• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଏମିତି ନକଲେ ଲ୍ୟାପଟପ୍ ଦେଇଦେବ ଧୋକା

Spread the love

ଅଧିକ ଦିନ ବ୍ୟବହାର ପାଇଁ ଏହି ଟିପ୍ସକୁ ଆପଣାନ୍ତୁ
ଲ୍ୟାପଟପର କେମିତି ଯତ୍ନ ନେଲେ, ଚାଲିବ ଅଧିକ ଦିନ, ଜାଣନ୍ତୁ ପାଠ ପଢାଠାରୁ ଆରମ୍ଭ କରି ଅଫିସ୍ କାମ ପର୍ଯ୍ୟନ୍ତ, ଲ୍ୟାପଟପ ଅନେକ ଆବଶ୍ୟକତାକୁ ପୂରଣ କରିଥାଏ । ଅନେକ ଲୋକେ କାମ ସହ ମନୋରଞ୍ଜନ ପାଇଁ ମଧ୍ୟ ଏହାର ବ୍ୟବହାର କରିଥାଆନ୍ତି । ତେବେ ଲ୍ୟାପଟପକୁ ଅନେକ ଦିନ ପର୍ଯ୍ୟନ୍ତ ଚଲାଇବା ପାଇଁ କିଛି ଟିପ୍ସ ଫଲୋ କରିବା ନିହାତି ଆବଶ୍ୟକ । ଆସନ୍ତୁ ଜାଣିବା ଏହି ବିଷୟରେ..

ଫିଜିକାଲ ଡ୍ୟାମେଜ: ଯଦି ଆପଣ ଲ୍ୟାପଟପକୁ ଦୂର ସ୍ଥାନ ଯାତ୍ରାରେ ନେଉଛନ୍ତି ତେବେ ଆପଣ ଏଥିପାଇଁ ଏକ ଭଲ ଲ୍ୟାପଟପ ବ୍ୟାଗ ନେଇ ଯାଆନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ଲ୍ୟାପଟପ୍ ସୁରକ୍ଷିତ ରହିବ ଏବଂ ଫିଜିକାଲ ଡ୍ୟାମେଜ ହେବ ନାହିଁ ।

ଲିକ୍ୱିଡ ଠାରୁ ଦୂରେଇ ରଖନ୍ତୁ: କିଛି ଲୋକେ କାମ କରିବା ସମୟରେ ଲ୍ୟାପଟପରେ ଚାହା ଏବଂ କିଛି ଜୁସକୁ ଢାଳିଦେଇଥାଆନ୍ତି । ଏଥିରେ ଲ୍ୟାପଟପର ଇଣ୍ଟରନାଲ ପୋର୍ଟସ ଖରାପ ହୋଇଯାଇଥାଏ । ଏଥିପାଇଁ ଯେକୌଣସି ପ୍ରକାରର ଲିକ୍ୱିଡକୁ ଲ୍ୟାପଟପ ଠାରୁ ଦୂରେଇ ରଖନ୍ତୁ ।ଗରମ ତାପମାନରେ ବ୍ୟବହାର କରନ୍ତୁନି: ଓଭର ହିଟିଂର ପ୍ରଭାବ ଲ୍ୟାପଟପର ବ୍ୟାଟେରୀ ଉପରେ ପଡିଥାଏ । ଏଥିପାଇଁ ସର୍ବଦା କାମ କରିବା ସମୟରେ ତାପମାନ ଥଣ୍ଡା ରଖିବାକୁ ଚେଷ୍ଟା କରନ୍ତୁ । ଏଥିପାଇଁ କୁଲିଂ ପ୍ୟାଡର ମଧ୍ୟ ବ୍ୟବହାର କରନ୍ତୁ ।

ମାଲୱେୟାର ଏବଂ ଭାଇରସଠାରୁ ଦୂରେଇ ରଖନ୍ତୁ: ମାଲୱେୟାର ଏବଂ ଭାଇରସ ଡାଟା ଚୋରି ସହ ଲ୍ୟାପଟପ ଚାଲିବାକୁ ଧିମା କରିଥାଏ । ଭାଇରସ କାରଣରୁ ଲ୍ୟାପଟପ ହଠାତ୍ ବନ୍ଦ ହୋଇଯାଇପାରେ ।

ସଫ୍ଟୱେୟାରକୁ କରନ୍ତୁ ଅପଡେଟ୍‌: ଲ୍ୟାପଟପ କିମ୍ବା ଫୋନ ସମେତ ଯେକୌଣସି ଡିଭାଇସର ସଠିକ ବ୍ୟବହାର ପାଇଁ ସର୍ବଦା ସଫ୍ଟୱେୟାର ଅପଡେଟ କରନ୍ତୁ । ଏଥିପାଇଁ ନିୟମିତ ଭାବେ ନିଜ ଡିଭାଇସକୁ ଅପଡେଟ କରନ୍ତୁ । ଏଥିରେ ନୂଆ ଫିଚର ମିଳିବା ସହ ବଗ୍ସରେ ହେଉଥିବା ବିପଦ ମଧ୍ୟ ଦୂରେଇ ଯାଏ ।

Leave a Reply

Your email address will not be published. Required fields are marked *