|| ଗାଁ ଗହଳିରେ ବସବାସ କରୁଥିବା ଝିଅ ବୋହୂ ମାନଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ ନେଇ ଏକପାଦ ଆଗେରେ ଏବେ ଖିଦମତ୍ ଫାଉଣ୍ଡେସନ ଜାହାର ମୁଖ୍ୟ କାର୍ଯ୍ୟଳୟ ସୁଦୂର ହାଇଦ୍ରାବାଦ୍ ଠାରେ ଅବସ୍ଥିତ। ଏହି ସଂସ୍ଥା ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ତାର ସଂସ୍ଥା ଖୋଲିବା ସହ ଗାଁ ଗହଳିରେ ବସ ବାସ କରୁଥିବା ମହିଳା ଓ ଅବିବାହିତ ଝିଅ ମାନଙ୍କୁ ମାଗଣାରେ ଟେଲରିଙ୍ଗ ମେଶିନ୍ ଚଲାଇବାର ଶିକ୍ଷା ପ୍ରଦାନ କରିବା ସହ ପ୍ରସିକ୍ଷଣରେ କୃତକାର୍ଯ୍ୟ ହେଉଥିବା ଝିଅ ବୋହୂ ମାନଙ୍କୁ ପ୍ରମାଣ ପତ୍ର ଓ ଯେଉଁମାନେ ଟେଲର ମେସିନ୍ କିଣିବାକୁ ଅଯୋଗ୍ୟ ସେମାନଙ୍କୁ ମାଗଣାରେ ଟେଲର୍ ମେସିନ୍ ଯୋଗାଇ ଦେଉଛି। ତେବେ ଆଜି ଏହି ସଂସ୍ଥାର ରାଜ୍ୟ କାର୍ଯ୍ୟକାରି ସଦସ୍ୟ ମିର୍ ସୁଲତାନ୍ ଅଲ୍ଲିଙ୍କ ଅଧ୍ୟକ୍ଷତାରେ ସୁଦୂର ହାଇଦ୍ରାବାଦର ଖିଦମତ୍ ଫାଉଣ୍ଡେସନର ମୁଖ୍ୟ ମୁକ୍ତାର୍ ମହବ୍ବଦ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂସ୍ଥ ପକ୍ଷରୁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନଗସପୁର ଗ୍ରାମପଞ୍ଚାୟତ ବ୍ରହ୍ମପୁରର ମୁସଲିମ୍ ଆମ୍ମାନ୍ କ୍ଲବ୍ ଠାରେ ପୂର୍ବରୁ ୬ମାସିଆ ପ୍ରସିକ୍ଷଣ ନେଇଥିବା ପ୍ରାୟ ୭୦ରୁ ଉର୍ଦ୍ଧ୍ବ ମହିଳା ମାନଙ୍କୁ ପ୍ରମାଣ ପତ୍ର ସହିତ ୬ଜଣଙ୍କୁ ଟେଲର୍ ମେସିନ୍ ପ୍ରଦାନ କରିଥିଲେ। ଏହା ସହିତ ଉପସ୍ଥିତ ମହିଳା ମାନଙ୍କ ଆର୍ଥିକ ସ୍ଵତ୍ସତାକୁ ଆହୁରି ଦୃଢିଭୁତ କରିବାକୁ ଲକ୍ଷ୍ୟନେଇ ଆଗାମୀ ଦିନରେ ଏକ ଧୂପକାଠୀ ତିଆରି ମେସିନ୍ ଯୋଗାଇ ଦେବା ସହିତ ଆଗାମୀ ଦିନରେ ମାଗଣାରେ ଏହିଭଳି ଭାବେ ଟେଲରିଙ୍ଗ ପ୍ରସିକ୍ଷଣ ସେବା ଜାରୀ ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମିର୍ ରେଜୁଆନ୍ ଅଲ୍ଲୀ, ମିର୍ ଉସ୍ମାନ ଅଲ୍ଲୀ, ଶେଖ୍ ନଇମ୍ ଖାନ୍, ସ୍ଥାନୀୟ ସମିତି ସଭ୍ୟ ଦେବେନ୍ଦ୍ରନାଥ ବେହେରା, ଯୁବନେତା ଆନନ୍ଦ ଦାସ ପ୍ରମୁଖ ଯୋଗ ଦେଇଥିଲେ ||