• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସଦଗୁରୁ ଚକ୍ଷୁ ଚିକିତ୍ସାଳୟ ଓ ଜୟ ମା’ ମଙ୍ଗଳା କ୍ଲବ୍ ଆନୁକୂଲ୍ୟରେ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ

Spread the love

ଜଗତପୁର ସ୍ଥିତ ସଦଗୁରୁ ଚକ୍ଷୁ ଚିକିତ୍ସାଳୟ ଓ ଜୟ ମା’ ମଙ୍ଗଳା କ୍ଲବ୍ ର ମିଳିତ ଆନୁକୂଲ୍ୟରେ କ୍ରିକେଟ କ୍ଲବ୍ ପରିସରରେ ଅନୁଷ୍ଠିତ ହୋଇଛି ମାଗଣା ଚକ୍ଷୁ ଶିବିର। ଚୌଦ୍ଵାର-କଟକର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ଵାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠିତ ଶିବିରକୁ ଉଦଘାଟନ କରିଥିଲେ। ସଦଗୁରୁ ଚକ୍ଷୁ ଚିକିତ୍ସାଳୟର ପରିଚାଳନା ନିର୍ଦ୍ଦେଶକ ନୋଭିନା ବୋଥାଜୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଚିକିତ୍ସାଳୟର ମୁଖ୍ୟ ଚକ୍ଷୁ ଚିକିତ୍ସା ଅଧିକାରୀ ଡାକ୍ତର ଅଜିତ୍ ଅଗ୍ରୱାଲଙ୍କ ଦ୍ବାରା ଚକ୍ଷୁ ପରୀକ୍ଷା କରାଯାଇଥିଲା। ଶିବିରରେ ମୋଟ୍ ୯୬ ଜଣ ଚକ୍ଷୁ ପରୀକ୍ଷା କରିଥିଲେ। ସମସ୍ତଙ୍କ ପାଇଁ ମାଗଣା ଔଷଧ ସାଙ୍ଗକୁ ଡାଇବେଟିସ ଓ ରକ୍ତଚାପ ପରୀକ୍ଷା କରାଯିବାର ବ୍ୟବସ୍ଥା ରହିଥିଲା। ସେମାନଙ୍କ ମଧ୍ୟରୁ ୫୦ଜଣକୁ ମାଗଣା ଚଷମା ପ୍ରଦାନ କରିଯିବା ସହିତ ୪୨ ଜଣଙ୍କ ଠାରେ ମୋତିଆବିନ୍ଦୁ ଚିହ୍ନଟ ହୋଇଥିବା ଚିକିତ୍ସାଳୟର ଅପରେସନ ମ୍ୟାନେଜର ଜାହିର ଉଦ୍ଦିନ୍ ଶାହା ସୂଚନା ଦେଇଛନ୍ତି। ଶିବିରରେ ସମ୍ମାନୀତ ଅତିଥି ଭାବେ CMC ମେୟର ସୁବାସ ସିଂ,ବାରବାଟୀ-କଟକ ବିଧାୟିକା ଇଂ ସୋଫିଆ ଫିର୍ଦ୍ଦୋସ୍,ସଦଗୁରୁ ମେଡିକାଲ୍ ଆଣ୍ଡ କଲେଜ୍ ର ପ୍ରତିଷ୍ଠାତା ଡାକ୍ତର ପ୍ରଦୀପ କୁମାର ମହାନ୍ତି ଓ ଡାକ୍ତର ସମିତା ମହାନ୍ତି,ଡେପୁଟି ମେୟର ଦମୟନ୍ତୀ ମାଝୀ,ପୂର୍ବତନ କର୍ପୋରେଟର ନବକିଶୋର ସ୍ବାଇଁ ଓ ନିରୋଦ ଚନ୍ଦ୍ର ପଣ୍ଡା,ତରୋଳ ଗ୍ରାମ୍ୟ କମିଟି ସଭାପତି ତଥା କ୍ଲବ୍ ସଭାପତି ନିରଞ୍ଜନ ବିଶ୍ୱାଳ,ମୂରବୀ ବିଳାସ ଚନ୍ଦ୍ର ବିଶ୍ଵାଳ,ଜଗତପୁର ଟ୍ରକ୍ ମାଲିକ ସଂଘ ସଭାପତି ଦିଲ୍ଲୀପ କୁମାର ଜେନା,ହେମରାଜ ବିଶ୍ଵାଳ,ଅଲେଖ ଚନ୍ଦ୍ର ବେହେରା,ଗୌରାଙ୍ଗ ପାତ୍ର,ଗୋଲଖ ରାଉତ,ମାଧବାନନ୍ଦ ବିଶ୍ଵାଳ,ଅଶୋକ ମିଶ୍ର,ସରୋଜିନୀ ମାହାଳୀ ଏବଂ ଭାନୁମତୀ ପରିଜା ପ୍ରମୁଖ ଯୋଗ ଦେଇଥିଲେ। ଚିକିତ୍ସାଳୟର ନିର୍ଦ୍ଦେଶକ ରାହୁଲ ପ୍ରତ୍ୟୁଷ ମହାନ୍ତି ଶିବିର ପରିଚାଳନା କରିଥିବା ବେଳେ କ୍ଲବ୍ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *