• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଗୋଟିଏ ଡ୍ରେସକୁ ୧୫ଥର ପିନ୍ଧି ଯାଇଥିଲେ ଦୁବାଇ

Spread the love

କନ୍ନଡ଼ ଅଭିନେତ୍ରୀ ରାନ୍ୟା ରାଓଙ୍କ ନିକଟରୁ ୧୪ କେଜିରୁ ଅଧିକ ସୁନା ଧରା ପଡ଼ିବା ପରେ ଏବେ ସେ ବେଶ ଚର୍ଚ୍ଚାରେ ରହିଛନ୍ତି । କିଏ ତାଙ୍କୁ ସୁରକ୍ଷା ଦେଉଥିଲା ଏବଂ କାହିଁକି ଏମିତି କରୁଥିଲେ ଏହାକୁ ନେଇ ଅଧିକ ତଦନ୍ତ ଚାଲିଛି । ସେପଟେ ତାଙ୍କ ବାପା ଜଣେ ବରିଷ୍ଠ ପୋଲିସ ଅଧିକାରୀ ହୋଇଥିବାବେଳେ ଏହାକୁ ନେଇ ମଧ୍ୟ ଅଧିକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତାଙ୍କ ବାପା ରାମଚନ୍ଦ୍ର ରାଓ ବର୍ତ୍ତମାନ କର୍ଣ୍ଣାଟକ ରାଜ୍ୟ ପୋଲିସ ହାଉସିଂ ଏବଂ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ପଦବୀରେ ଅଛନ୍ତି। ତେବେ ଅଭିନେତ୍ରୀ ଝିଅ ୧୫ ଦିନରେ ୪ଥର ଦୁବାଇ ଯାତ୍ରା କରିଥିଲେ । ଯାହାକୁ ନେଇ ସନ୍ଦେହ ବଢ଼ିଥିଲା । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ପ୍ରତିଥର ସେ ଗୋଟିଏ ଡ୍ରେସ ପିନ୍ଧି ଯାତ୍ରା କରୁଥିଲେ । ଯେଉଁଥିରୁ ସନ୍ଦେହ ବଢ଼ିଥିଲା । ଏହାପରେ ଘରେ ଆସି ଯାଞ୍ଚ କରାଯିବା ପରେ ୧୭ କେଜିରୁ ଅଧିକ ସୁନା ସହ ଅନ୍ୟ ମୂଲ୍ୟବାନ ଗହଣା ମିଳିଥିଲା । କୋଟି କୋଟି ଟଙ୍କାର ଗହଣା ଚାଲାଣ ମାମଲାରେ ତାଙ୍କୁ ଗିରଫ କରାଯାଇଥିବାବେଳେ ପୋଲିସ ଆହୁରି ଅଧିକ ତଦନ୍ତ କରୁଛି । ସେପଟେ ତଦନ୍ତରୁ ଏକ ବଡ଼ ତଥ୍ୟ ସାମନାକୁ ଆସିଛି । କେଜିଏ ସୁନା ପିଛା ସେ ଲକ୍ଷେ ଟଙ୍କା ପାଉଥିଲେ । ଏମିତିକି ଗୋଟିଏ ଥର ଦୁବାଇ ଯାଇ ଆସିଲେ ସେ ୧୩ରୁ ୧୪ ଲକ୍ଷ ଟଙ୍କା ପାଉଥିଲେ । ଏମିତି ଗତବର୍ଷ ବହୁବାର ଯାଇଥିବା ଜଣାପଡ଼ିଛି । ପ୍ରତିଥର କିନ୍ତୁ ଗୋଟିଏ ଜ୍ୟାକେଟ ଏବଂ ବେଲ୍ଟ ପିନ୍ଧି ଯାଉଥିଲେ । ଯାହା ସାହାର୍ଯ୍ୟରେ ସୁନା ଚାଲାଣ କରୁଥିଲେ ।

Leave a Reply

Your email address will not be published. Required fields are marked *