୪୫ବର୍ଷ ଧରି ଅବହେଳିତ ବୋର୍ଡ ଅଫ୍ ରେଭିନ୍ୟୁ ବାର୍ ଆସୋସିଏସନ୍। ବିଭିନ୍ନ ସମସ୍ୟାକୁ ନେଇ ଆସୋସିଏସନ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଆସୋସିଏସନ୍ ସଭାପତି ସୟଦ ମେହବୁବ୍ ଅଲ୍ଲୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ସମ୍ମିଳନୀରୁ ଆସୋସିଏସନ୍ ର ନିଜସ୍ଵ ଗୃହ ଏବଂ କ୍ୟାଣ୍ଟିନ୍ ନ ଥିବା ସୂଚନା ମିଳିଛି। ସେହିପରି ଜାଗା ନ ଥିବାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସୁଥିବା ରାଜସ୍ବ ସମ୍ବନ୍ଧୀୟ ଆଇନଜୀବି ମାନେ ସମସ୍ୟାରେ ପଡୁଛନ୍ତି। ପୂର୍ବରୁ କଟକରେ ଥିବା ଅନେକ କମିଶନର କୋର୍ଟ ବିଭିନ୍ନ ଜିଲ୍ଲାକୁ ଉଠିଯିବା ପରେ ଦିନକୁ ଦିନ ଆସୋସିଏସନ୍ ସମସ୍ୟା ବୃଦ୍ଧି ପାଉଛି। ଆସୋସିଏସନ୍ ପକ୍ଷରୁ ସାମୂହିକ ସମସ୍ୟାକୁ ରାଜ୍ୟ ସରକାରଙ୍କ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟି ସମସ୍ୟାର ସମାଧାନ କରିବା ଦିଗରେ ଆଲୋଚନା କରାଯାଇଥିଲା। ଏନେଇ ମନ୍ତ୍ରୀ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି।