ଜାଣନ୍ତୁ କେମିତି ରହିଛି ଆବେଦନ ପ୍ରକ୍ରିୟା ବର୍ତ୍ତମାନ ସମୟରେ ପ୍ରତ୍ୟେକଙ୍କୁ ରୋଜଗାରକ୍ଷମ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି ସରକାର । ଏଥିପାଇଁ ବିଭିନ୍ନ ସମୟରେ ଆୟୋଜନ ହେଉଛି ନିଯୁକ୍ତିମେଳା । ଖାଲି ସେତିକି ନୁହେଁ, ଯେଉଁମାନେ ନିଯୁକ୍ତି ବଦଳରେ ବ୍ୟବସାୟ କରିବାକୁ ଚାହୁଁଛନ୍ତି ସେମାନଙ୍କ ଉପରେ ବି ଧ୍ୟାନ ଦେଉଛନ୍ତି ସରକାର । ଏଥିପାଇଁ ଆରମ୍ଭ ହେବାକୁ ଯାଉଛି ନିଯୁକ୍ତି ସୃଜନ କାର୍ଯ୍ୟକ୍ରମ(Employment Generation Program) ଏହା ଏକ କ୍ରେଡିଟ୍ ଲିମିଟ୍ ସବ୍ସିଡି ସ୍କିମ୍ – ସରକାରଙ୍କ ଏହି ସ୍କିମ୍ ଅନୁଯାୟୀ ଉତ୍ପାଦନ କ୍ଷେତ୍ର(Manufacturing Unit ) ପାଇଁ ୫୦ ଲକ୍ଷ ଟଙ୍କା ଓ ସର୍ଭିସ୍ ସେକ୍ଟର ପାଇଁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବେ ସରକାର । ତେବେ ଏଥିପାଇଁ ହିତାଧିକାରୀଙ୍କୁ ମୋଟ ବିନିଯୋଗର ଅତିକମ୍ରେ ୫ ପ୍ରତିଶତ ଅର୍ଥରେ ବ୍ୟବସାୟ ଆରମ୍ଭ କରିବାକୁ ହେବ । ବାକି ଟଙ୍କା ୫ଟି ବିତ୍ତୀୟ ବର୍ଷରେ ଯୋଗାଇ ଦେବେ ସରକାର । ଏଥିପାଇଁ ସରକାର ୧୩ ହଜାର ୫୪୪ କୋଟି ଟଙ୍କା ଖର୍ଚ୍ଚ କରିବେ ।ଋଣ ଗ୍ରହୀତାଙ୍କୁ ମିଳିବ ୩୫ ପ୍ରତିଶତ ରିହାତି-ସରକାରଙ୍କ ଏହି ପ୍ରୋଗ୍ରାମ୍ରେ ଗ୍ରାମୀଣ ଅଞ୍ଚଳରେ ଋଣଗ୍ରହୀତାଙ୍କୁ ୩୫ ପ୍ରତିଶତ ପର୍ଯ୍ୟନ୍ତ ସବ୍ସିଡି ମିଳିବ । ସହରାଞ୍ଚଳରେ ରହୁଥିବା ହିତାଧିକାରୀଙ୍କୁ ଏହି ପ୍ରୋଗ୍ରାମରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ । ତେବେ ଏଥିରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ହିତାଧିକାରୀଙ୍କୁ କୌଣସି ଗ୍ୟାରେଣ୍ଟି ଦେବାକୁ ପଡ଼ିବ ନାହିଁ । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା କାରୀଗର ଓ ବେକାରୀ ଯୁବଗୋଷ୍ଠୀଙ୍କୁ ନେଇ ଏକ ବ୍ୟବସାୟ ଆରମ୍ଭ କରିବା ସହ ଆତ୍ମନିର୍ଭରଶୀଳ କରାଇବା ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ । ଦାଦନ ଶ୍ରମିକ ପ୍ରଥାକୁ ରୋକିବା ଦିଗରେ ଏହା ଏକ ପାଇଲଟ୍ ପ୍ରୋଜେକ୍ଟ ଭଳି କାମ କରିପାରେ । ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ଦ୍ୱାରା ଏହି ଯୋଜନା ପରିଚାଳନା କରାଯିବ ।ଏମାନେ କରିବେ ଆବେଦନ-ଏହି ଯୋଜନାର ଲାଭ ଉଠାଇବାକୁ ହିତାଧିକାରୀ ଭାରତୀୟ ହୋଇଥିବା ଆବଶ୍ୟକ । ବୟସ ୧୮ ବର୍ଷରୁ ଅଧିକ ହୋଇଥିବା ଦରକାର । ସେହିଭଳି ଆବେଦନକାରୀଙ୍କ ଅଷ୍ଟମ ପାସ୍ କରିଥିବା ଦରକାର । ଖାଲି ସେତିକି ନୁହେଁ, ହିତାଧିକାରୀ ଅନ୍ୟ କୌଣସି ସରକାରୀ ରିହାତି ଯୋଜନାର ଲାଭ ଉଠାଉଥିଲେ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ ।ଏଥିପାଇଁ ହିତାଧିକାରୀ ଅନ୍ଲାଇନ୍ ଆବେଦନ କରି ପାରିବେ । ଏଥିପାଇଁ ଖଦି ଉଦ୍ୟୋଗ ଆୟୋଗର ୱେବ୍ସାଇଟ୍ ଭିଜିଟ୍ କରିପାରିବେ । ଏଠାରେ PMEGP ଅପ୍ସନ୍ ଉପରେ କ୍ଲିକ୍ କରିବା ପରେ ପ୍ରଧାନମନ୍ତ୍ରୀ ଏମ୍ପ୍ଲୋୟମେଣ୍ଟ୍ ପ୍ରୋଗ୍ରାମ୍ ପେଜ୍ ଖୋଲିବ । ଆପ୍ଲିକେସନ ଫର୍ ନ୍ୟୁ ୟୁନିଟ୍ ଆପ୍ଲାଏ ବଟନ୍ ଉପରେ କ୍ଲିକ୍ କରିବାକୁ ହେବ । ଏଠାରେ ସମସ୍ତ ଦସ୍ତାବିଜ୍ ଦାଖଲ କରିବା ପରେ ସବ୍ମିଟ୍ ଉପରେ କ୍ଲିକ୍ କରନ୍ତୁ । ଏହାପରେ ଆପଣଙ୍କ ଆପ୍ଲିକେସନ ଦାଖଲ ହୋଇଯିବ ।