• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ବିଧାନସଭାରେ ହାଇଡ୍ରାମା

Spread the love

ଆହତ ହେଲେ ବିଧାୟକ
ବିଧାନସଭାରେ ଦିନ ତମାମ ହାଇଡ୍ରାମା ଦେଖିବାକୁ ମିଳିଛି। ପ୍ରଥମେ ଶାସକ ଦଳ ବିରୋଧରେ ନାରାବାଜି ଦେଇ ଗୃହରୁ ନିଲମ୍ବିତ ହେଲେ କଂଗ୍ରେସର ୧୨ ବିଧାୟକ। ପରେ ବିଧାୟକଙ୍କୁ ଗୃହରୁ ବାହାର କରିବା ପାଇଁ ମାର୍ଶାଲଙ୍କୁ ନିର୍ଦ୍ଦେଶ ଦେଲେ ବାଚସ୍ପତି। ଏହାରି ଭିତରେ ବିଧାନସଭାରେ ଲବି ଗେଟ୍ ବନ୍ଦ କରିବାକୁ ନେଇ ମୁହାଁମୁହିଁ ସୋଇଛନ୍ତି ସୁରକ୍ଷାକର୍ମୀ ଓ ବିଧାୟକ। ଲବି ମଧ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଗୃହ ଭିତରକୁ ପ୍ରବେଶ ପାଇଁ ଅନୁମତି ଦେଇନଥିଲେ ସୁରକ୍ଷାକର୍ମୀ। ଏଥିରେ ସୁରକ୍ଷାକର୍ମୀ ଓ ବିଧାୟକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏଥିରେ ବିଧାୟକ ରାମଚନ୍ଦ୍ର କାଡାମ ଆହତ ହୋଇଥିଲେ ଓ ୧୦୮ ଆମ୍ବୁଲାନ୍ସକୁ ଡକା ଯାଇଥିଲା। ସେପଟେ ବିଧାନସଭା ବାହାରେ ଧାରଣାରତ ଅଛନ୍ତି ଯୁବ କଂଗ୍ରେସ କର୍ମୀ। କଂଗ୍ରେସ ବିଧାୟକଙ୍କୁ ନିଲମ୍ବନକୁ ପ୍ରତିବାଦ କରି କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଓ ନରସିଂହ ମିଶ୍ରଙ୍କ ସମେତ ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ବିଧାନସଭା ପରିସରରେ ଅଛନ୍ତି। ଅନ୍ୟପଟେ ବିଧାନସଭା ପରିସରରେ ବିଏନଏସ ଧାରା ୧୬୩ ଲାଗୁ ହୋଇଛି। ଧାରଣା ଦେଇଥିବା କର୍ମୀଙ୍କୁ ଉଠାଇ ନେଉଛି।

Leave a Reply

Your email address will not be published. Required fields are marked *