ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ଓଡ଼ିଶା ସରକାର ଙ୍କ ଆନୁକୁଲ୍ୟ ରେ ଜିଲ୍ଲା ପ୍ରଶାସନ ଭଦ୍ରକ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଙ୍କ ମିଳିତ ଉଦ୍ୟମରେ ପ୍ରବାସୀ ଶ୍ରମିକ, ଅଣ ସଂଗଠିତ ଶ୍ରମିକ, ନିର୍ମାଣ ଶ୍ରମିକ ମାନଙ୍କ ସଚେତନତା ଏବଂ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଏକ ସଚେତନତା ରଥ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରୁ ଭଦ୍ରକ ଜିଲ୍ଲା ର ବିଭିନ୍ନ ବ୍ଲକ୍ ଏବଂ ପୌର ଅଞ୍ଚଳ ମାନଙ୍କୁ ପ୍ରେରଣ ନିମନ୍ତେ ଶୁଭାରମ୍ଭ କରାଗଲା। ଏହି ସଚେତନତା କାର୍ଯ୍ୟକ୍ରମ ମାସ ବ୍ୟାପି ଚାଲୁ ରହିବ। ଉକ୍ତ କାର୍ଯ୍ୟକ୍ରମ କୁ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତ୍ ରାଏ,ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ମୂଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ,ପ୍ରଭଗୀୟ ଶ୍ରମ ଆୟୁକ୍ତ, ସଚ୍ଚିଦାନନ୍ଦ ଜେନା,ଜିଲ୍ଲା ଶ୍ରମ ଅଧିକାରୀ, ପ୍ରେମ ମଞ୍ଜରୀ ନାୟକ ସହକାରୀ ଶ୍ରମ ରତ୍ନାକର ମଲ୍ଲିକ ଅଧିକାରୀ ,ଜିଲ୍ଲା ଶିଶୁ ଅଧିକାରୀ ଅବିନାଶ ମହାନ୍ତି, ଏବଂ ଅନ୍ୟ ଅଧିକାରୀ ଙ୍କ ଉପସ୍ଥିତି ରେ ଉଦ୍ଘାଟନ କରାଗଲା।