ଆଜି ବ୍ରହ୍ମପୁର ସ୍ଥିତ ଉମା ଚରଣ ପଟ୍ଟନାୟକ ଇଂଜିନିୟରିଂ କଲେଜ ଖେଳ ପଡିଆ ଠାରେ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ଓ ଜିଲ୍ଲା କୃଷି ମହୋତ୍ସବ ଆରମ୍ଭ ହୋଇଛି । ଏହି ମହୋତ୍ସବକୁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଓ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଉପସ୍ଥିତ ରହି ଉଦଘାଟନ କରିଥିଲେ । ଛତ୍ରପୁର ବିଧାୟକ ଶ୍ରୀ ନାୟକ ଚାଷୀ ମାନଙ୍କୁ କିଭଳି ରିହାତିରେ ସମସ୍ତ ଯନ୍ତ୍ରପାତି ପାଇପାରିବେ ସେସକାଶେ ଗୁରୁତ୍ବାରୂପ କରିଥିଲା ବେଳେ ଚିକିଟି ବିଧାୟକ ୟକ ଶ୍ରୀ ଦ୍ୟାନ ସାମନୁରା କୃଷି ଅଧିକାରୀ ଓ କୃଷକ ମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରି କୃଷିର ଅଭିବୃଦ୍ଧି ଉପରେ ରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇ କୃଷିମେଳା ପରିଦର୍ଶନ କରିଥିଲେ । କୃଷି ଯନ୍ତ୍ରପାତି ମେଳା ଓ କୃଷି ମହୋତ୍ସବ ମାର୍ଚ୍ଚ 1 ରୁ 5 ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ପ୍ରାୟ ବିଭିନ୍ନ ବର୍ଗର 5000 ଚାଷୀ ଜିଲ୍ଲା ର ସମସ୍ତ ବ୍ଲକରୁ ଯୋଗଦେବାର କାର୍ଯ୍ୟକ୍ରମ କ୍ରମ ରହିଛି । ମେଳାରେ 105 ଗୋଟି ଷ୍ଟଲ ଖୋଲା ଯାଇ ବିଭିନ୍ନ କୃଷି ଯନ୍ତ୍ରପାତି ପ୍ରଦର୍ଶିତ ହେବା ସହ ଚାଷୀଙ୍କୁ ରିହାତିରେ ଯନ୍ତ୍ରପାତି ଯୋଗାଇଦେବାର ବ୍ୟବସ୍ଥା କରାଯାଇଅଛି । ମିଲେଟ ର ପ୍ରଚାର ଓ ପ୍ରସାର ପାଇଁ ମଧ୍ୟ ଏହି ମେଳାରେ ଷ୍ଟଲ ଖୋଲାଯାଇଛି । କୃଷି ବୈଜ୍ଞାନିକ ଓ ଅଧିକାରୀ ଙ୍କ ଦ୍ବାରା କୃଷକ ମାନଙ୍କୁ ତାଲିମ ଦେବା ନିମିତ୍ତ ଆଲୋଚନା ଚକ୍ର ଗୃହର ବ୍ୟବସ୍ଥା କରାଯାଇଅଛି । ଆଜିର କାର୍ଯ୍ୟକ୍ରମ ରେ ମାନ୍ୟବର ବିଧାୟକ ମାନଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ପଣ୍ଡା, ଉପ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଡଃ କନ୍ଧ ଜେନା, ବରିଷ୍ଠ କୃଷି ବୈଜ୍ଞାନିକ ଡଃ ସୁଜିତ କୁମାର ନାଥ, ଅଧୂକ୍ଷଣ ଯନ୍ତ୍ରୀ ପ୍ରଦୀପ କୁମାର ମହାପାତ୍ର, ପ୍ରକଳ୍ପ ନିର୍ଦେଶକ ଜଳଛାୟା ପ୍ରଦୀପ କୁମାର ପଟ୍ଟନାୟକ, କୃଷି ଜିଲ୍ଲା ଅଧିକାରୀ କୁଳମଣି ବାରିକ ଓ ସୁରେଶ ଚନ୍ଦ୍ର ମଲ୍ଲିକ ମଂଚାସୀନ ଥିଲେ