• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଚନ୍ଦ୍ର ରେ ପହଞ୍ଚିଲା ଇଟା

Spread the love

ହଁ ଦର୍ଶକ ବନ୍ଧୁ ,ଆଗାମୀ 5 ବର୍ଷ ଭିତରେ ଚନ୍ଦ୍ରରେ ଘର ଠିଆ କରିବ ଚାଇନା। ଏଥିପାଇଁ ଚୀନ୍ ସମସ୍ତ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଛି। ରିପୋର୍ଟ ଆନୁସାରେ 100 ରୁ ଅଧିକ ବୈଜ୍ଞାନିକ ଏହାକୁ ନେଇ ଗବେଷଣା କରୁଛନ୍ତି। କେବଳ ସେତିକି ନୁହେଁ, ଚନ୍ଦ୍ରରେ ଘର ତିଆରି କରିବା ପାଇଁ ଇଟା ଦରକାର ଏବଂ ଇଟା ପ୍ରସ୍ତୁତ କରିବାକୁ ଚାଇନିଜ ସୁପର ମାସନ୍ସ ନାମରେ ଏକ ରୋବଟକୁ ଡିଜାଇନ୍ କରାଯାଇଛି। ଏହି ରୋବଟ ସେଠାରେ ପହଞ୍ଚି ଇଟା ତିଆରି କରିବ। ପୂର୍ବରୁ ଚନ୍ଦ୍ରରେ ଘର ତିଆରି କରିବାକୁ ନେଇ ଚୀନ ସବୁବେଳେ ରିସର୍ଚ୍ଚ ଜାରି ରଖିଥିଲା। ଚନ୍ଦ୍ରରେ ଘର ତିଆରି କରିବାକୁ ନେଇ ଚୀନ ମିଡିଆରେ ପ୍ରକାଶ ମଧ୍ୟ କରିଥିଲା। ଏଥିପାଇଁ ଚାଇନାର 100 ବୈଜ୍ଞାନିକ ଏକାଠି ହୋଇଥିଲେ। ଏହି ବୈଠକରେ ଚନ୍ଦ୍ରରେ କିପରି କନଷ୍ଟ୍ରକ୍ସନ କରାଯାଇପାରିବ ସେନେଇ ଆଲୋଚନା ହୋଇଥିଲା। ଚାଇନିଜ ସୁପର ମାସନ୍ସ ନାମରେ ଏକ ରୋବଟ ଚନ୍ଦ୍ର ମାଟିରେ ପହଞ୍ଚି ସେଠାରେ ଇଟା ତିଆରି କରିବ ବୋଲି କୁହାଯାଉଛି। କିନ୍ତୁ ଚାଇନାକୁ ଏପରି କରିବାକୁ ହେଲେ ଅନେକ ଅନୁବିଧାର ସମ୍ମୁଖିନ କରିବାକୁ ପଡିବ।

କାରଣ ଚନ୍ଦ୍ରରେ ପାଣିର ବହୁତ ଅଭାବ ରହିଛି। ଏହାସହ ଚନ୍ଦ୍ରରେ ବାରମ୍ୱାର ଭୂମିକମ୍ପ ମଧ୍ୟ ହୋଇଥାଏ। ସେଥିପାଇଁ ଚୀନକୁ ସେଠାରେ ଘର କରିବାକୁ ନିଶ୍ଚୟ ବହୁତ ଅସୁବିଧା ହେବ। 2025 ମସିହା ସୁଦ୍ଧା ଚୀନ ଚନ୍ଦ୍ରରେ ଘର କରିବକୁ ଯୋଜନା କରିଛି।

ପୂର୍ବରୁ ଚେଞ୍ଜ-5 ମିଶନ ଜରିଆରେ ଜହ୍ନରୁ ମାଟି ସଂଗ୍ରହ କରିଥିଲା ଚାଇନା। ଚେଞ୍ଜ-5 ମିଶନ ଲଞ୍ଚ କରିବା ସହ ଜହ୍ନରେ ପାଣି ଅଛି କି ନାହିଁ ସନ୍ଧାନ କରିବ। ତାପରେ ଘର ତିଆରି କରିବ ଚୀନ। ତେବେ କେତେ ବର୍ଷ ପରେ ଏହି ମିଶନ ସମ୍ପୂର୍ଣ୍ଣ ସଫଳ ହେବ, ସେ ବାବଦରେ କିଛି ସୂଚନା ମିଳିନାହିଁ।

Leave a Reply

Your email address will not be published. Required fields are marked *