ଆକାଉଣ୍ଟକୁ ଆସିଲା ଆଉ ୫ ହଜାର ଟଙ୍କା । ସୁଭଦ୍ରାର ଦ୍ବିତୀୟ କିସ୍ତି ଟଙ୍କା ପଠାଇଲେ ରାଜ୍ୟ ସରକାର ।ବ୍ରହ୍ମପୁର ଆମ୍ବପୁଆ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ମହିଳାଙ୍କୁ ଟଙ୍କା ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଟଙ୍କା ପାଇବା ପରେ ଖୁସି ବ୍ୟକ୍ତ କରିଛନ୍ତି ମହିଳା ।ସୁଭଦ୍ରା ଯୋଜନା ଟଙ୍କା ଆସିବାରୁ ନେଇ କିଛି ମହିଳା ଉତ୍ସାହିତ ଅଛନ୍ତି । କିନ୍ତୁ ଆଉ କିଛି ହିତାଧିକାରୀଙ୍କ ଭିତରେ ଅଧିକ ଉତ୍କଣ୍ଠା ଦେଖାଯାଇଛି । କାରଣ କିଛି ଜଣଙ୍କ ଆକାଉଣ୍ଟକୁ ସିଧା ୧୦ ହଜାର ଟଙ୍କା ପଠାଇଛନ୍ତି ମୋହନ ସରକାର । ଜାନୁୟାରୀ ଶେଷ ସୁଦ୍ଧା ୧ କୋଟି ଆବେଦନକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିବାକୁ ସରକାର ଲକ୍ଷ୍ୟ ରଖିଥିଲେ । କେହି ଜଣେ ବି ଯୋଗ୍ୟ ହିତାଧିକାରୀ ଯେମିତି ବଞ୍ଚିତ ନ ହୁଅନ୍ତି ସୁଭଦ୍ରା ସ୍କିମ୍ରୁ, ତାହା ଉପରେ ସରକାର ଗୁରୁତ୍ବ ଦେଉଥିବା ପ୍ରଭାତୀ ସ୍ପଷ୍ଟ କରି ଆସୁଛନ୍ତି । ସୁଭଦ୍ରା ଯୋଜନାରେ ଅନେକ ମହିଳା ଆପ୍ଲାଏ କରିଥିଲେ ମଧ୍ୟ ସେମାନଙ୍କୁ ଏପର୍ଯ୍ୟନ୍ତ ଟଙ୍କା ମିଳିନାହିଁ । ପଞ୍ଚମ ପର୍ଯ୍ୟାୟରେ ଏହି ଟଙ୍କା ମିଳିପାରେ ବୋଲି ସେମାନେ ଆଶା ରଖିଥିଲେ । ଯଦି କୌଣସି ତ୍ରୁଟି କାରଣରୁ ମଧ୍ୟ ଏହି ପର୍ଯ୍ୟାୟରେ ସେମାନଙ୍କୁ ଟଙ୍କା ନ ମିଳିଛି ତେବେ ଦ୍ୱିତୀୟ କିସ୍ତିରେ ଏକାଥରେ ୧୦ ଟଙ୍କା ମିଳିବ । ସେପଟେ ମାର୍ଚ୍ଚ ୩୧ ସୁଭଦ୍ରା ଆବେଦନର ଶେଷ ତାରିଖ ହୋଇଥିବା ବେଳେ ସେବେଠାରୁ ଚାଲିବ ସର୍ଭେ । ସୁଭଦ୍ରାରୁ ବଞ୍ଚିତ ହିତାଧିକାରୀଙ୍କୁ ଡୋର ଟୁ ଡୋର ସର୍ଭେ କରିବେ ମିଶନ ଶକ୍ତି ମହିଳା ।