• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଅନ୍ୟ କାହାକୁ ନିଜ ସିମ ଦେବା ହୋଇପାରେ ଭୟଙ୍କର

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"border":1,"transform":1,"remove":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଆପଣଙ୍କ ସିମ ବା ମୋବାଇଲର ବ୍ୟବହାର ଅନ୍ୟ କିଏ କରୁଛି ତେବେ ଆପଣ ଏହା ମନେରଖନ୍ତୁ ଯେ, ଆପଣଙ୍କୁ ମଧ୍ୟ ତା’ର ଅପରାଧ ପାଇଁ ଦଣ୍ଡ ମିଳିବ।
କେନ୍ଦ୍ର ସରକାର ଏକ ପରାମର୍ଶ ଜାରି କରି ଏହା ସ୍ପଷ୍ଟ କରିଛନ୍ତି ଯେ, ଯଦି କୌଣସି ଧୋକା, ସାଇବର ଅପରାଧ ବା ଅନ୍ୟ କୌଣସି ଭୁଲ ପାଇଁ ଅପରାଧୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତେବେ ଦାୟୀ ସେହି ୟୁଜର ହେବେ, ଯାହା ନାଁରେ ସିମ ରହିଛି। ଆଇନ ଅନୁଯାୟୀ, ଦଣ୍ଡ ପାଇବା ସମୟରେ ଯଦି ୟୁଜର କୁହନ୍ତି ଯେ, ସେ ମୋ ସିମ୍ ଏବଂ ଫୋନ ବ୍ୟବହାର କରୁଥିଲା, ମୁଁ ଜାଣିନାହିଁ ଏହି ବିଷୟରେ.. ତେବେ ସେଠାରେ ୟୁଜରଙ୍କ କଥା ଶୁଣାଯିବନି।ସାରା ଦେଶରେ ଲଗାତାର ସାଇବର ଅପରାଧ ବଢିଚାଲିଛି। ଏହି ସବୁ ମାମଲାରେ ସାଇବର ଠକମାନେ ଅନ୍ୟମାନଙ୍କ ନାମରେ ଚାଲୁଥିବା ସିମ କାର୍ଡର ବ୍ୟବହାର କରି ଅପରାଧ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ସରକାର ସିମ କିଣିବା ପାଇଁ ନିୟମକୁ କଡ଼ାକଡି କରିଛନ୍ତି। ଏହାପରେ ବି ଏଭଳି ମାମଲା ସାମ୍ନାକୁ ଆସୁଛି। ଆପଣ ନିଜ ନାମରେ କେତୋଟି ସିମ ଚାଲୁଛି, ତାହା ଜାଣିବା ପାଇଁ http://tafcop. sancharsaathi.gov. in/କୁ ଯାଇ ୧୦ ଅଙ୍କର ମୋବାଇଲ ନମ୍ବର ଏବଂ କୋଡ ପକାନ୍ତୁ।
ଏହାପରେ ଆପଣଙ୍କ ମୋବାଇଲକୁ ଏକ ଓଟିପି ଆସିବ। ତାକୁ ସେଠାରେ ଦେଇସାରିବା ପରେ ସଂପୂର୍ଣ୍ଣ ଲିଷ୍ଟ ସାମ୍ନାକୁ ଆସିଯିବ।

Leave a Reply

Your email address will not be published. Required fields are marked *