• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ବିଶିପଦା 1995 ମେଟ୍ରିକ ବ୍ୟାଚ ର ବନ୍ଧୁମିଳନ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଦୁନିଆରେ ଯେତେ ସମ୍ପର୍କ ଅଛି ସବୁଠୁ ଶ୍ରେଷ୍ଠ ସମ୍ପର୍କ ହେଉଛି ବନ୍ଧୁତା,ଆଉ ଯେଉଁଥି ପାଇଁ ପ୍ରଭୁ ଶ୍ରୀ କୃଷ୍ଣ ଶ୍ରେଷ୍ଠ ବନ୍ଧୁ ହିସାବରେ ଖୁଦ ଭଜାଖିଆ ସୁଦାମା କୁ ଚୟନ କରିଥିଲେ,କଳି ଯୁଗରେ ଏହି ସମ୍ପର୍କ କୁ ନେଇ ଯେବେ ପ୍ରଶ୍ନବାଚୀ ସୁଷ୍ଟି ହୋଇଛି,ଠିକ ଏହି ସମୟରେ ବନ୍ଧୁତା କୁ ବଜାୟ ରଖିବା ପାଇଁ ସହୀଦ ସ୍ମୁତି ନୋଡାଲ ବିଦ୍ୟାପୀଠ, ବିଶିପଦା 1995 ମେଟ୍ରିକ ବ୍ୟାଚ ଛାତ୍ର ଛାତ୍ରୀ ମାନେ ସୁଷ୍ଟି କରିଛନ୍ତି ଏକ ନିଆରା ଉଦାହରଣ,ବୋରିକ ମେଲଣ ପଡିଆ କୋରକରା ଠାରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ୍ୟ ଆୟୋଜନ କରିଛନ୍ତି ବନ୍ଧୁମିଳନ,ଏହି ବନ୍ଧୁମିଳନ କାଯ୍ୟକ୍ରମରେ 1995 ବ୍ୟାଚ ର ସମସ୍ତ ଛାତ୍ର ଛାତ୍ରୀ ମାନେ ଏକ ବଣ ଭୋଜିର ଆୟୋଜନ କରିଥିଲେ,ପ୍ରଥମେ ବିଦ୍ୟାଳୟ ଦିବଂଗତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିକ୍ରମ ଆଦିତ୍ୟ ମହାନ୍ତି ଙ୍କ ସ୍ମୁତି ଉଦ୍ୟଶର ଦୁଇ ମିନିଟ ର ସମୂହ ନୀରବ ପ୍ରାଥନା କରାଯାଇଥିଲା,ବଂଚିଥିବା ପର୍ଯ୍ୟନ୍ତ ବନ୍ଧୁତା କୁ ବଜାୟ ରଖିବା ପାଇଁ ସମସ୍ତେ ଶପଥ ନେଇଥିଲେ,ଅସୁସ୍ଥ ଥିବା ନିଜର ବନ୍ଧୁ ଅଧ୍ୟାପକ ଶ୍ରୀଯୁକ୍ତ ଶୁଭଙ୍କର ମହାନ୍ତି ଏଥର କିନ୍ତୁ ଏହି କାଯ୍ୟକ୍ରମ ରେ ଯୋଗନଦେଇପାରିଥିବାରୁ ସେ କିପରି ଖୁଵ ଶୀଘ୍ର ସୁସ୍ଥ ହୋଇ ଆର ବର୍ଷ ପୁଣି ଏହି ବନ୍ଧୁମିଳନ ରେ ଯୋଗଦେବେ ସମସ୍ତ ବନ୍ଧୁ ଶ୍ରୀ ମହାନ୍ତି ଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ,ଏହି ବନ୍ଧୁମିଳନ କାଯ୍ୟକ୍ରମ ରେ ବିଦ୍ୟାଳୟ ର ପୁରାତନ ଛାତ୍ର ନିର୍ମଳ ସ୍ୱାଇଁ,ଅମର ସାହୁ,ବିରଞ୍ଚି ନାୟକ,ସୁବ୍ରତ ମଲ୍ଲିକ,ଶେଖ ଜଲିଲି,ପ୍ରଶାନ୍ତ ସିଂ,ବିଶ୍ୱଜିତ ଦାଶ,ଶ୍ରୀଧର ତରାଇ,ସୁବାଷ ଦାଶ,ରାଜେନ୍ଦ୍ର ତରାଇ,ପ୍ରବୀର ଦାଶ,ବିପିନୀ ମହାନ୍ତି ଓ ଛାତ୍ରୀ ମାନଙ୍କ ମଧ୍ୟରେ ସୁଶ୍ରୀ ଶୁଭଦର୍ଶିନ ମହାନ୍ତି,ସୁପ୍ରଭା ମହାନ୍ତି,ପ୍ରତିମା ସାହୁ,ଅହଲ୍ୟା ସାହୁ,ସ୍ମୁତିରେଖା ସାହୁ,ରଞ୍ଜିତା ମୂଳିଆ,ପ୍ରଭାତୀ ଦାଶ,ପ୍ରଣତି ଦାଶ, କବିତା ଭୋଇ,ରାଜଲକ୍ଷ୍ମୀ ଦାଶ,ଭାରତୀ ଦାଶ,କାଦମ୍ବିନୀ ତରାଇ,ଗୀତାଞ୍ଜଳି ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ,ସମସ୍ତଙ୍କ ଯୋଗଦାନ ପାଇଁ ସହୀଦ ସ୍ମୁତି ନୋଡାଲ ବିଦ୍ୟାପୀଠ ର ପୁରାତନ ଛାତ୍ର ଶ୍ରୀଯୁକ୍ତ ପ୍ରଦୀପ କୁମାର ଭୋଇ ସମସ୍ତ ଙ୍କୁ କୃତଜ୍ଞତା ଜଣାଇଥିଲେ,

Leave a Reply

Your email address will not be published. Required fields are marked *