• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ମରିଗଲା ମଣିଷ ପଣିଆ ଶେଷରେ କୁକୁରକୁ ବି ଛାଡିଲେ ନାହିଁ

Spread the love

ରାସ୍ତା ଉପରେ ଆତଙ୍କ ମଚାଇଲେ, କୁକୁରକୁ ଖଣ୍ଡାରେ ଜଣକ ପରେ ଜଣେ ହାଣି ହାଣି ମାରିଦେଲେ
କୁକୁରକୁ ହାଣିଲେ ଆତଙ୍କ ଖେଳାଇଲେ ୮ ଦୁର୍ବୃତ୍ତ। କୁକୁରକୁ ଜଣକ ପରେ ଜଣେ ହାଣିବାର ସିସିଟିଭିରେ କଏଦ। କାହିଁକି ଏ ଅବିବେକି ଲୋକ ଗୁଡ଼ାକ ନିରିହ କୁକୁରଟାକୁ ଏମିତି ଛଟପଟ କରି ମାରିଲେ।ରାସ୍ତାରେ ଖଣ୍ଡା ଧରି ବୁଲିଲେ ୮ ଦୁର୍ବୃତ୍ତ। ସ୍ଥାନୀୟ ଅଞ୍ଚଳରେ ଆତଙ୍କ ମଚାଇବା ସହ କୁକୁରକୁ ଜଣକ ପରେ ଜଣେ ଖଣ୍ଡାରେ ହାଣି ଚାଲିଲେ। ରାସ୍ତା ଉପରେ ଶୋଇଥିବା ନିରିହ ଜୀବଟାକୁ ବି ଛାଡିଲେନି। କୁକୁରଟି କଷ୍ଟରେ ଛଟ ପଟ ହୋଇ ଚିତ୍କାର କରୁଥିଲା, ହେଲେ ଏ ଅବିବେକି ଲୋକ ଗୁଡ଼ା ଜଣକ ପରେ ଜଣେ ନୃଶଂସ ଭାବରେ ତାକୁ ହାଣି ଚାଲିଥିଲେ।

ଶେଷରେ ଏ ମଣିଷଙ୍କ ଅତ୍ୟାଚାର ସହି ନପାରି ସେହିଠାରେ ହିଁ ଆଖି ବୁଜିଦେଲା। ହଁ ଆଜିକାଲିର ସମାଜ ଏତେ କଳୁଷିତ ହୋଇଗଲାଣି ଯେ, ଜଣେ ଅନ୍ୟଜଣର ଜୀବନ ନେବାକୁ ବି ପଛାଉନାହିଁ। ଆଉ ତା ପରେ ଇଏ ତ ପଶୁ ଟାଏ।

ନା ପାଟି ଫିଟୁଛି ନା ନିଜର କଷ୍ଟ କାହା ପାଖରେ କହି ପାରୁଛି। ତେଣୁ ଯିଏ ଯେତେବେଳେ ଯେମିତି ପାରିଲା ତା ଉପରେ ଅତ୍ୟାଚାର କରିପାରିଲା। ଠିକ୍ ସେହିପରି ବ୍ରହ୍ମପୁର ଟାଉନ ଥାନା ଗାନ୍ଧୀନଗର ଲାଇନ-୭ରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି।କିଛି ଦୁର୍ବୃତ୍ତ ରାସ୍ତା ଉପରେ ଆତଙ୍କ ମଚାଇବା ସହ, ରାସ୍ତା କଡ଼ରେ ଶୋଇଥିବା ଏକ କୁକୁରକୁ ଜଣକ ପରେ ଜଣେ ଖଣ୍ଡାରେ ହାଣି ହାଣି ମାରି ଦେଇଛନ୍ତି। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ହେଲେ ଦୁର୍ବୃତ୍ତମାନେ କାହିଁକି ରାସ୍ତାରେ ଶୋଇଥିବା କୁକୁରକୁ ହାଣିଲେ ତାହା ଜଣାପଡିନାହିଁ।

Leave a Reply

Your email address will not be published. Required fields are marked *