• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ପତ୍ନୀଙ୍କୁ ଶେଷ ଚିଠି ଲେଖି ଆତ୍ମହତ୍ୟା କଲେ ଆନିମେଟର

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":2,"remove":2},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

“ହାଏ ବେବି , ତୁମେ ଏହି ଚିଠି ପଢିବା ବେଳେ ହୁଏତ ମୁଁ ନଥିବି । ମୁଁ ମୋ ଜୀବନର ଶେଷ ମୁହୁର୍ତ୍ତରେ ମଧ୍ୟ ତୁମକୁ ଘୃଣାର ସହ ବିଦାୟ ଦେଇଥାନ୍ତି, କିନ୍ତୁ ମୁଁ ଏପରି କରି ପାରିବିନି। ଏହି ଶେଷ ମୁହୁର୍ତ୍ତରେ ମୁଁ ତୁମକୁ ଭଲ ପାଇବାର ସହ ବିଦାୟ ଦେଉଛି । ମୁଁ ତୁମକୁ ସେତେବେଳେ ବି ଭଲ ପାଉଥିଲି , ଏବେ ବି ଭଲ ପାଉଛି ଆଉ ଯେମିତି ତୁମକୁ କଥା ଦେଇଥିଲି, ଠିକ ସେମିତି ମୋ ଭଲ ପାଇବା ତୁମପାଇଁ କେବେ ବି କମ ହେବନି । ମୋ ଜୀବନର ସଂଘର୍ଷ କେମିତି ଥିଲା ମୋ ମାଆ ହିଁ ଜାଣିଛନ୍ତି । ଦୟାକରି ତାଙ୍କ ପାଖକୁ ଯିବନି । ସେ ଖୁବ ଭାଙ୍ଗି ପଡିଛନ୍ତି । “କିଛି ଏମିତି ନିଜ ପତ୍ନୀଙ୍କ ପାଇଁ ନିଜର ଶେଷ ଚିଠି ଲେଖିଥିଲେ ନିଶାନ୍ତ । ଆଉ ତା ପରେ ସବୁ କିଛି ଶେଷ ହୋଇ ଯାଇଥିଲା । ଦୂନିଆରୁ ସବୁଦିନ ପାଇଁ ବିଦାୟ ନେଇଥିଲେ ନିଶାନ୍ତ ତ୍ରିପାଠୀ ।

ମାନୁ ଶର୍ମା, ଅତୁଲ ସୁଭାସ , ଗୌତମ କୁମାରଙ୍କ ପରେ ଏବେ ମୁମ୍ବାଇର ବିଲେ ପାର୍ଲେ ଅଞ୍ଚଳର ୪୧ ବର୍ଷୀୟ ଆନିମେଟର ନିଶାନ୍ତ ତ୍ରୀପାଠୀ । ଏହି ସ୍ଥାନରେ ଥିବା ଏକ ବନ୍ଦ ହୋଟେଲରୁ ମିଳିଛି ନିଶାନ୍ତଙ୍କ ମୃତଦେହ । କିନ୍ତୁ ମୃତ୍ୟୁ ପୂର୍ବରୁ ସେ ଏକ ସୁଇସାଇଡ ନୋଟ ଲେଖି ନିଜ କମ୍ପାନୀର ୱେବସାଇଟରେ ଶେୟାର କରିଛନ୍ତି । ଯେଉଁଥିରେ ସେ ନିଜ ସ୍ତ୍ରୀ ଅପୂର୍ବା ପାରିକ ଏବଂ ସ୍ତ୍ରୀଙ୍କ ମାଉସୀ ପ୍ରାର୍ଥନାଙ୍କୁ ନିଜ ଆତ୍ମହତ୍ୟା ପଛର ଦୋଷୀ ବୋଲି ଦର୍ଶାଇଛନ୍ତି ।

ସେ ନିଜର ଆତ୍ମହତ୍ୟା କରିବାର ୩ ଦିନ ପୂର୍ବରୁ ଏକ ହୋଟେଲରେ ଆସି ରହୁଥିଲେ। ଏବଂ ଆତ୍ମହତ୍ୟା ଦିନ ସେ ପ୍ରଥମେ ନିଜର ସୁଇସାଇଡ ନୋଟ ଲେଖି ଆତ୍ମହତ୍ୟା କରିଥିଲେ । ନୋଟର ଶେଷରେ ନିଜ ପତ୍ନୀଙ୍କ ପାଇଁ କବିତା ମଧ୍ୟ ଲେଖିଥିଲେ ସୁଶାନ୍ତ ।
ତେବେ ମୃତ୍ୟପରେ ନିଶାନ୍ତଙ୍କ ମାଆ ନିଲମ ଚତୁର୍ବେଦୀ, ତାଙ୍କ ବୋହୁ ଏବଂ ତାଙ୍କ ମାଉସୀ ପ୍ରାର୍ଥନା ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଅପୂର୍ବାଙ୍କ ଉପରେ ବିଏନସି(BNC) ଧାରା ୧୦୮ ଅନୁଯାୟୀ ମାମଲା ରୁଜୁ କରିଛନ୍ତି । ନିଶାନ୍ତଙ୍କ ପତ୍ନୀ ଅପୂର୍ବା ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲେ ।

ପୂର୍ବରୁ ମଧ୍ୟ ବ୍ୟାଙ୍ଗଲୋର ସଫ୍ଟୱେୟାର ଇଞ୍ଜିନିୟର ଅତୁଲ ସୁବାସଙ୍କ ଏପରି ଆତ୍ମହତ୍ୟା ଘଟଣା ଚର୍ଚ୍ଚାକୁ ଆସିଥିଲା । ସେ ନିଜର ଆତ୍ମହତ୍ୟା ପୂର୍ବରୁ ନିଜ ପତ୍ନୀଙ୍କ ନିର୍ଯ୍ୟାତନା ବିରୋଧରେ ସୁଇସାଇଡ ନୋଟ ଲେଖି ଆତ୍ମହତ୍ୟା କରିଥିଲେ । ଏବେ ପୁଣି ୪୧ ବର୍ଷୀୟ ନିଶାନ୍ତ ନିଜ ପତ୍ନୀଙ୍କ ନିର୍ଯ୍ୟାତନାକୁ ସହି ନପାରି ଆତ୍ମହତ୍ୟା କରିଛନ୍ତି ।

Leave a Reply

Your email address will not be published. Required fields are marked *