• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ପୁଲୱାମା ଶହୀଦଙ୍କ ଉଦ୍ଦେଶ୍ୟରେ ସାମୂହିକ ଦୀପଦାନ

Spread the love

୨୦୧୯ ମସିହା ଫେବୃଆରୀ ୧୪ ତାରିଖ। ପୁଲୱାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଯୋଗୁଁ ସ୍ତବ୍ଧ ହୋଇଯାଇଥିଲା ଦେଶ। ଜଣେ କି ଦୁଇଜଣ ନୁହେଁ ଏକାଥରେ ଦେଶର ୪୦ ବୀର ଯବାନ ପାଲଟି ଗଲେ ଶହୀଦ। ସେହି ଶହୀଦ ମାନଙ୍କ ଉଦ୍ଦେଶ୍ୟରେ ଅଗ୍ରଣୀ ସଂଗଠନ କଟକ ସଚେତନ ଯୁବ ସମାଜ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସଂଗଠନ ପକ୍ଷରୁ ପ୍ରତିବର୍ଷ ଏହି ଦିନଟିକୁ ଦେଶ ପ୍ରେମ ଦିବସ ଭାବେ ପାଳନ କରାଯାଉଛି। ସଂଗଠକ ଜଗମୋହନ ଜେନାଙ୍କ ନେତୃତ୍ବରେ ସଂଗଠନର ସମସ୍ତ କର୍ମକର୍ତ୍ତା ଜଗତପୁର ଗୋଲେଇ ଛକରେ ଏକାଠି ହୋଇ ଦେଶପାଇଁ ପ୍ରାଣବଳି ଦେଇଥିବା ଶହୀଦ ମାନଙ୍କ ପାଇଁ ବୀର ଯବାନ ଅମର ରହେ ସ୍ଲୋଗାନ ଦେଇଥିଲେ। ପରେ ସଂଗଠନର କର୍ମକର୍ତ୍ତା ଏକ ପଦଯାତ୍ରାରେ ବାହାରି ପଞ୍ଚମୁଖୀ ହନୁମାନ ମନ୍ଦିରରେ ସାମୂହିକ ଭାବେ ଦୀପ ଦାନ କରିଥିଲେ। ଯୁବବର୍ଗ ଭାଲେଣ୍ଟାଇନ୍ ଭଳି ଅପସଂସ୍କୃତିକୁ ଅନୁସରଣ କରିବା ପରିବର୍ତ୍ତେ ଦେଶ ମାତୃକାର ସେବା କରିବାକୁ ସଂଗଠନ ପକ୍ଷରୁ ଆହ୍ବାନ ଦିଆଯାଇଛି।

Leave a Reply

Your email address will not be published. Required fields are marked *