ଭିଜିଲାନ୍ସ ଜାଲରେ ଧରା ପଡିଲେ ଆଠମଲ୍ଲିକ ତହସିଲର ବରିଷ୍ଠ କିରାଣୀ ସତ୍ୟପ୍ରିୟ ନାୟକ । ଆଜି ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କେନ୍ଦୁପାଟି ଗ୍ରାମର ଚରଣ ନାୟକଙ୍କ ଠାରୁ ଜମିବାଡ଼ି ଭାଗ କରି ପଟା କରେଇ ଦେବା ପାଇଁ 20000 ହଜାର ଲାଞ୍ଚ ମାଗିଥିଲେ । କେବଳ ଯେ ଚରଣ ନୁହେଁ ଜମିଜମା ରେକର୍ଡ, ଜମି ମାଲିକାନା ଇତ୍ୟାଦି ପାଇଁ ଆଠମଲ୍ଲିକରେ ଲୋକେ ହଇରାଣ ହେଉଥିଲେ । ଶୁକ୍ରବାର ଚରଣ ନାୟକଙ୍କ ଠାରୁ ଜମିବାଡ଼ି ଭାଗ କରାଇ ଦେବା ପାଇଁ ୨୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ଅନୁଗୁଳ ଭିଜିଲାନ୍ସ ଟିମ୍ ହାତରେ ଧରା ପଡିଥିଲେ କିରାଣୀ ସତ୍ୟପ୍ରିୟ ନାୟକ । ଅଭିଯୋଗକାରୀ ଚରଣ ନାୟକଙ୍କ କହିବା ଅନୁସାରେ, ଏହି କାମ ପାଇଁ ଦୀର୍ଘ ୬ ମାସ ହେଲା ଆଠମଲ୍ଲିକ ତହସିଲ ବିଭାଗ ତାଙ୍କୁ ଦଉଡାଉ ଥିଲେ । 20 ହଜାର ଟଙ୍କl ଆଠମଲ୍ଲିକ ରଥସାହି ପାଖରେ ଥିବା SBI ATM ପାଖରେ ଦେଇଥିଲେ ଚରଣ ନାୟକ, କିରାଣୀ ଟଙ୍କା କୁ cash ଡିପୋଜିଟ କରିବା ପାଇଁ atm ଭିତରକୁ ଯାଉଥିବା ସମୟରେ ଭିଜିଲାନ୍ସ ଅଧିକାରୀ ମାନେ ମାଡି ବସିଥିଲେ l ବର୍ତମାନ ସୁଦ୍ଧା କିରାଣୀ ସତ୍ୟପ୍ରିୟ ନାୟକ ଙ୍କ ଆଠମଲ୍ଲିକ ସରକାରୀ ବାସଗୃହ ଓ ତହସିଲ କାର୍ଯ୍ୟଳୟ ସମେତ ଠାକୁରଗଡ଼ ଥାନା ସାପଘରl ଗ୍ରାମରେ ଥିବା ନିଜ ଘର ଏବଂ ତାଙ୍କ ସ୍ତ୍ରୀ ଙ୍କ ବ୍ରହ୍ମପୁର ହିଞ୍ଜିଳିକାଟୁ ରେ ଥିବା ଭଡା ଘରେ ଖୋଳତାଡ ଚାଲିଥିବା ସୂଚନା ମିଳିଛି l