ବଦଳିଛି ଦୁନିଆ ହେଲେ , ହେଲେ ଏ ଯାଏଁ ବଦଳି ନାହିଁ ଚିନ୍ତାଧାରା । ମଣିଷ ହେଇ ଅନ୍ୟ ମଣିଷ ପ୍ରତି ଜାଇ ନାହିଁ ଛୁଆଁ ଅଛୁଆଁ ଭେଦଭାବ । ଯାହାର ଦୃଶ୍ୟ ଦେଖିବାକୁ ମିଳିଛି ଅନଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ବଇଣ୍ଡା ଗ୍ରାମରେ । ହଁ ଦର୍ଶକ ବନ୍ଧୁ ଅନ୍ୟ ଜାତି ରେ ବିବାହ କଲେ ବୋଲି ଶବ କୁ କାନ୍ଧ ଦେଲେନି କିଶୋରନଗର ବ୍ଲକ ବଇଣ୍ଡା ର ଶରଧାମୁଣ୍ଡା ର ଗାଁ ଲୋକେ । ତେବେ ସୂଚନା ଅନୁସାରେ ଆଠମଲ୍ଲିକ ଥାନା ପେଣ୍ଡର ବସା ଗ୍ରାମର ପ୍ରକାଶ ପ୍ରଧାନ (୪୫ ) ଙ୍କର ଗୁରୁବାର ସକାଳ ୭ ଟା ରେ ମୃତ ବରଣ ହୋଇଛି । ସେ ଗତ କିଛି ମାସ ହେବ କିଡ଼ନି ରୋଗ ରେ ଆକ୍ରାନ୍ତ ଥିବା ବେଳେ ଗୁରୁବାର ଦିନ ତାଙ୍କର ପରଲୋକ ହୋଇଯାଇଛି । ସେ ଶରଧାମୁଣ୍ଡା ଗ୍ରାମର ରୀତା ବିଶ୍ବାଳ ଙ୍କୁ ୨୦୧୦ ମସିହା ରେ ଭଲ ପାଇ ବିବାହ କରିଥିଲେ । ରୀତା ଓ ପ୍ରକାଶ ଙ୍କର ଜାତି ଅଲଗା ଅଲଗା ହୋଇଥିବା ବେଳେ ତାଙ୍କୁ ଉଭୟ ଙ୍କ ପରିବାର ଗ୍ରହଣ କରିନଥିଲେ । ଏ ପରିକି ଉଭୟ ଙ୍କ ସମାଜ ରେ ରୀତା ଓ ପ୍ରକାଶ ଙ୍କୁ ଅଟକ କରିବା ସହ ଜାତି ର କୌଣସି କାର୍ଯ୍ୟ ରେ ଉଭୟ ଙ୍କୁ ସାମିଲ କରାଯାଉନଥିବା ବେଳେ ଉଭୟ ପରିବାର ର କୌଣସି ସଦସ୍ୟ ଉଭୟ ଙ୍କ ସହ ମିସିଲେ ଜରିମାନା ଦେବା ସହ ସେମାନେ ଜାତି ସମାଜ ରେ ଅଟକ ରହିବେ ବୋଲି କଟକଣା ଲାଗୁ କରାଯାଇ ଥିଲା । ଫଳରେ ପ୍ରକାଶ ଙ୍କ ମୃତ ଶରୀର କୁ କେହି କାନ୍ଧ ନ ଦେବାରୁ ଶେଷରେ ଅପରାହ୍ନ ୩ ଟା ରେ ତାଙ୍କ ପତ୍ନୀ ରୀତା ଓ ତାଙ୍କ ବଡ ଝିଅ ପୂଜା ରିଣୀ ବିଶ୍ୱାଳ ଖଟିଆ ମାଧ୍ୟମରେ ବୋହି ନେଇ ଶବ ଦାହ କରିଛନ୍ତି । ଯାହାକି ଏହି ଘଟଣା କୁ ନେଇ ସାଧାରଣ ରେ ନିନ୍ଧା ପ୍ରକାଶ ପାଇଛି । ମଣିଷ ର ମାନବିକତା ହଜି ଗଲାଣି ବୋଲି ଦେଖିବାକୁ ମିଳୁଛି l