ଭାପୁର ଗ୍ରାମର ଗୋଡ଼ିସାହି ଠାରେ ଫାଲଗୁନ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି ତା ୧୪/୨/୨୦୨୫ ରିଖ ଦିନ ଶୁକ୍ରବାର ଠାରୁ ଆରମ୍ଭ ହୋଇ ତା ୨୦/୨/୨୦୨୫ ରିଖ ଗୁରୁବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଦିନ ଏବଂ ରାତିରେ ପ୍ରସାଦ ସେବନ ରହିଛି । ୧୪ ତାରିଖ ପ୍ରଥମ ଦିନ ଅଧିବାସ,୧୭ ତାରିଖ ସୋମବାର ଦିନ ରାମ କୃଷ୍ଣ ବ୍ରତୋପନୟନ,୧୮ତାରିଖ ମଙ୍ଗଳବାର ଦିନ କୃଷ୍ଣ ରୁକ୍ମିଣୀ ବିବାହ ଏବଂ ଶେଷ ୨୦ ତାରିଖ ଗୁରୁବାର ଦିନ ପୂର୍ଣ୍ଣାହୁତୀ ହେବ ବୋଲି ସନ୍ତୋଷ କୁମାର ପଣ୍ଡା ପ୍ରକାଶ କରିଛନ୍ତି । ଆପଣ ମାନେ ଦେଖୁ ଥିବା ଏହି ଦୃଶ୍ୟ ହେଉଛି ଓଁ ଶ୍ରୀ ଶ୍ରୀ ହରିବଂଶ ଦେବ ମହାପ୍ରଭୁଙ୍କର ହରିବଂଶ ପାରାୟଣ ଉତ୍ସବ । ହରି ନାମରେ କମ୍ପୁଛି ସାରା ପରିବେଶ,କିଏ ଭଗବାନଙ୍କ ନାମ ଭଜୁଛି ତ ଆଉ କିଏ ସଂକୀର୍ତ୍ତନରେ ନିଜକୁ ଭିଜାଇ ରଖିଛି । ଈଶ୍ୱର ପ୍ରେମରେ ସମସ୍ତେ ନିଜକୁ ହଜାଇ ଦେଇଛନ୍ତି । ଗ୍ରାମରେ ଏକ ଆଧ୍ୟାତ୍ମିକ ଭକ୍ତିମୟ ଭାବନାରେ ଦୁଲୁକୁଛି ପୁରା ପରିବେଶ ।