• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଘରର ଏହି ଦିଗରେ ଭୁଲରେ ମଧ୍ୟ ଲଗାନ୍ତୁ ନାହିଁ ଘଣ୍ଟା ଓ କ୍ଯାଲେଣ୍ଡର, ପୁରା ପରିବାର ହେଇଯାଏ ବର୍ବାଦ

Spread the love

ଘରର ଏହି ଦିଗରେ ଭୁଲରେ ମଧ୍ୟ ଲଗାନ୍ତୁ ନାହିଁ ଘଣ୍ଟା ଓ କ୍ଯାଲେଣ୍ଡର, ପୁରା ପରିବାର ହେଇଯାଏ ବର୍ବାଦ.
ଆପଣ ମାନେ ଜାଣିଥିବେ କି ସମୟ ଆମ ଜୀଵନ ରେ ବହୁତ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନିବାହ କରିଥାଏ । କାରଣ ଯେଉଁ ସମୟ ବିତି ଯାଇଛି ସେ ସମୟ ଆଉ ଥରେ ଫେରି ପାରିବ ନାହିଁ । ସେଥିପାଇଁ ଆମକୁ ସମୟ ର ମୁଲ୍ୟ ବୁଝିବା କୁ ପଡ଼ିଥାଏ । ଏବଂ ସମୟ କେତେ ଗୁରୁତ୍ୱ ପୂର୍ଣ ତାହା ମଧ୍ୟ ଜାଣିବା ନିହାତି ଆବଶ୍ୟକ । କୌଣସି ବି ସମୟ କୁ ବ୍ୟଥା ରେ ଯିବାକୁ ଦେବା ନାହିଁ ।ସମୟ ର ସଦୁପଯୋଗ କରିବା ଆବଶ୍ୟକ ।

ସମୟ ର ସଠିକ ସଦୁପଯୋଗ କଲେ ଜୀଵନ ସୁଖମୟ ହୋଇ ଥାଏ । ଏବଂ ଭୁଲ ବ୍ୟବହାର ଦ୍ୱାରା ଜୀଵନ ଖରାପ ହୋଇ ଯାଇଥାଏ । ଏବଂ ସଠିକ ସମୟ ଜାଣିବା ପାଇଁ ଆମକୁ ଘଂଟା ର ଆବଶ୍ୟକ ହୁଏ । ଏବଂ ଯେଉଁ ମାନଂକୁ ସଠିକ ସମୟରେ ସଠିକ କାମ କରିବାର ଥାଏ ସେମାନେ ସର୍ଵଦା ଘଂଟା ଦେଖିଥାନ୍ତି । ଏବଂ ନୀତିଦିନ ଜୀଵନ ରେ କିଛି ଏଭଳି କାମ ରହିଥାଏ । ଯାହା ପାଇଁ ଆମକୁ ସମୟ ଦେଖିବାକୁ ପଡ଼ିଥାଏ ।

ଏବଂ ଖାସ କରିକି ଘରର ମହିଳା ମାନଂକୁ ସେମାନଂକୁ ଘରର କାମ ସମସ୍ତ ଙ୍କୁ ଠିକ ସମୟରେ ପ୍ରସ୍ତୁତ କରିବା ଖାଇବା ଔଷଧ ଆଦି ସଠିକ ସମୟରେ ଦେବାକୁ ପଡିଥାଏ ଏବଂ ସେଥିପାଇଁ ସେମାନେ ଘଂଟା କଣ୍ଟା ସହ ତାଳ ମିଳେଇ କାମ କରିଥାନ୍ତି । ଆମ ଘର କାନ୍ତ ରେ ଏହି ଟଙ୍ଗା ଯାଇଥିବା ଘଂଟା କହିବାକୁ ଗଲେ ସାମାନ୍ୟ ମେସିନ କିନ୍ତୁ ଏହି ସାମାନ୍ୟ ମେସିନ ରେ ହିଁ ଆମ ଭାଗ୍ୟ ଲୁଚି ରହିଥାଏ ।

ଆମେ ସବୁବେଳେ ସମୟ କୁ ଦେଖିଥାଉ ଏବଂ ସମୟ ର ତାଳେ ତାଳେ ଆମେ ମଧ୍ୟ ଗତି କରି ପାରିବୁ ବୋଲି ଏବଂ ଏହା ଦ୍ବାରା ଆମେ ଆମ ଜୀବନରେ ଉନ୍ନତି ଏବଂ ସଫଳତା ପାଇଁ ପାରିବୁ ବୋଲି ଆମେ ସମୟ ସହିତ ବଦଳି ମଧ୍ୟ ଯାଇଥାଉ । ଆମ ଶାସ୍ତ୍ର ରେ ସବି ଵସ୍ତୁ କୁ ଏକ ନିଶ୍ଚିତ ସ୍ଥାନରେ ରଖିବାର ନିୟମ ରହିଛି । ଯାହା ଦ୍ୱାରା ସେ ଵସ୍ତୁ ଠାରୁ ଆମକୁ ଶୁଭ ଫଳ ମିଳି ପାରିବ । ଏବଂ ଘରର ଶାନ୍ତି ମଧ୍ୟ ବଜାୟ ରହିବ । ସେହି ପରି ସମୟ କହୁଥିବା ଘଂଟା କୁ ମଧ୍ୟ ରଖିବା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାନ ରହିଥାଏ । ଏହା ଭିତରେ ଆମ ଭାଗ୍ୟ ଲୁଚି ରହିଥାଏ ।

ସେଥିପାଇଁ ଘଂଟା କୁ ଏକ ସାମାନ୍ୟ ମେସିନ ଭାବିବା ଉଚିତ ନୁହେଁ । ତେଣୁ ଘଂଟା କୁ ମଧ୍ୟ ବାସ୍ତୁ ଅନୁସାରେ ସଠିକ ଦିଗ ରେ ରଖିବା ଉଚିତ ତେବେ ଆସନ୍ତୁ ଜାଣିନେବା ଏହାର ସଠିକ ଦିଗ କଣ । ସବୁ ଵସ୍ତୁ କୁ ଏକ ନିର୍ଦ୍ଦିଷ୍ଟ ଦିଗ ରେ ରଖିବା ଦ୍ୱାରା ଆମକୁ ସେଥିରୁ ସକରାତ୍ମକ ଉର୍ଜା ମିଳିଥାଏ ଯାହା ଆମ ଜୀଵନ କୁ ସୁଖମୟ କରିଥାଏ । ଏବଂ ଜୀବନରେ ଧନ ର ମଧ୍ୟ ଅଭାବ ରୁହେ ନାହିଁ ।

ଆମେ ନିଜ ସୁବିଧା ଅନୁସାରେ ଘଂଟା କଣ୍ଟା କୁ ଆଗ ପଛ କରି ରଖିଥାଉ ଯାହାକି ସର୍ଵଦା ଭୁଲ ହୋଇଥାଏ । ଘଂଟା କୁ ସର୍ଵଦା ନିୟମିତ ଏବଂ ସଠିକ ସମୟ ରେ ରଖିବା ଉଚିତ । କିନ୍ତୁ କେବେବି ଘଣ୍ଟା କଣ୍ଟା କୁ କେବେବି ପଛକୁ ରଖିବା ଉଚିତ ନୁହେଁ । ଏହା ଦ୍ୱାରା ଆମ ପରିଶ୍ରମ ର ଉଚିତ ଫଳ ମିଳି ନଥାଏ । ଏବଂ କେବେବି ଘରେ ବନ୍ଦ ରହିଥିବା ଘଂଟା କିମ୍ବା ଭାଙ୍ଗି ଯାଇଥିବା ଘଣ୍ଟା କୁ ଘରେ ରଖିବା ଉଚିତ ନୁହେଁ । ଏହାକୁ ଅଶୁଭ ବୋଲି କୁହାଯାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଆମକୁ ଘଂଟା କୁ ଘରର ମୁଖ୍ୟ ଦ୍ୱାରର ସାମ୍ନା ରେ କିମ୍ବା ତଳେ ରଖିବା ଉଚିତ ନୁହେଁ । ସର୍ଵଦା ଘରର ଉତ୍ତର ଦିଗ ଏବଂ ପୂର୍ବ ଦିଗ ରେ ହିଁ ଘଂଟା କୁ ଲଗାଇବା ଶୁଭ ବୋଲି ମାନ୍ୟତା ରହିଛି ।
ଏହି ଦୁଇଟି ଦିଗ ରେ ସକରାତ୍ମକ ଉର୍ଜା ରହିଥାଏ । ତେଣୁ ଏହି ଦିଗରେ ଘଂଟା କୁ ରଖିବା ଆବଶ୍ୟକ । ଏବଂ ଭୁଲରେ ବି ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ । ତେବେ ଘରର ଟଙ୍କାର ବକ୍ସ ମାନେ ଆପଣ ଆପଣଙ୍କର ଯେଉଁ ଜାଗାରେ ଟଙ୍କା ରଖିଥାନ୍ତି ତା ସାମ୍ନାରେ ଆପଣ କୌଣସି କାଚ ଆଇନା ହେଉ କିମ୍ବା କାଚ ବସ୍ତୁ ରଖୁଥାନ୍ତି ତେବେ ଆପଣଙ୍କର ଧନର ବୃଦ୍ଧି ହୋଇଥାଏ ।

ଘର ହେଉ କିମ୍ବା ଦୋକାନ ତାର ମେନ ଗେଟ ପାଖରେ ଦର୍ପଣ ବା କାଚରେ ତିଆରି ଯେକୌଣସି ବସ୍ତୁ ରଖିଲେ କୌଣସି ପ୍ରକାରର ନେଗେଟିଭ ଏନର୍ଜୀ ଘରକୁ ହେଉ କିମ୍ବା ଦୁକାନକୁ ପ୍ରବେଶ କରିପାରେ ନାହିଁ । ଘର ଏବଂ ଦୁକାନକୁ ଦୃଷ୍ଟି ଦୋଷ ଲାଗି ନଥାଏ । ଆଜିକାଳିତ ସମସ୍ତେ ସମସ୍ତଙ୍କ ଘରେ ଟିଭି କମ୍ପୁଟର ରଖିଛନ୍ତି ଏହା ସମସ୍ତେ ଜାଣନ୍ତି । କିନ୍ତୁ ଏପରି ଭୁଲ କରନ୍ତୁ ନାହିଁ । ଟିଭି ଏବଂ କମ୍ପୁଟର ସାମ୍ନାରେ ଆଇନା କେବେବି ରଖନ୍ତୁ ନାହିଁ । ଏହା ଦ୍ୱାରା ପରିବାରରେ କଲହର ସମ୍ଭବନା ଅଧିକ ଥାଏ ।

ତେବେ ଆମେ କେତେଥର ଏହି ଭୁଲ କରିଥାଉ କି ଆମର ପୁରୁଣା କ୍ୟାଲେଣ୍ଡରକୁ ନୂଆ କ୍ୟାଲେଣ୍ଡର ତଳେ ରଖିଦେଉ । କିନ୍ତୁ ଆପଣଙ୍କୁ କହି ରଖୁଛୁ ଯେ ଏହା କରିବା ବାସ୍ତୁଶାସ୍ତ୍ର ଦୃଷ୍ଟିରୁ ଅଶୁଭ ମାନାଯାଏ । ଘର ଭିତରେ କୌଣସିବି ଦିଗରେ ପୁରୁଣା କ୍ୟାଲେଣ୍ଡର ରଖନ୍ତୁ ନାହିଁ । ଏହା ଆପଣଙ୍କ ଜୀବନରେ ଆସିବାକୁ ଥିବା ଶୁଭ ଅବସରକୁ ରୋକି ଥାଏ । ପୁରୁଣା ଝଗଡା କ୍ଳେଶ, ଏପରି କଥାକୁ ଆପଣଙ୍କ ଜୀବନରେ ପୁଣି ନେଇ ଆସିଥାଏ । ଏଥିପାଇଁ ପୁରୁଣା କ୍ୟାଲେଣ୍ଡରକୁ ତୁରନ୍ତ ଘରୁ ବାହାର କରି ଫୋପାଡ଼ି ଦିଅନ୍ତୁ । ନୂଆ କ୍ୟାଲେଣ୍ଡରକୁ ଦୂରରେ ଲଗାନ୍ତୁ ।

Leave a Reply

Your email address will not be published. Required fields are marked *