• Mon. Apr 20th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ମାର୍ଚ୍ଚ 22 ରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍

Spread the love

ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଥିବା ସମସ୍ତ 10 ଟି ଫ୍ରାଞ୍ଚାଇଜ୍ ଆଗାମୀ ସିଜନ୍ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି।ସମସ୍ତ 10 ଟି ଦଳର କ୍ୟାପଟେନ ନିଜର ଅଧିନାୟକତ୍ୱରେ ଆଇପିଏଲ୍ ଟାଇଟଲ୍ ଜିତିବାକୁ ଚାହୁଁଛନ୍ତି। ଏହି ଲିଗରେ ଏପର୍ଯ୍ୟନ୍ତ 17 ଟି ସଂସ୍କରଣ ଖେଳାଯାଇଛି। ସେହି 17 ସିଜନରେ କେବଳ ଅଳ୍ପ କିଛି ଅଧିନାୟକ ଅଛନ୍ତି ଯେଉଁମାନେ ନିଜ ଦଳକୁ କ୍ରମାଗତ ସଫଳତା ପାଇ ଆଗେଇ ନେଇଛନ୍ତି। ତେବେ ପ୍ରଥମ ସ୍ଥାନରେ ରହିଛନ୍ତି ଏମଏସ ଧୋନି । ଏମଏସ ଧୋନି ନିଜ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପାଞ୍ଚ ଥର ଚାମ୍ପିୟନ କରିଛନ୍ତି। ଏହି କାରଣରୁ ଚେନ୍ନାଇ ସବୁଠାରୁ ସଫଳ ଫ୍ରାଞ୍ଚାଇଜ୍ ମଧ୍ୟରେ ଗଣାଯାଏ। ଏଥି ସହ ଏହି ଟୁର୍ନାମେଣ୍ଟର ଅନ୍ୟ ଅଧିନାୟକଙ୍କ ତୁଳନାରେ ଅଧିନାୟକ ଭାବରେ ଏମଏସ ଧୋନିଙ୍କ ବିଜୟ ପ୍ରତିଶତ ସର୍ବାଧିକ। ଆଉ ଦିତ୍ୱୀୟ ସ୍ଥାନରେ ରହିଛନ୍ତି ସଚିନ ତେନ୍ଦୁଲକର । ଧୋନି ଆଇପିଏଲରେ 226 ଟି ମ୍ୟାଚରେ CSKର ଅଧିନାୟକତ୍ୱ କରିଥିଲେ, ଏଥି ମଧ୍ୟରୁ ସେ 133 ମ୍ୟାଚ୍ ଜିତି 91 ରେ ହାରିଥିଲେ। ତାଙ୍କର ବିଜୟ ପ୍ରତିଶତ 58.84 ଯାହାକି ଅନ୍ୟ ଅଧିନାୟକଙ୍କ ତୁଳନାରେ ସର୍ବାଧିକ।ଏହି ତାଲିକାରେ ସଚିନ ତେନ୍ଦୁଲକରଙ୍କ ନାମ ଦ୍ୱିତୀୟ ସ୍ଥାନରେ ରହିଛି। ସଚିନ୍ ତାଙ୍କ ଆଇପିଏଲ୍ କ୍ୟାରିୟରରେ 51 ଟି ମ୍ୟାଚ୍ ଅଧିନାୟକ କରିଥିଲେ, ସେଥିମଧ୍ୟରୁ ସେ 30 ଟି ଜିତି 21 ଟି ହାରିଥିଲେ। ତାଙ୍କର ଜିତିବା ପ୍ରତିଶତ 58.82 ଥିଲା। ଏହି ତାଲିକାରେ ଷ୍ଟିଭ ସ୍ମିଥଙ୍କ ନାମ ତୃତୀୟ ସ୍ଥାନରେ ରହିଛି। ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରୋହିତ ଶର୍ମାଙ୍କ ନାମ ଯଥାକ୍ରମେ ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛି।

Leave a Reply

Your email address will not be published. Required fields are marked *