• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଲୋପ ପାଇବ ଯିବ ମଣିଷ ଜାତି

Spread the love

ଆଉ ମାଡ଼ି ଆସିବ ଅକ୍ଟୋପସ ଜାତି
ଏବେ ମଣିଷ ବଦଳରେ ପୃଥିବୀରେ ରହିବେ ଅକ୍ଟୋ ପସ, ଦୁନିଆ ଦିନେ ନା ଦିନେ ଶେଷ ହେବ । ଏହା ପରେ ଜୀବନର ସତା ଲୋପ ପାଇଯିବ । ମନୁଷ୍ୟ ଏବଂ ଅନ୍ୟ ପ୍ରାଣୀ ଲୋପ ପାଇଯିବେ । ଏହା ପରେ ଯଦି ପୂନର୍ବାର ଜୀବନ ପ୍ରକ୍ରିୟା ଆରମ୍ଭ ହେବ ତାହାହେଲେ ଅକ୍ଟୋପସର ରାଜୁତି ହେବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି । ଅକ୍ସଫୋର୍ଡ ୟୁନିଭର୍ସଟିର ଜୀବବିଜ୍ଞାନୀ ଟିମ କଲସନ ଏହି ଆକଳନ ଭିତିକ ଗବେଷଣା କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅବଶ୍ୟ ଏବେ ପୃଥିବୀ ଧ୍ୱଂସ ହୋଇ ନାହିଁ କିମ୍ବା ମନୁଷ୍ୟ ଲୋପ ପାଇ ନାହାନ୍ତି । ବର୍ତମାନ ସମୂଦ୍ର ଜୀବନରେ ଅକ୍ଟୋପସକୁ ସବୁଠାରୁ ବୁଦ୍ଧିମାନ ଜଳଚର ବୋଲିଂ କୁହାଯାଇଥାଏ । ଡେଲି ମେଲରେ ପ୍ରକାଶିତ ରିପୋର୍ଟ ଅନୁସାରେ ମନୁଷ୍ୟ ଯଦି ପୃଥିବୀ ପୃଷ୍ଠରୁ ଲୋପ ପାଇଯିବ ତେବେ ଏହି ଆଠ ଗୋଡ ଥିବା ପ୍ରାଣୀ ରାଜୁତି କରିବ । ସେମାନେ ପାଣି ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର କଲୋନୀ ପ୍ରସ୍ତୁତ କରିବେ । ଏପରିକି ଆବଶ୍ୟକ ପଡିଲେ ସେମାନେ ନିଜସ୍ୱ ଶୈଳୀରେ ସ୍ୱତନ୍ତ୍ର ଧରଣର ଉପକରଣର ବ୍ୟବହାର କରିବେ । ଯେପରି ମନୁଷ୍ୟ ପୂର୍ବରୁ ଡାଇନୋସର ଶକ୍ତିଶାଳୀ ଥିଲା ସେଭଳି ଅକ୍ଟୋପସ କ୍ଷମତା କେନ୍ଦ୍ର ସାଜିବେ । ସେମାନେ ପରବର୍ତୀ ସଭ୍ୟତା ନିର୍ମାଣ କରିବେ ବୋଲି ମଧ୍ୟ ଆକଳନ କରାଯାଇଛି । ଅକ୍ଟୋପସ ଜଟିଳ ସମସ୍ୟାରେ ନିଜକୁ ପରିବର୍ତନ କରିପାରିଥାଏ । ଆବଶ୍ୟକ ପଡିଲେ ପରିସ୍ଥିତି ଅନୁସାରେ ଛଦ୍ମ ରୂପ ମଧ୍ୟ ସାଜିପାରେ । ତାଙ୍କୁ ଯଦି ଉପଯୁକ୍ତ ପରିବେଶ ମଳିବ ତେବେ ସେମାନଙ୍କ ବୁଦ୍ଧି ଆହୁରି ବିକଶିତ ହେବ । ମନୁଷ୍ୟ ଲୋପ ପାଇବା ଏକପ୍ରକାର ନିଶ୍ଚିତ: ବୈଜ୍ଞାନିକମାନେ କହିଛନ୍ତି ଦିନେ ଏପରି ସମୟ ଉପନୀତ ହେବ ଯେ, ପୃଥିବୀ ପୃଷ୍ଠରେ ମନୁଷ୍ୟ ବଂଚି ରହିବା କଷ୍ଟକର ହୋଇ ପଡିବ । ଜଳବାୟୁ ପରିବର୍ତନ ଓ ଯୁଦ୍ଧ ଏହାର ମୂଖ୍ୟ କାରଣ ସାଜିବ । ମଣିଷ ପରି ଅନ୍ୟ ପ୍ରାଇମେଟ ଜୀବ ଏ ଭଳି ପରିସ୍ଥିତିରେ ନିଜକୁ ବଂଚାଇ ରଖିପାରିବେ ନାହିଁ । ଅକ୍ଟୋପସ ଭୂପୃଷ୍ଠରେ ମଧ୍ୟ ବଂଚି ରହିବା ଦକ୍ଷତା ରଖିଛି । ପାଣି ବାହାରେ ୩୦ ମିିନଟରୁ ଅଧିକ ସମୟ ଏହା ବଂଚି ପାରିବ । ଯଦି ମଣିଷ ସମୂଦ୍ର ମଧ୍ୟରେ ଶୀକାର କରିବା ପନ୍ଥା ବାହାର କରିପାରୁଛି ତେବେ ଅକ୍ଟୋପସ ମଧ୍ୟ ସ୍ଥଳ ଭାଗରେ ନିଜ ଖାଦ୍ୟ ସଂଗ୍ରହ କରିନେବ ।

Leave a Reply

Your email address will not be published. Required fields are marked *