• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଥଇଥାନ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ

Spread the love

ସରକାରଙ୍କ ଜାଗା ମିଶନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିଲେ ବିଡାନାସୀ ନୂଆ ସାହିରୁ ଉଚ୍ଛେଦ ହୋଇଥିବା ୧୭ଟି ପରିବାର। ଧବଳେଶ୍ଵର ଗଡା ନିକଟରେ ସେମାନଙ୍କୁ ଥଇଥାନ କରିବାକୁ ୨ବର୍ଷ ପୂର୍ବେ ଜମି ଚିହ୍ନଟ କରିଥିଲା ପ୍ରଶାସନ। ଜାଗା ମିଶନ ସର୍ଭେ,ଡ୍ରୋନ୍ ସର୍ଭେ ଦ୍ଵାରା ଏହି ପରିବାର ଗୁଡ଼ିକୁ ଯୋଗ୍ୟ ବିବେଚିତ ଦର୍ଶାଇ CMC ମେୟର ଏବଂ କମିଶନର ସର୍ଭେ ରିପୋର୍ଟରେ ମଞ୍ଜୁରୀ କରିଥିଲେ। କିନ୍ତୁ,କଟକ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା କାରଣରୁ ଆଜି ପର୍ଯ୍ୟନ୍ତ ଏହି ୧୭ ପରିବାର ଅସହାୟ ଅବସ୍ଥାରେ ରହି ଆସୁଛନ୍ତି। ତୁରନ୍ତ ଏହି ପରିବାରକୁ ଥଇଥାନ ବ୍ୟବସ୍ଥା ଏବଂ ମହାନଗର ନିଗମ ଆଇନ ଅନୁଯାୟୀ ଜମି ସହ ପଟ୍ଟା ଯୋଗାଇ ଦେବାକୁ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ CMC ଅଫିସ୍ ସମ୍ମୁଖରେ ଧାରଣା ଦିଆଯାଇଛି। ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ଆବାହକ ଖଗେଶ୍ବର ସେଠୀଙ୍କ ନେତୃତ୍ୱରେ ୧୭ପରିବାର ଏହି ଧାରଣାରେ ସାମିଲ ହୋଇଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣାକୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଜାରି ରଖାଯିବ ବୋଲି ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *