• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଗ୍ରୀଷ୍ମ ଋତୁରେ ହୃଦଘାତର ଆଶଙ୍କା କାହିଁକି ବଢ଼ିଥାଏ

Spread the love

ଜଳବାୟୁ ପରିବର୍ତ୍ତନ କାରଣରୁ ଦେଖା ଦେଇପାରେ ହୃତପିଣ୍ଡ ଜନିତ ସମସ୍ୟା। ନିକଟରେ ଅଷ୍ଟ୍ରେଲିଆରେ ହୋଇଥିବା ଏକ ଗବେଷଣା ଅନୁସାରେ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ କାରଣରୁ ପ୍ରତି ବର୍ଷ ହଜାର ହଜାର ଜୀବନ ଯାଉଥିବା ଜାଣିବାକୁ ମିଳିଛି । ଜଳବାୟୁ ପରିବର୍ତ୍ତନ ସହିତ ହୃତପିଣ୍ଡର କ’ଣ ରହିଛି ସମ୍ପର୍କ ? ତାପମାତ୍ରା ବଢିଲେ ଦେଖାଦିଏ କି ହୃତପିଣ୍ଡ ଜନିତ ସମସ୍ୟା ? ଆସନ୍ତୁ ଜାଣିବା

ବୈଜ୍ଞାନିକଙ୍କ କହିବା ଅନୁସାରେ, ତାପମାତ୍ରା ବୃଦ୍ଧି ପାଇଲେ ଏହାର ପ୍ରଭାବ ଶରୀର ଉପରେ ପଡିଥାଏ। ଏହା ଦ୍ବାରା ଶରୀରର ତାପମାତ୍ରା ବୃଦ୍ଧି ପାଇଥାଏ। ଏହି କାରଣରୁ ଶରୀରକୁ ନିୟନ୍ତ୍ରିତ ରଖିବାକୁ ଅଧିକ ସମୟ କାମ କରିଥାଏ ହୃତପିଣ୍ଡ। ତାପମାତ୍ରା ବୃଦ୍ଧି ହେଲେ ଅସୁସ୍ଥ ବ୍ୟକ୍ତିମାନଙ୍କ ହୃତପିଣ୍ଡ ଜନିତ ସମସ୍ୟା ଅଧିକ ଦେଖା ଦେଇଥାଏ। ଅତ୍ୟଧିକ ଗରମ କାରଣରୁ ରକ୍ତ ଚାପ ମଧ୍ୟ ବଢିଥାଏ। ଏହାଦ୍ବାରା ହାର୍ଟ ଆଟାକ ଭଳି ରୋଗର ସମସ୍ୟା ବୃଦ୍ଧି ପାଏ।

ଗବେଷଣା ଅନୁସାରେ, ତାପମାତ୍ରା ବୃଦ୍ଧି ହେଲେ ଆଗାମୀ ୨୫ ବର୍ଷ ମଧ୍ୟରେ ହୃଦୟ ଜନିତ ସମସ୍ୟା, ବର୍ତ୍ତମାନ ଅପେକ୍ଷା ୩ ଗୁଣ ବଢିପାରେ। ଭାରତରେ ଏହି ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ଅନ୍ୟପଟେ ଜଳବାୟୁ ପରିବର୍ତ୍ତନ ଲାଗି ରହିଲେ ହୃତପିଣ୍ଡ ଜନିତ ସମସ୍ୟା ଅନେକ ପରିମାଣରେ ବଢିବାର ସମ୍ଭାବନା ରହିଛି।ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ଏ ବର୍ଷ ଭାରତରେ ଅଧିକ ତାପମାତ୍ରା ଓ ଲୁ’ ର ଆଶଙ୍କା କରାଯାଉଛି । ଦେଶର ଅନେକ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି। ଏପରି ସ୍ଥିତିର ମୁଖ୍ୟ କାରଣ ଜଳବାୟୁ ପରିବର୍ତ୍ତନର ବୋଲି ପାଣିପାଗ ବିଜ୍ଞାନୀମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *