• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଚଳିତ ମାସ ଆରମ୍ବରୁ ସାରା ରାଜ୍ୟରେ ଗ୍ରୀଷ୍ମ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":[],"is_sticker":false,"edited_since_last_sticker_save":false,"containsFTESticker":false}
Spread the love

ଚଳିତ ମାସ ଆରମ୍ବରୁ ସାରା ରାଜ୍ୟରେ ଗ୍ରୀଷ୍ମ ଲହରୀ ଆରମ୍ଭ ହେବା ସହ ତାପମାତ୍ରା ଉପର ମୁଁହା ହୋଇ ପ୍ରବଳ ରୌଦ୍ରତାପ ଆରମ୍ଭ ହୋଇଯାଇଥିବା ବେଳେ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଅଞ୍ଚଳରେ କିନ୍ତୁ ଭିନ୍ନ ଏକ ପରିବେଶ ଅନୁଭୂତ ହେଉଛି। ଦିନରେ ପ୍ରବଳ ଖରା ହେଉଥିବାବେଳେ ରାତିରେ ଥଣ୍ଡା ହେଉଛି। ଗୁରୁବାର ଘୁ.ଉଦୟଗିରି ସହରର ସର୍ବୋଚ୍ଚ ତାପମାତ୍ରା ୩୧.୨ଡିଗ୍ରୀ ଏବଂ ରାତିରେ ୮.୮ଡିଗ୍ରୀ ରେକର୍ଡ କରାଯାଇଥିବା ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।ଦିନର ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବା ସହ ପ୍ରବଳ ଖରା ଅନୁଭୂତ ହେଉଥିବା ବେଳେ ସଞ୍ଜ ନଇଁଲେ ଥଣ୍ଡା ଆରମ୍ଭ ହେଉଛି। ରାତି ବଢ଼ିବା ସହ ଥଣ୍ଡାର ପ୍ରକୋପ ବି ଅନୁଭୂତ ହେଉଛି। ଭୋରରୁ ଅଧିକ ଥଣ୍ଡା ଅନୁଭୂତ ହେଉଥିବା ବେଳେ ସକାଳ ୮ ଟା ପର୍ଯ୍ୟନ୍ତ ଶୀତ ଅନୁଭୂତ ହେଉଛି।
ଶୀତଋତୁରେ ଚଳିତ ବର୍ଷ ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡା ସହର ଭାବେ ଘୁ.ଉଦୟଗିରି ସ୍ଥାନିତ ହୋଇଥିବା ବେଳେ ଗୁରୁବାର ୧୦ଡିଗ୍ରୀ ତାପମାତ୍ରା ତଳେ ସହରର ତାପମାତ୍ରା ରହିଛି।

Leave a Reply

Your email address will not be published. Required fields are marked *