ଭୟ ଲାଗୁଛି ସୁନା କିଣିବାକୁ, ହୁ ହୁ ହୋଇ ବଢି ଚାଲିଛି ସୁନା ଦର
ତକାଲି ରାଜଧାନୀରେ ଏହା ଯଥାକ୍ରମେ ୭୨,୬୦ ଟଙ୍କା ଓ ୭୬,୨୮୦ ଟଙ୍କା ରହିଥିଲା । ମାତ୍ର ଆଜି ପୁଣି ବୃଦ୍ଧି ଘଟିଛି ସୁନାଦରରେ । ଏହି ଦର ଅକ୍ଟୋବର ମାସର ପ୍ରାରମ୍ଭରେ ଥିବା ଦରଠାରୁ କିଛି ମାତ୍ରାରେ ବଢିଛି।ପାର୍ବଣରେ ଥିବାରୁ ସୁନା ଦର କମିଥିଲା ଓ ବଢୁଥିଲା । ମାତ୍ର ଦୁର୍ଗା ପୂଜା ସରି ସାରିଛି । ଆଗାକୁ ଦୀପାବଳି ଆସୁଛି । ଫଳରେ ନିଆଁ ଭଳି ହୁଦ ହୁଦ ହୋଇ ବଢି ଚାଲିଛି ସୁନାଦର । ଉଭୟ ଦେଶ ତଥା ରାଜ୍ୟରେ ସୁନା ଦର ଏବେ ଆକାଶଛୁଆଁ ହୋଇଛି । ସୁନା ଦାମରେ ଆଶ୍ୱସ୍ତି ମିଳିବାର ନାଁ ହିଁ ଉଠୁନି । ଫଳରେ ଏହା ଗ୍ରାହକଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି ସୁନା । ସୁନାକୁ ଛୁଇଁବାକୁ ଡର ଲାଗୁଛି ।ଦେଶରେ ଦ୍ରୁତ ବେଗରେ ବଢି ଚାଲିଥିବା ସୁନା ଦରରେ ଗତ କିଛି ମାସ ହେବ ବ୍ରେକ୍ ଲାଗିଥିବା ବେଳେ ଗତ କିଛି ଦିନ ହେବ ପୁଣି ଥରେ ବୃଦ୍ଧି ଘଟିବାରେ ଲାଗିଥିଲା । ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ, ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ଏହି ସୁନା ଦର ।
ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୦, ହଜାର ୩୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୬,୮୧୦ ହଜାର ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୩,୩୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୬,୯୭୦ ହୋଇଛି ।