ଭଦ୍ରକ ଆଖଣ୍ଡଳମଣି ମୁଖ୍ୟ ରାସ୍ତା ର ଅର୍ଣ୍ଣପାଳ, ଆନନ୍ଦବଜାର ଠାରେ ଅବସ୍ଥିତ ମା ମହାଲକ୍ଷ୍ମୀ ମନ୍ଦିରର ବାରତମ ବାର୍ଷିକ ଉତ୍ସବ ପ୍ରତିବର୍ଷ ପରି ଏବର୍ଷ ବହୁ ଆଡ଼ମ୍ବର ସହକାରେ ପାଳିତ ହେଉଅଛି, ଏହି ଉତ୍ସବର ପ୍ରଥମ ଦିବସ ଗୁରୁବାର ଅଙ୍କୁରାରୋପଣ ଦ୍ୱିତୀୟ ଦିବସରେ କଳସ ଯାତ୍ରା, ବିଶ୍ୱ ଶାନ୍ତି ନିମନ୍ତେ ମହାଯଜ୍ଞ ଅନୁଷ୍ଠିତ ହେବ, ଶେଷ ଦିବସରେ ପୂର୍ଣାହୁତି ଏବଂ ପ୍ରସାଦ ସେବନ ର ବ୍ୟବସ୍ଥା ମଧ୍ୟ କରାଯାଇଛି,ଦୀର୍ଘ ତିନିଦିନ ଧରି ଆୟୋଜିତ ଏହି ଭବ୍ୟ ଉତ୍ସବରେ ଆଖପାଖ ଅଞ୍ଚଳରୁ ହଜାର ହଜାର ଭକ୍ତ ଯୋଗ ଦେଇ ନିଜକୁ ମା ଙ୍କ ପାଖରେ ସମର୍ପଣ କରିଦେଇଛନ୍ତି ,ଭଦ୍ରକ ଜିଲ୍ଲା ପ୍ରଶାସନ ଏହି ଉତ୍ସବରେ ମନ୍ଦିର କମିଟି କୁ ସମ୍ପୂର୍ଣ୍ଣ ସହଯୋଗ ମଧ୍ୟ କରିଅଛନ୍ତି.