କଟକ ସଦର ଥାନା ବାରଙ୍ଗ ବ୍ଲକ ନଗରୀ ପଞ୍ଚାୟତ ଅରିଲୋ ଗ୍ରାମରେ ଥିବା ପ୍ରଭୁ ଜନାର୍ଦ୍ଦନ ଦେବଙ୍କ ଦୋଳ ମେଳନ ଚଳିତ ମାସ ୧୨ ତାରିଖ ବୁଧବାର ଦିନ ରାତିରେ ଅନୁଷ୍ଠିତ ହେବ । ଏଥିପାଇଁ ବିଭିନ୍ନ ଗ୍ରାମର ଦୋଳ ବିମାନର ମାର୍ଫତଦାର , ଗ୍ରାମବାସୀଙ୍କୁ ନେଇ ରବିବାର ଦିନ ଏକ ପ୍ରସ୍ତୁତି ବୈଠକ ସୁନ୍ଦର ପବିତ୍ର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଚଳିତ ଦୋଳ ଯାତ୍ର ପାଇଁ ଏକ ଶାନ୍ତିକମିଟି ଗଠନ କରାଯାଇଥିଲା । ସର୍ବ ସମତି କ୍ରମେ ସୁନ୍ଦର ପବିତ୍ର ଦାସ ସଭାପତି, ପର୍ଶୁରାମ ସେନାପତିଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ଚୟନ କରାଯାଇଥିଲା । ଏହି ବୈଠକରେ ଗୋପାଳ ମିଶ୍ର, ଲଳିତ କୁମାର ଦାଶ, ପର୍ଶୁରାମ ସେନାପତି , ବିପ୍ର ଚରଣ ଭୋଳ , ପ୍ରଣବ ପଟ୍ଟନାୟକ, ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଚଳିତ ବର୍ଷ ଅରିଲୋ ଦୋଳ ମେଳଣକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ କଟକ ସଦର ଥାନାର ଅଧିକାରୀ ଏବଂ ଯୋନ -୪-ଏସିପି ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । ଆଇଆଇସି ଏବଂ ଏସିପି ଜରୁରୀ କାର୍ଯ୍ୟ ଅରିଲୋ ଦୋଳ ମେଳଣ ପ୍ରସ୍ତୁତି ବୈଠକରେ ଯୋଗ ଦେଇ ପାରିନଥିଲେ । ଏହି ବୈଠକରେ ଅଶୋକ ରଥ , କାହ୍ନୁ ଚରଣ ପାତ୍ର, ଅଜୟ ବେଉରା , ଲିଙ୍ଗରାଜ ମହାନ୍ତି, ସୁରେନ୍ଦ୍ର ସାହୁ , ରାଜ କିଶୋର ପଟ୍ଟନାୟକ , ଉମେଶ ମଙ୍ଗରାଜ, ପୁର୍ଣ୍ଣ ଚନ୍ଦ୍ର ମୂଳିଆ , ପ୍ରଶାନ୍ତ ସ୍ୱାଇଁ, ଶରତ ରଥ , ଶିବ ପ୍ରସାଦ ନନ୍ଦ ,ବ୍ରହ୍ମାନନ୍ଦ ସାହୁ, ପ୍ରଫୁଲ୍ଲ ବେହେରା , ପ୍ରଶାନ୍ତ ବେହେରା, ବିଭୁତି ଭୁଷଣ ନନ୍ଦ , ପ୍ରମୁଖ ବିଭିନ୍ନ ଗ୍ରାମର ବ୍ୟକ୍ତି ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅରିଲୋ ଗ୍ରାମର ଯୁବକ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ.