• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଆଗାମୀ ୩ଦିନ ରାଜ୍ୟକୁ ବର୍ଷା

Spread the love

ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ଠିକ୍‌ ସମୟରେ ପହଞ୍ଚିବା ସମ୍ଭାବନା ରହିଛି। ପ୍ରାରମ୍ଭରୁ ମୌସୁମୀ ସ୍ବାଭାବିକ ବର୍ଷିବ। ରାଜ୍ୟରେ ଏପ୍ରିଲରେ ବର୍ଷା ସ୍ବାଭାବିକରୁ ଅଧିକ ରହିବ। ମେ’ ଓ ଜୁନ୍‌ରେ ସ୍ବାଭାବିକ, ଜୁଲାଇରେ ସ୍ବାଭାବିକରୁ କିଛି ମାତ୍ରାରେ କମ ବର୍ଷାର ସମ୍ଭାବନା ରହିଛି।ଏହା ହେଉଛି ପ୍ରାଥମିକ ଆକଳନ। ଜୁନ୍‌ ବେଳକୁ ଏହି ଆକଳନରେ ପରିବର୍ତ୍ତନର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।
କିଛି ପାଣିପାଗ ସଂସ୍ଥା ଦ୍ବାରା ସମୁଦ୍ର ଓ ବାୟୁମଣ୍ଡଳର ଗତିବିଧିକୁ ନେଇ ମାର୍ଚ୍ଚ ୩୦ସୁଦ୍ଧା ସଂଗ୍ରହ କରାଯାଇଥିବା ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ଆରମ୍ଭରୁ ଠିକ ରହିବ। ଏପ୍ରିଲ ଆରମ୍ଭରେ ସମୁଦ୍ର ପତ୍ତନର ତାପମାତ୍ରା ୦.୧ ଡିଗ୍ରୀ ଅଧିକ ରହିଥିଲା। ଜୁନ ପର୍ଯ୍ୟନ୍ତ ତାପମାତ୍ରା ପାଖାପାଖି ୦.୫ଡିଗ୍ରୀ ଅଧିକ ରହିବା ସମ୍ଭାବନା ରହିଛି। ସେପ୍ଟେମ୍ବର ପର୍ଯ୍ୟନ୍ତ ଏହା ୦.୮ଡିଗ୍ରୀ ଅତିକ୍ରମ କରିପାରେ। ଚଳିତ ବର୍ଷ ମୌସୁମୀ ପ୍ରବେଶ ପର୍ଯ୍ୟନ୍ତ ଏଲ-ନିନୋର ପ୍ରଭାବ ରହିବ ନାହିଁ, ତେଣୁ ବର୍ଷା ସ୍ବାଭାବିକ ହେବ। ସାଧାରଣତଃ ଏଲ-ନିନୋ ସମୟରେ ମୌସୁମୀ ବର୍ଷା କମ୍‌ ରହିଥାଏ।
ମୌସୁମୀକୁ ପ୍ରଭାବିତ କରୁଥିବା ଦ୍ବିତୀୟ କାରଣ ହେଲା, ଆଇଓଡି। ଏପ୍ରିଲ ଆରମ୍ଭରେ ଆଇଓଡି ସୂଚାଙ୍କ ୦.୪ଡିଗ୍ରୀ ରହିଥିବା ବେଳେ ମେ’ ପରେ କ୍ରମଶଃ କମି ଅଗଷ୍ଟ କିମ୍ବା ସେପ୍ଟେମ୍ବର ବେଳକୁ ବିଯୁକ୍ତ ୦.୪ଡିଗ୍ରୀରେ ପହଞ୍ଚିପାରେ। ସାଧାରଣତଃ ଆଇଓଡି ପଜିଟିଭ ରହିଲେ ମୌସୁମୀ ବର୍ଷା ଭଲ ହୋଇଥାଏ ବୋଲି ଶ୍ରୀ ପଶୁପାଳକ କହିଛନ୍ତି।

Leave a Reply

Your email address will not be published. Required fields are marked *