ମାହାଙ୍ଗା ବିଜେପି ବନ୍ଧୁ ମିଳନ ସଭା ମଞ୍ଚ ରୁ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ଙ୍କୁ ସିଧା ନିଶାନା ! ବିଧାୟକ ଙ୍କୁ ଭସ୍ମାସୁର କହିବା ସହିତ ଜବ କାର୍ଡ ଧାରୀ ବିଧାୟକ ମାହାଙ୍ଗା ରେ ବିଜେପି କୁ ଭାଙ୍ଗିବା ପାଇଁ ବାରମ୍ବାର ଷଡ଼ଯନ୍ତ୍ର କରୁଛନ୍ତି ବୋଲି ମାହାଙ୍ଗା ବିଜେପି ନେତା ସୁମନ୍ତ ଘଡେଇ ଅଭିଯୋଗ କରିଛନ୍ତି। ଆଜି ମଧ୍ୟାନ୍ନ ରେ ମାହାଙ୍ଗା ବିଜେପି ପକ୍ଷରୁ ନିଶ୍ଚିନ୍ତକୋଇଲି ବଜାର ବନ୍ଧନ ମଣ୍ଡପ ରେ ଆୟୋଜିତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ କଟକ ନଗର ସୁକାନ୍ତ ବିଶ୍ୱାଳ , କଟକ ଗ୍ରାମୀଣ ରାମ ନାରାୟଣ ମହାନ୍ତି ଓ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠୀ ଙ୍କ ସହିତ କଟକ ସଦର ବିଧାୟକ ପ୍ରକାଶ ସେଠୀ, ନିଆଳି ବିଧାୟକ ଛବି ମଲ୍ଲିକ ଓ ବଡମ୍ବା ବିଧାୟକ ବିଜୟ ଦଳବେହେରା ଯୋଗ ଦେଇଥିଲେ। ଉପସ୍ଥିତ 2000ରୁ ଊର୍ଧ୍ଵ କାର୍ଯ୍ୟକର୍ତ୍ତା ଙ୍କ ଉପସ୍ଥିତ ରେ ବିଧାୟକ ଓ ଜିଲ୍ଲା ସଭାପତି ମାନେ ମାହାଙ୍ଗା ରେ ସୁମନ୍ତ ଘଡେଇ ଙ୍କ ନେତୃତ୍ୱରେ ବିଜେପି ଆଗକୁ ବଢିବ ଓ ସଶକ୍ତ ହେବ କହିବା ବାହାନା ରେ ବିଧାୟକ ସାରଦା ଙ୍କୁ ଛିଗୁଲେଇକି କାଉଣ୍ଟର କରୁଥିବା ସ୍ପଷ୍ଟ ବାରି ହୋଇପଡୁଥିଲା। ବିଶାଳ ବାଇକ ରାଲି ରେ ଅତିଥି ମାନଙ୍କୁ କଟକ ଚାନ୍ଦବାଲି ରାସ୍ତା ର କୁଳିଆ ରଘୁନାଥ ମଠ ପାଖରୁ ତହସିଲ ଛକ, ବ୍ଲକ ଛକ ଓ ନିଶ୍ଚିନ୍ତକୋଇଲି ବଜାର ଦେଇ ବନ୍ଧନ ମଣ୍ଡପ ରେ ଯୋଗ ଦେଇଥିଲେ। ଆଜିର କାର୍ଯ୍ୟକ୍ରମ ରେ ବିଜେପି ର ସକ୍ରିୟତା କୁ ନେଇ ମାହାଙ୍ଗା ରେ ଉଷ୍ମ ହୋଇଛି ରାଜନୀତି।