ଶୀତ ଯାଉଯାଉ ଆରମ୍ଭ ହୋଇଗଲାଣି ତାତି । ଫେବ୍ରୁଆରୀ ମାସ ଆରମ୍ଭରୁ ହିଁ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ପଶ୍ଚିମ ଓଡ଼ିଶାର ଏକାଧିକ ଜିଲ୍ଲାରେ ତାତି ବୃଦ୍ଧି ପାଇଲାଣି । ଏପରିକି ରାଜଧାନୀ ଭୁବନେଶ୍ବରରେ ବି ତାତି ଏବେଠୁ ହିଁ ଡରାଇଲାଣି । ଏହାରି ମଧ୍ୟରେ ଆଶ୍ବସ୍ତିକର ଖବର ଆସିଛି । ଓଡ଼ିଶାରେ ହେବ ବର୍ଷା । ଖରା ଦିନ ଆରମ୍ଭରୁ ସାମାନ୍ୟ ଆଶ୍ବସ୍ତି ଦେବ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । କମିତ ତାତି, ବଦଳିବ ପାଗ । ପାଣିପାଗକୁ ନେଇ ବଡ଼ ଅପଡେଟ୍ ଦେଇଛି ପାଣିପାଗ ବିଭାଗ । ଆସନ୍ତା ଫେବ୍ରୁଆରୀ ୧୯ ତାରିଖରୁ ୨୧ ତାରିଖ ଯାଏ ବର୍ଷା ହେବା ନେଇ ଆକଳନ କରାଯାଇଛି । ଉପକୂଳ ଓଡ଼ିଶା ସାଙ୍ଗକୁ ଉତ୍ତର ଓଡ଼ିଶାରେ ବି ହାଲୁକା ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ତାପମାତ୍ରା ବଢୁଥିବା ବେଳେ ସାମାନ୍ୟ ଆଶ୍ବସ୍ତି ଦେବ ବର୍ଷା । ବୃଦ୍ଧି ପାଉଥିବା ତାପମାତ୍ରା ଭିତରେ ହାଲୁକା ବର୍ଷା ଆଣିବ ଆଶ୍ୱସ୍ତି । ତାପମାତ୍ରା କମିବ ଆଉ ପାଗ ବି ବଦଳିବ । ତେବେ ସବୁ ଜିଲ୍ଲାରେ ନହେଲେ ବି କିଛି ଜିଲ୍ଲାରେ ବର୍ଷା ହେବ । ଗୋଟିଏ ଦୁଇଟି ସ୍ଥାନରେ ବର୍ଷାର ପରିମାଣ ଅଧିକ ରହିପାରେ । ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, କଟକ ଓ ଜଗତସିଂହପୁର ଜିଲ୍ଲାରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏହି ୯ ଜିଲ୍ଲାରେ ହାଲକା ବର୍ଷା ହୋଇପାରେ । କିଛି ଜିଲ୍ଲାରେ ବର୍ଷାର ପରିମାଣ ସାମାନ୍ୟ ଅଧିକ ରହିପାରେ । ତେବେ ଆଉ ଦିନେ ଦୁଇ ଦିନ ମଧ୍ୟରେ ପାଣିପାଗକୁ ନେଇ ଅଧିକ ଅପଡେଟ୍ ସାମ୍ନାକୁ ଆସିପାରେ ।