ଓଡିଶାର ୨୮ ଜିଲ୍ଲାର ୧୬ଟି କାରଖାନାରେ ରାଜ୍ୟ ସ୍ତରୀୟ ମକଡ୍ରିଲ୍ ଏକ୍ସସାଇଜ୍ ଅନୁଷ୍ଠିତ ହେଉଥିବା ବେଳେ ଜଗତପୁର ନୂତନ ଶିଳ୍ପାଞ୍ଚଳ ସ୍ଥିତ ଶୁଭୋକେମ୍ ଇଣ୍ଡଷ୍ଟ୍ରିଜରେ ମଧ୍ୟ ମକଡ୍ରିଲ୍ ଏକ୍ସସାଇଜ୍ ଅନୁଷ୍ଠିତ ହୋଇଛି।ଶୁଭୋକେମ୍ ଇଣ୍ଡଷ୍ଟ୍ରିଜର ପରିଚାଳକ ଟସିଫ୍ ଇକବାଲଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଟାଙ୍ଗୀ-ଚୌଦ୍ଵାର ତହସିଲଦାର ଚୌଧୁରୀ ପ୍ରଜ୍ଞାନନ୍ଦ ଦାସଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଓଡ୍ରାଫ୍ ଟିମ୍,ଅଗ୍ନିଶମ ବାହିନୀ,ଜଗତପୁର ଥାନା ପୋଲିସ,ଜଗତପୁର ସ୍ୱାସ୍ଥ୍ୟକେନ୍ଦ୍ର,ସଦଗୁରୁ ହସ୍ପିଟାଲର ଡାକ୍ତରୀ ଟିମ୍ ଏବଂ ଆପଦ ମିତ୍ରଙ୍କ ମିଳିତ ଉଦ୍ୟମରେ ଏହି ମକଡ୍ରିଲ୍ ଆୟୋଜିତ ହୋଇଥିଲା। କୌଣସି କାରଣରୁ କାରଖାନାରେ କ୍ଲୋରିନ୍ ଗ୍ୟାସ ଲିକ୍ ହେଲେ କିଭଳି ମୁକାବିଲା କରିହେବ,ତାହାର ଡେମୋ ପ୍ରଦର୍ଶନ କରିଛନ୍ତି ସମସ୍ତ ଟିମ୍। ରାଜ୍ୟ ସରକାରଙ୍କ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ ଅନିତା ବେହେରା ମକଡ୍ରିଲ୍ କାର୍ଯ୍ୟକ୍ରମର ତଦାରଖ କରିଥିବା ବେଳେ ଓଡ୍ରାଫ୍,ଅଗ୍ନିଶମ ଭଳି ସବୁ ବିଭାଗର ଅଧିକାରୀ ମାନଙ୍କ ଦ୍ଵାରା କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିବା ବେଳେ ଶୁଭୋକେମ୍ ଇଣ୍ଡଷ୍ଟ୍ରିଜର କର୍ମଚାରୀ ମାନେ ସହଯୋଗ କରିଥିଲେ।