• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

କଳାହାଣ୍ଡି ପ୍ରାଥମିକ କୃଷି ସମବାୟ ସମିତି

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଗୁରୁବାର ଦିନ ପଶ୍ଚିମ ଓଡିଶା ପ୍ରାଥମିକ କୃଷି ସମବାୟ ସମିତି /ଲ୍ୟାମ୍ପସ କର୍ମଚାରୀ ସଂଘର ଆହାଉନ କ୍ରମେ କଳାହାଣ୍ଡି କୃଷି ସମବାୟ ସମିତି/ ଲ୍ୟାମ୍ପସ କର୍ମଚାରୀ ସଂଘର ପ୍ରତିବାଦ ଧାରଣା ଉପନିବନ୍ଧକ କଳାହାଣ୍ଡିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ ଭାବରେ ପ୍ରଦର୍ଶନ କରାଯାଇଥିଲା।
ଏହି ଅବସରରେ କଳାହାଣ୍ଡି ଜିଲ୍ଲା ସଙ୍ଘ ସଭାପତି ଶ୍ରୀ ସୁରେନ୍ଦ୍ର ପ୍ରଧାନ ଓ ସମ୍ପାଦକ ଶ୍ରୀ ହେମନ୍ତ କୁମାର ନାଏକ ଙ୍କ ନେତୃତ୍ୱରେ ମିଳିତ ଭାବେ ଧାରଣା ଅନୁଷ୍ଠିତ ହୋଇଯାଇଛି। ସଂଗଠନଙ୍କ କର୍ମକର୍ତ୍ତା ଙ୍କ କହିବା ଅନୁଯାୟୀ ସେମାନେ ଚାଷୀ ମାନଙ୍କର ସମୂହ ବିକାଶ ନିମନ୍ତେ ତୃଣ ମୂଳ ସ୍ତରରୁ ନିଷ୍ଠାପର ସହିତ ଦାୟିତ୍ୱ ସମ୍ପାଦନ କରୁଛନ୍ତି କିନ୍ତୁ ସେମାନଙ୍କ ଦାବିକୁ ସରକାର କର୍ଣ୍ଣାଗୋଚର କରୁନାହାନ୍ତି। ଭୁବନେଶ୍ୱର ନିବନ୍ଧକ ଙ୍କ ପତ୍ର ସଂଖ୍ୟା ୨୭୩୯ ତା ୧୪. ୦୨. ୨୦୨୫ ମୁତାବକ ସପ୍ତମ ବେତନ ହାରରେ ଦରମା ଦେବାକୁ ବ୍ୟବସ୍ଥା ଥିବା ବେଳେ, ଆମ୍ଭଙ୍କୁ ଉପେକ୍ଷା କରି ବ୍ୟାଙ୍କ କର୍ମଚାରୀ ଙ୍କୁ ଦିଆଯାଉଛି। ଯେହେତୁ ଓଡିଶା ର କୌଣସି ସମିତି ଅଡିଟ କ୍ୟାଟେଗୋରି “A”ନାହାନ୍ତି ତାର ମୁଖ୍ୟ କାରଣ ହେଉଛି ବ୍ୟାଙ୍କ ଓ ସରକାର ନିଜେଏବଂ ଏ ପ୍ରକାର ଟାଳଟୁଳ ନୀତି ଆପଣାଇ ବ୍ୟାଙ୍କ କୁ ସପ୍ତମ ବେତନ ହାରରେ ଦିଆଯଉଥିବା ସ୍ଥଳେ ସମବାୟ ଉପରେ କଟକଣା ଏବଂ ଅନ୍ୟାୟ କରାଯାଇଛି। ପ୍ରକାଶ ଥାଉକି, ଏ ମର୍ମରେ ଗତ ବର୍ଷ ମାର୍ଚ୍ଚ ମାସରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ।ସରକାର କର୍ମଚାରୀମାନଙ୍କ ବିଭିନ୍ନ ଦାବି ଉପରେ ସକାରାତ୍ମକ ବିଚାର କରିବେ ବୋଲି ପ୍ରତିଶୃତି ଦେବାରୁ ଆନ୍ଦୋଳନ କୁ ସ୍ଥଗିତ ରଖାଯାଇଥିଲା। ଏହି ଘଟଣା ଟିକୁ ଏକ ବର୍ଷ ହେବାକୁ ଯାଉଥିଲେହେଁ ସରକାର କୌଣସି ପ୍ରକାର ପଦକ୍ଷେପ ନ ନେବା ନିଆଁ ରେ ଆହୁତି ଦେବା ସଦୃଶ ବୋଲି ମତବ୍ୟକ୍ତ କରିଥିଲେ। ସରକାର ଯଦି ଯଥାଶୀଘ୍ର କିଛି ସକାରାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ ନ କରନ୍ତି, ତେବେ ଆଗକୁ ସଙ୍ଘ ଆନ୍ଦୋଳନ ମୁହାଁ ହେବବୋଲି ଚେତାବନୀ ଦିଆଯାଇଛି।ଗୁରୁବାର ଦିନ ପଶ୍ଚିମ ଓଡିଶା ପ୍ରାଥମିକ କୃଷି ସମବାୟ ସମିତି /ଲ୍ୟାମ୍ପସ କର୍ମଚାରୀ ସଂଘର ଆହାଉନ କ୍ରମେ କଳାହାଣ୍ଡି କୃଷି ସମବାୟ ସମିତି/ ଲ୍ୟାମ୍ପସ କର୍ମଚାରୀ ସଂଘର ପ୍ରତିବାଦ ଧାରଣା ଉପନିବନ୍ଧକ କଳାହାଣ୍ଡିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ ଭାବରେ ପ୍ରଦର୍ଶନ କରାଯାଇଥିଲା।
ଏହି ଅବସରରେ କଳାହାଣ୍ଡି ଜିଲ୍ଲା ସଙ୍ଘ ସଭାପତି ଶ୍ରୀ ସୁରେନ୍ଦ୍ର ପ୍ରଧାନ ଓ ସମ୍ପାଦକ ଶ୍ରୀ ହେମନ୍ତ କୁମାର ନାଏକ ଙ୍କ ନେତୃତ୍ୱରେ ମିଳିତ ଭାବେ ଧାରଣା ଅନୁଷ୍ଠିତ ହୋଇଯାଇଛି। ସଂଗଠନଙ୍କ କର୍ମକର୍ତ୍ତା ଙ୍କ କହିବା ଅନୁଯାୟୀ ସେମାନେ ଚାଷୀ ମାନଙ୍କର ସମୂହ ବିକାଶ ନିମନ୍ତେ ତୃଣ ମୂଳ ସ୍ତରରୁ ନିଷ୍ଠାପର ସହିତ ଦାୟିତ୍ୱ ସମ୍ପାଦନ କରୁଛନ୍ତି କିନ୍ତୁ ସେମାନଙ୍କ ଦାବିକୁ ସରକାର କର୍ଣ୍ଣାଗୋଚର କରୁନାହାନ୍ତି। ଭୁବନେଶ୍ୱର ନିବନ୍ଧକ ଙ୍କ ପତ୍ର ସଂଖ୍ୟା ୨୭୩୯ ତା ୧୪. ୦୨. ୨୦୨୫ ମୁତାବକ ସପ୍ତମ ବେତନ ହାରରେ ଦରମା ଦେବାକୁ ବ୍ୟବସ୍ଥା ଥିବା ବେଳେ, ଆମ୍ଭଙ୍କୁ ଉପେକ୍ଷା କରି ବ୍ୟାଙ୍କ କର୍ମଚାରୀ ଙ୍କୁ ଦିଆଯାଉଛି। ଯେହେତୁ ଓଡିଶା ର କୌଣସି ସମିତି ଅଡିଟ କ୍ୟାଟେଗୋରି “A”ନାହାନ୍ତି ତାର ମୁଖ୍ୟ କାରଣ ହେଉଛି ବ୍ୟାଙ୍କ ଓ ସରକାର ନିଜେଏବଂ ଏ ପ୍ରକାର ଟାଳଟୁଳ ନୀତି ଆପଣାଇ ବ୍ୟାଙ୍କ କୁ ସପ୍ତମ ବେତନ ହାରରେ ଦିଆଯଉଥିବା ସ୍ଥଳେ ସମବାୟ ଉପରେ କଟକଣା ଏବଂ ଅନ୍ୟାୟ କରାଯାଇଛି। ପ୍ରକାଶ ଥାଉକି, ଏ ମର୍ମରେ ଗତ ବର୍ଷ ମାର୍ଚ୍ଚ ମାସରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ।ସରକାର କର୍ମଚାରୀମାନଙ୍କ ବିଭିନ୍ନ ଦାବି ଉପରେ ସକାରାତ୍ମକ ବିଚାର କରିବେ ବୋଲି ପ୍ରତିଶୃତି ଦେବାରୁ ଆନ୍ଦୋଳନ କୁ ସ୍ଥଗିତ ରଖାଯାଇଥିଲା। ଏହି ଘଟଣା ଟିକୁ ଏକ ବର୍ଷ ହେବାକୁ ଯାଉଥିଲେହେଁ ସରକାର କୌଣସି ପ୍ରକାର ପଦକ୍ଷେପ ନ ନେବା ନିଆଁ ରେ ଆହୁତି ଦେବା ସଦୃଶ ବୋଲି ମତବ୍ୟକ୍ତ କରିଥିଲେ। ସରକାର ଯଦି ଯଥାଶୀଘ୍ର କିଛି ସକାରାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ ନ କରନ୍ତି, ତେବେ ଆଗକୁ ସଙ୍ଘ ଆନ୍ଦୋଳନ ମୁହାଁ ହେବବୋଲି ଚେତାବନୀ ଦିଆଯାଇଛି।

Leave a Reply

Your email address will not be published. Required fields are marked *