• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଓଡିଶା_ଆସିଲେ_ଖେଳାଲି

{"remix_data":[],"remix_entry_point":"challenges","source_tags":["default"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"addons":1,"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଆସନ୍ତା ୯ ତାରିଖ ରବିବାର ଦିନ କଟକ ବାରବାଟୀ ଷ୍ଟାଣ୍ଡିୟମରେ ଭାରତ ଇଂଲଣ୍ଡ ମ୍ୟାଚ ଖେଳାଯିବ। ସେଥିପାଇଁ ଭୁବନେଶ୍ବରରେ ପହଞ୍ଚିବେ ଉଭୟ ଦଳ। ସେଥିପାଇଁ ଭୁବନେଶ୍ବର ବିମାନ ବନ୍ଦରରୁ ମେ ଫାୟାର ପର‌୍ୟ୍ୟନ୍ତ ସୁରକ୍ଷା କଡାକଡି କରାଯାଇଛି।ମୁଖ୍ୟତଃ ହୋଟେଲ ସମ୍ମୁଖ, ବିମାନ ବନ୍ଦର ଏବଂ ଭୁବନେଶ୍ବର କଟକ ରାସ୍ତା ସାରା ସୁରକ୍ଷା ବ୍ୟବସ୍ଥା କରାଯାଇଛି।କେତେକ ସ୍ଥାନରେ ବ୍ୟାରିକେଟ କରାଯାଇଛି। ଖେଳାଳୀମାନେ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ତାଙ୍କୁ କଡା ସୁରକ୍ଷା ମଧ୍ୟରେ ହୋଟେଲ ନିଆଯିବ। ବିମାନ ବନ୍ଦରରେ ସେମାନଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ରହିବାର ସମ୍ଭାବନା ରହିଛି।ଖେଳାଳୀମାନେ ୭ ତାରିଖରେ ଭୁବନେଶ୍ବରରେ ପହଞ୍ଚିବା ପରେ ୮ ତାରିଖରେ ସେମାନେ ବାରବାଟୀ ଷ୍ଟାଣ୍ଡିୟମ ଅଭ୍ୟାସ ପାଇଁ ଯିବେ। ଏହାପରେ ୯ ତାରିଖରେ ଖେଳ ହେବ ଏବଂ ସମସ୍ତ ଖେଳାଳୀ ୧୦ ତାରିଖରେ ଭୁବନେଶ୍ବର ଛାଡିବେ। ଖେଳାଳୀଙ୍କ ସୁରକ୍ଷା ପାଇଁ ୨୦୦ ପୋଲିସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ।

Leave a Reply

Your email address will not be published. Required fields are marked *