• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଜାଗର ଉପଲକ୍ଷେ ଲକ୍ଷେଶ୍ୱର ଙ୍କ ପୀଠ ଚଳଚଞ୍ଚଳ

Spread the love

କଟକ 16 ନମ୍ବର ଜାତୀୟ ରାଜପଥର ପବିତ୍ର ଶୈବ ପୀଠ ଲକ୍ଷେଶ୍ୱର ମହାଦେବ ଙ୍କ ପୀଠରେ ଜାଗର ଯାତ୍ରା ପାଳିତ ହୋଇଯାଇଛି,ଭୋର 4 ଟା ରୁ ଦ୍ୱାରା ଖୋଲାଯାଇ ଠାକୁର ଙ୍କ ନୀତିକାନ୍ତି ପରେ ଭକ୍ତ ମାନେ ଠାକୁରଙ୍କ ଦର୍ଶନ କରିଥିଲେ,ଲକ୍ଷେଶ୍ୱର ମହାଦେବ ଙ୍କ ବଡ଼ସହାଁର ବେଶ କରାଯାଇଥିଲା,ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ଟ୍ରଷ୍ଟ ତରଫରୁ ବାରିକେଡ଼ ନିର୍ମାଣ କରାଯାଇଥିଲା,ସନ୍ଧ୍ୟାରେ ହଜାର ହଜାର ଶ୍ରଦ୍ଧାଳୁ ମନ୍ଦିର ପରିସରରେ ଦୀପ ଜାଳି ଜାଗର ପାଳନ କରିଥିଲେ,ମନ୍ଦିର ଟ୍ରଷ୍ଟ ସଭାପତି ଗୁଣନିଧି ପଟ୍ଟନାୟକ,ବଂଶୀଧର ଭୋଳ,ପାହାଳ ଥାନା ଆଇଆଇସି ଅଶ୍ୱିନୀ କୁମାର ଜେନା,ଟ୍ରଷ୍ଟ ସଦସ୍ୟ,ଉପଦେଷ୍ଟା ମଣ୍ଡଳୀ ଙ୍କ ସମେତ ସ୍ୱେଚ୍ଛାସେବୀମାନେ କାଯ୍ୟକ୍ରମ କୁ ପରିଚାଳନା କରିଥିଲେ,ସାଧୁ ସନ୍ଥ ଙ୍କ ଦ୍ୱାରା ଦିନ ବେଳା ପ୍ରବଚନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା,ଏହି ଉତ୍ସବରେ ମୁଖ୍ୟ ଅତିଥି ଥିଲେ ପୁରୀ ଶ୍ରୀମନ୍ଦିର ର ଛତିଶା ନିଯୋଗ ମୁଖ୍ୟ ଶ୍ରୀ ଜନାର୍ଦନ ପାଟ୍ଟଯୋଶୀ ମହାପାତ୍ର,ଗୁରୁକୃପା କୁଟୀର,ନାଉଗାଁ,ଜଗତସିଂହପୁର ବାବା ସତ୍ୟାନନ୍ଦ ଦାଶ ମହାରାଜ,ଅଧ୍ୟକ୍ଷ ଆଦିତ୍ୟ ବାହିନୀ ଗୋବର୍ଦ୍ଧନ ପୀଠ ପୁରୀ ପଣ୍ଡିତ ମାତୃପ୍ରସାଦ ମିଶ୍ର,ମହନ୍ତ ମହିପ୍ରକାଶ ମଠ ପୁରୀ ଶ୍ରୀକ୍ଷେତ୍ର ସ୍ୱାମୀ ଶ୍ରୀ ଶୁଭାନନ୍ଦ ମହାରାଜ ଏବଂ ଉଦ୍ଧଘୋଷକ ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ ଜ୍ଞାନନନ୍ଦ ସାଗର କୁମାର ବେହେରା ପ୍ରମୁଖ ଅତିଥି ରୂପେ ଥିଲେ,ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ଭର୍ଦ୍ଧିତ କରାଯାଇଥିଲା,କୁନି କୁନି ଶିଶୁ କଳାକାର ଙ୍କ ଦ୍ୱାରା ଓଡିଶୀ ନୁର୍ତ୍ୟ ପରିବେଷଣ କରାଯାଇଥିଲା,ସନ୍ଧ୍ୟା ରେ ଲକ୍ଷେଶ୍ୱର ସାଂସ୍କିତିକ ପରିଷଦ ପକ୍ଷରୁ ଭଜନ ସମାରୋହ ଆୟୋଜନ କରାଯାଇଥିଲା,ରାତି 11 ଟା ରେ ଲକ୍ଷେଶ୍ୱର ମହାଦେବ ଙ୍କ ମହାଦୀପ ଉଠିଥିଲା,ପ୍ରାୟ ଏକ ଲକ୍ଷ ରୁ ଉର୍ଦ୍ଧ ଭକ୍ତ ଙ୍କ ସମାବେଶ ଦେଖିବାକୁ ମିଳିଥିଲା,ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ଭକ୍ତ ଙ୍କ ପାଇଁ ପ୍ରସାଦ ସେବନ ର ଆୟୋଜନ କରାଯାଇଥିଲା,ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ଵେବସ୍ତା କରାଯାଇଥିଲା,

Leave a Reply

Your email address will not be published. Required fields are marked *