• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଏଥର_ଦଶ_ଟଙ୍କାରେ_ଚାଲିବ_ମୋବାଇଲ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"border":1,"transform":1,"remove":2},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଟେଲିକମ ରେଗୁଲେଟର ‘ଟ୍ରାଇ’ ଦେଶର ୧୨୦କୋଟିରୁ ଅଧିକ ମୋବାଇଲ ୟୁଜରଙ୍କ ହୀତରେ ନୂଆ ନିୟମ ଜାରି କରିଛନ୍ତି। ଯାହାଦ୍ୱାରା ଆପଣଙ୍କ ମୋବାଇଲ ଅନୁଭବ ଆହୁରି ସହଜ, ଶସ୍ତା ଓ ସୁବିଧାଜନକ ହୋଇପାରିବ। ଏବେ ଟୁ-ଜି ଫିଚର ଫୋନ ୟୁଜରଙ୍କ ଲାଗି ଭଏସ ଓ ଏସଏମଏସ ସେବା ବ୍ୟବହାର କରିବା ପାଇଁ ବିଶେଷ ଟାରିଫ ଭାଉଚର (ଏସଟିଭି) ଅନିବାର୍ଯ୍ୟ କରାଯାଇଛି। ଏହି ପଦକ୍ଷେପ ବିଶେଷ କରି ଗ୍ରାମୀଣ ଅଞ୍ଚଳ, ବୟଷ୍କ ଓ ସେହି ୟୁଜରଙ୍କ ନିମନ୍ତେ ଲାଭଦାୟକ ଯେଉଁମାନେ କେବଳ ଭଏସ ଓ ଏସଏମଏ ସେବା ଆବଶ୍ୟକ କରୁଛନ୍ତି। ଏବେ ଏସଟିଭି ଭାଉଚରର ଭେଲିଡିଟି ୯୦ ଦିନରୁ ବଢାଇ ୩୬୫ ଦିନ କରିଦିଆଯାଇଛି। ଏହା ଦ୍ୱାରା ୟୁଜରଙ୍କୁ ବାରମ୍ବାର ରିଚାର୍ଜ କରିବାକୁ ପଡିବ ନାହିଁ ଓ ସେମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ଲାନର ଲାଭ ମିଳିବ। ଅନଲାଇନ ରିଚାର୍ଜର ବଢୁଥିବା ଲୋକପ୍ରୀୟତାକୁ ନଜରରେ ରଖି ଫିଜିକାଲ ଭାଉଚରରେ ବ୍ୟବହାର ହେଉଥିବା କଲର କୋଡିଂକୁ ସମାପ୍ତ କରିଦିଆଯାଇଛି। ଏବେ ଅଲଗା ଅଲଗା କ୍ୟାଟଗରୀର ରିଚାର୍ଜ ପାଇଁ ଅଲଗା ଅଲଗା କଲର କୋଡିଂର ଆବଶ୍ୟକତା ପଡିବ ନାହିଁ। ଏଣୁ ପ୍ରକ୍ରିୟା ଆହୁରି ସରଳ ହୋଇଯିବ। ଖାଲି ଏତିକି ନୁହଁ ୧୦ଟଙ୍କାର ଟପଅପ ଭାଉଚର ବାଧ୍ୟତାମୂଳକ କରାଯାଇଛି, କିନ୍ତୁ ଏହା ସହିତ ଟେଲିକମ କମ୍ପାନୀମାନଙ୍କୁ ଅନ୍ୟ ମୂଲ୍ୟବର୍ଗର ଟପ ଅପ ଭାଉଚର ଜାରି କରିବାକୁ ଅନୁମତି ମଧ୍ୟ ଦିଆଯାଇଛି। ଏହା ଦ୍ୱାରା କମ୍ପାନୀମାନେ ୟୁଜରଙ୍କ ଲାଗି ଆହୁରି ବି ବିକଳ୍ପ ପ୍ରଦାନ କରିପାରିବେ। ଏଥି ସହ ଜୁଲାଇରେ ଘରୋଇ ଟେଲିକମ କମ୍ପାନୀ ରିଚାର୍ଜ ପ୍ଲାନ ମହଙ୍ଗା କରିବା ପରେ ଦୁଇଟି ସିମ୍ କାର୍ଡ ଓ ଫିଚର ଫୋନ ୟୁଜରଙ୍କୁ ସମସ୍ୟା ହୋଇଥିଲା। ଟ୍ରାଇଙ୍କ ଏହି ନୂଆ ନିଷ୍ପତ୍ତିରେ ଏବେ କେବଳ ଭଏସ ଓ ଏସଏମଏସ ସେବା ଉପଯୋଗ କରୁଥିବା ୟୁଜର୍ସଙ୍କ ନିମନ୍ତେ ଲାଭଦାୟକ ରିଚାର୍ଜ ପ୍ଲାନ ଉପଲବ୍ଧ ହେବ। ନୂଆ ନିୟମ ଅନୁସାରେ ଟେଲିକମ କମ୍ପାନୀ ବିଭିନ୍ନ ମୂଲ୍ୟବର୍ଗର ଟପ ଅପ ଭାଉଚର ଉପସ୍ଥାପନ କରିପାରିବେ। ଫଳରେ ୟୁଜରଙ୍କୁ ସେମାନଙ୍କ ଆବଶ୍ୟକତା ଅନୁସାରେ ଭଲ ବିକଳ୍ପ ମିଳି ପାରିବ।

Leave a Reply

Your email address will not be published. Required fields are marked *