• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଓସିଏକୁ ସ୍ପଷ୍ଟୀକରଣ ମାଗିଲେ ରାଜ୍ୟ ସରକାର

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"remove":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ବାରବାଟୀ ଦିନିକିଆରେ ଫ୍ଲଡ ଲାଇଟ ବନ୍ଦ ହେବା ଘଟଣା ।
ଓସିଏକୁ ସ୍ପଷ୍ଟୀକରଣ ମାଗିଲେ ରାଜ୍ୟ ସରକାର ।
ତଦନ୍ତ ନିର୍ଦେଶ ଦେଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।
ପରିଚାଳନା ଦାୟିତ୍ବରେ ଥିବା ସମସ୍ତେ ହେବ ପକ୍ଷଭୁକ୍ତ ।
ଯାନ୍ତ୍ରିକ ତ୍ରୁଟି କାହିଁକି ହେଲା ତଦନ୍ତ ହେବ କହିଲେ ମନ୍ତ୍ରୀ ।

ବାରବାଟୀ ଷ୍ଟାଡିଅମରେ ଫ୍ଲଡ ଲାଇଟ ବନ୍ଦ ହେବା ଘଟଣାରେ ଓସିଏକୁ ସ୍ପଷ୍ଟୀକରଣ ମାଗିଲେ ରାଜ୍ୟ ସରକାର । କାହିଁକି ଓ କେଉଁ ପରିସ୍ଥିତିରେ ଲାଇଟ୍‌ ବନ୍ଦ ହେଲା ସେନେଇ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ପରିଚାଳନା ଦାୟିତ୍ବରେ ଥିବା ସମସ୍ତେ ପକ୍ଷଭୁକ୍ତ ହେବେ । ଯାନ୍ତ୍ରିକ ତ୍ରୁଟି କାହିଁକି ହେଲା ସେନେଇ ତଦନ୍ତ ହେବ ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଗତକାଲି ମ୍ୟାଚ ମଝିରେ ବନ୍ଦ ହୋଇଯାଇଥିଲା ଗୋଟିଏ ଫ୍ଲଡ୍‌ ଲାଇଟ୍‌ । ଫଳରେ କିଛି ସମୟ ପାଇଁ ବନ୍ଦ ହୋଇଯଆଇଥିଲା ମ୍ୟାଚ । ମ୍ୟାଚର ଦ୍ବିତୀୟ ଇନିଂସରେ ଭାରତ ବ୍ୟାଟିଂ ବେଳେ ଘଟିଥିଲା ଏମିତି ଅଘଟଣ । ମ୍ୟାଚର ଷଷ୍ଠ ଓଭରରେ ଦେଖିବାକୁ ମିଳିଥିଲା ଏହି ସମସ୍ୟା । ପ୍ରଥମେ ଫ୍ଲଡ ଲାଇଟ୍‌ର ଗୋଟିଏ ପୋଲ୍‌ର କିଛି ଲାଇଟ୍‌ ବନ୍ଦ ହୋଇଯାଇଥିଲା । ଏହାପରେ ପୂରା ଲାଇଟ୍‌ ବନ୍ଦ ହୋଇଯାଇଥିଲା। ଫଳରେ ସପ୍ତମ ଓଭରର ଗୋଟିଏ ବଲ୍‌ ପରେ ମ୍ୟାଚ ବନ୍ଦ ହୋଇଥିଲା । ମ୍ୟାଚ ମଝିରେ ଫ୍ଲଡ ଲାଇଟ୍‌ ବନ୍ଦକୁ ନେଇ କ୍ରିଜେରେ ଅଧିନାୟକ ରୋହିତ ଶର୍ମା ମଧ୍ୟ ବିରକ୍ତି ପ୍ରକାଶ କରିଥିବା ଦେଖିବାକୁ ମିଳିଥଲା ।
ବାରବାଟୀରେ ଦୀର୍ଘ ବର୍ଷ ପରେ ମ୍ୟାଚ ହେଉଥିବା ବେଳେ ମ୍ୟାଚରେ ଫ୍ଲଡ ଲାଇଟ ସମସ୍ୟାକୁ ନେଇ ଏବେ ଉଠିଛି ପ୍ରଶ୍ନ । ଦୀର୍ଘ ଦିନ ଆଗରୁ ମ୍ୟାଚ ନେଇ ପ୍ଲାନିଂ ହୋଇଥିବା ବେଳେ କିଭଳି ମ୍ୟାଚ ମଝିରେ ଫ୍ଲଡ ଲାଇଟ୍‌ ବନ୍ଦ ହେଲା ତାକୁ ନେଇ ପ୍ରଶ୍ନ ଉଠିଛି । ପ୍ରାୟ ୨୦ ମିନିଟ ଧରି ମ୍ୟାଚ ବନ୍ଦ ରହିବା ପରେ ଫ୍ଲଡ ଲାଇଟ ସମସ୍ୟା ଦୂର ହୋଇଥିଲା। ସମସ୍ତ ଫ୍ଲଡ ଲାଇଟ ଲାଗିବା ପରେ ପୁଣି ଆରମ୍ଭ ହୋଇଥିଲା। ପୂର୍ବରୁ ମଧ୍ୟ ବିବାଦ ଘେରକୁ ଆସିଛି ବାରବାଟୀ ଷ୍ଟାଡିୟମ । ମ୍ୟାଚରେ ଖେଳାଳିଙ୍କ ଉପରକୁ ବୋତଲ ଫୋପଡ଼ା ଯାଇଥିଲା । ଯାହାକୁ ନେଇ ପ୍ରାୟ ଦୁଇ ବର୍ଷ ଯାଏଁ ବାରବାଟୀରେ ମ୍ୟାଚ ହୋଇପାରି ନଥିଲା । ଏବେ ଫ୍ଲଡ ଲାଇଟ୍‌କୁ ନେଇ ପୁଣି ବିବାଦ ଘେରକୁ ଆସିଛି ବାରବାଟୀ…

Leave a Reply

Your email address will not be published. Required fields are marked *