• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଶିଶୁଆ ଠାରେ ଉତ୍କଳ ଦିବସ ମହାସମା ରୋହ ରେ ପାଳିତ ହୋଇଯାଇଛି

ByOdishri Khabar

Apr 7, 2025
Spread the love

ଓଡିଶା ବିଧାନ ସଭାର ବିରୋଧୀ ଦଳର ଉପନେତା ତଥା ପ୍ରାକ୍ତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଏହି ଉତ୍ସବ କୁ ଉଦଘାଟନ କରିଥିଲେ l ସାଲେପୁର ମଧୁସ୍ମୃତି ପରିଷଦ ସଭାପତି ବିଧାୟକ ପ୍ରଶାନ୍ତ ବେହେରାଙ୍କ ନେତୃତ୍ୱ ରେ ଅନୁଷ୍ଠିତ ଏହି ଉତ୍ସବରେ ଶ୍ରୀ ଆଚାର୍ଯ୍ୟ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ l ସମ୍ମାନିତ ଅତିଥି ଭାବେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଜିଲ୍ଲା ପରିଷଦ ସଭାପତି କିଶୋର ଚନ୍ଦ୍ର ମିଶ୍ର ଯୋଗଦେଇଥିଲେ l ପୌରାଣିକ, ଗୀତିନାଟ୍ୟ, କାଳ୍ପନିକ ଓ ସାମାଜିକ ନାଟକରେ ନିଜର ସୁନ୍ଦର ଅଭିନୟ ଦ୍ୱାରା ବହୁ ମଞ୍ଚରେ ସମ୍ମାନିତ ହୋଇଥିବା କହ୍ନେଇ ପୁର ଗ୍ରାମ ପଞ୍ଚାୟତ ଭଗତପୁର ଗ୍ରାମରଉଦୀୟମାନ କଳାକାର ମନୋଜ କୁମାର ବାରିକ ଙ୍କୁ ଶ୍ରେଷ୍ଠ କଳାକାର ସୁନ୍ଦର ବ୍ୟକ୍ତିତ୍ୱ ପାଇଁ ତାଙ୍କୁ “”ମଧୁସ୍ମୃତି ପ୍ରତିଭା ରତ୍ନ”” ସମ୍ମାନ ରେ ସମ୍ମାନିତ କରାଗଲା l ପୂର୍ବରୁ ଶ୍ରୀ ବାରିକ 2022 ରେ ଗ୍ରାମାଞ୍ଚଳ କଳାକାର ପ୍ରତିଭା ସମ୍ମାନ, 2023ରେ. ହନୁମାନ ପ୍ରତିଯୋଗିତାରେ ସାରା ଓଡିଶାରୁ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ, 2024 ରେ ପୋୖରାଣିକ ନାଟକରେ ସୁନ୍ଦର ଅଭିନୟ ଦ୍ୱାରା ଭୁବନେଶ୍ୱର ଜୟଦେବ ଭବନରେ ଶ୍ରେଷ୍ଠ କଳାକାର ସମ୍ମାନ, ପୁନଶ୍ଚ ଝାଡ଼ଖଣ୍ଡ ଠାରେ ଅଭିନୟ ପ୍ରତି ଯୋଗିତାରେ ଉତୀର୍ଣ୍ଣ ହୋଈ ଜାତୀୟ ସ୍ତରରେ ଅବଦୁଲ କାଲାମ ଆୱାର୍ଡ ରେ ପୁରସ୍କୃତ ହୋଇଛନ୍ତି l 2025 ରେ ପୁରୀରେ ଅର୍ନପୂର୍ଣ୍ଣା ଥିଏଟର ତରଫରୁ ଶ୍ରୀକ୍ଷେତ୍ର ରତ୍ନ ଓ ଶ୍ରୀକ୍ଷେତ୍ର ମହୋତ୍ସବ ରଥଯାତ୍ରା ରେ ହନୁମାନ ଅଭିନୟ କରି ଶ୍ରୀକ୍ଷେତ୍ର ପ୍ରତିଭା ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା l ଶ୍ରୀ ବାରିକ ତାଙ୍କ ସଫଳତାର ଶ୍ରେୟ ଗୁରୁ ମାରୁତିଶ୍ରୀ ରଞ୍ଜିତ ପ୍ରସାଦ ଜେନା ଓ ଭ୍ରମର ବର ସ୍ୱାଇଁ, ଓ ଶରତ ସାହୁ ଦିଅନ୍ତି l

Leave a Reply

Your email address will not be published. Required fields are marked *