ଆଜି ସୁବର୍ଣ୍ଣପୁର ପୌର ପରିଷଦ ରେ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ଚାଲିଥିବା ବେଳେ ରାସ୍ତା ରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା। ସୋନପୁର ପୌର ପରିଷଦ ଅନ୍ତର୍ଗତ ମଝିପଡ଼ା ର ନାକଫୁଡ଼ି ସାହୁ ,ତାଙ୍କ ଆଖି ବିଲକୁଲ ଦିଶୁ ନ ଥିବା ବେଳେ ବହୁତ ହଇରାଣ ହୋଇ ରାସ୍ତା ରେ ଯାଉଥିଲେ । ପରେ ପରେ କେହି ଜଣେ ତାଙ୍କ ହାତଧରି ପୌର ପରିଷଦ ଅଭିମୁଖେ ନେଇ ଯାଇଥିଲେ। ସେ ବହୁ ଦିନ ହେବ ଏମିତି ଅସୁବିଧା ରେ ଆସୁଥିବା ଓ ପୌର କର୍ମଚାରୀ ତାଙ୍କୁ କାର୍ଯ୍ୟାଳୟ କୁ ଆସି ଭତ୍ତା ନେଇ ଯିବା କହିଛନ୍ତି କହି କ୍ଷୋଭ ପ୍ରକାଶ କରିଥିଲେ ଶ୍ରୀ ସାହୁ। ଏ ବିଷୟରେ ଆମ ପ୍ରତିନିଧି ପୌର ନିର୍ବାହୀ ଅଧିକାରୀ ଋଷି ମାଝୀ ଙ୍କ ଦୃଷ୍ଟି ଗୋଚର କଲାପରେ ଏ ବିଷୟରେ ଅବଗତ ନ ଥିଲି ଆଗାମୀ ମାସ ରୁ ପୌର କର୍ମଚାରୀ ତାଙ୍କ ଉକ୍ତ ହିତାଧିକାରୀ ଙ୍କ ପାଖକୁ ଯାଇ ଭତ୍ତା ଦେବୁ କହିଥିଲେ ।