• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଆସନ୍ତାକାଲିଠୁ ଜଳିବ ପଶ୍ଚିମ ଓଡ଼ିଶା

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"remove":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ହୋଲିରେ ଅନୁଭବ ହେବ ଟାଇଁ ଟାଇଁ ଖରା । ଚଳିତ ସପ୍ତାହରେ ୪ ଦିନ ପାଇଁ ହିଟ ୱେଭ୍ ଓ୍ୱାର୍ଣ୍ଣିଂ ବା ଗ୍ରୀଷ୍ମ ପ୍ରବାହ ନେଇ ସତର୍କ କରିଛି ପାଣିପାଗ ବିଭାଗ । ୧୩,୧୪, ୧୫ ଓ ୧୬ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସମ୍ଭାଳ ତାତି ଅସ୍ତବ୍ୟସ୍ତ କରିବ ବୋଲି କୁହାଯାଇଛି ।ତେବେ ୪ ଦିନ ଯାଏଁ ପ୍ରବଳ ଖରା ନେଇ ୟେଲୋ ସହ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଆସନ୍ତାକାଲି ଅର୍ଥାତ ୧୩ ତାରିଖରେ ବଲାଙ୍ଗୀର,ବୌଦ୍ଧ, ସମ୍ବଲପୁର ଓ ଝାରସୁଗୁଡା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ୪ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ବିଭାଗ। ସେହିପରି ୧୪ ତାରିଖରେ ପ୍ରବଳ ଖରା ନେଇ ୬ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର ଓ ଅନୁଗୁଳକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ୧୫ ତାରିଖରେ ପ୍ରବଳ ଖରା ନେଇ ୫ ଜିଲ୍ଲା ସୁନ୍ଦରଗଡ଼, ସୋନପୁର, ଅନୁଗୁଳ ,ବରଗଡ଼ ଓ ମୟୂରଭଞ୍ଜକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ୧୬ ତାରିଖରେ ୬ ଜିଲ୍ଲା ବଲାଙ୍ଗୀର ,ବୌଦ୍ଧ,ସୋନପୁର,ବରଗଡ଼,ସୁନ୍ଦରଗଡ ଓ ମୟୂରଭଞ୍ଜକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।ସେପଟେ ଦିନରେ ଗ୍ରୀଷ୍ମ ପ୍ରବାହ ସହ ରାତିରେ ଉଷ୍ମ ରାତିର ଅନୁଭବ ହେବ ବୋଲି ବିଭାଗ ପୂର୍ବାନୁମାନ କରିଥିବା ବେଳେ, ଏନେଇ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ପଶ୍ଚିମ ଓଡ଼ିଶାରେ ହୋଇପାରେ ନିଆଁବର୍ଷା । ପାରଦ ୪୦ ଡିଗ୍ରୀ ଉପରକୁ ପାର୍ କରିବା ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବାଧିକ ୩୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱର ସର୍ବାଧିକ ୩୫.୪ ଡିଗ୍ରୀ ଓ କଟକରେ ୩୫.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Leave a Reply

Your email address will not be published. Required fields are marked *