବରଦାସ୍ତ କରାଯିବ ନାହିଁ । ସୋନିଆ ଓ ରାହୁଲ ମହାମହିମ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିବା ସହ ଦେଶବାସୀଙ୍କ ନିକଟରେ କ୍ଷମାପ୍ରାର୍ଥନା କରନ୍ତୁ ବୋଲି କହିଛନ୍ତି କନ୍ଧମାଳ ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁ । ଏହି ପ୍ରତିବାଦ ସଭାରେ ନଗର ସାଂସଦ ପ୍ରତିନିଧୀ ଆଦିକନ୍ଦ ପଟ୍ଟନାୟକ ସଭା ପରିଚାଳନା କରିଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମଚରଣ ଦାସଙ୍କ ସମେତ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକ୍ ବାଲିଗୁଡ଼ା,କ.ନୁଆଗାଁ, ତୁମୁଡ଼ିବନ୍ଧ ଓ କୋଟଗଡ଼ ସମସ୍ତ ନେତୃବୃନ୍ଦଙ୍କ ସହ ଶତାଧିକ ସକ୍ରିୟ କର୍ମୀ ସାମିଲ୍ ହୋଇଥିଲେ ।

Leave a Reply

Your email address will not be published. Required fields are marked *