ମଙ୍ଗଳବାର ଆଇପିଏଲ୍ରେ ପଞ୍ଜାବ କିଙ୍ଗସ୍ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଏକ ରୋମାଞ୍ଚକର ମୁକାବିଲା ଖେଳା ଯାଇଛି । କୌଣସି ରନ୍ ନ କରି ପଞ୍ଜାବ କିଙ୍ଗସ୍ର କ୍ୟାପଟେନ୍ ଶ୍ରେୟସ ଆୟର ପ୍ୟାଭଲିୟନ୍ ଫେରିଥିବା ବେଳେ ଦଳ ମ୍ୟାଚ୍ ଜିତିଛି । ୧୧୨ ରନ୍ର ପିଛା କରି ୧୫.୧ ଓଭରରେ କୋଲକାତା ୯୫ ରନ୍ରେ ଅଲଆଉଟ୍ ହୋଇଛି । ଲୋ ସ୍କୋରିଂ ମ୍ୟାଚ୍କୁ ୧୬ ରନ୍ରେ ଜିତି ନେଇଛି ପଞ୍ଜାବ କିଙ୍ଗସ୍ ।
ଯୁଜବେନ୍ଦ୍ର ଚହଲ ଚମତ୍କାର ବୋଲିଂ କରି କେକେଆରର ୪ଟି ୱିକେଟ୍ ଖସାଇ ଥିଲେ, ଯାହାକି ପଞ୍ଜାବର ବିଜୟକୁ ଆହୁରି ସହଜ କରିଥିଲା । ଏଥିସହ ଆଇପିଏଲ୍ର ଗୋଟିଏ ମ୍ୟାଚ୍ରେ ୪ଟି ୱିକେଟ୍ ଅକ୍ତିଆର୍ କରି ଚହଲ, ସୁନୀଲ ମରେନ୍ଙ୍କ ସହ ଯୁଗ୍ମ ଭାବେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
ଆଇପିଏଲ୍ ଇତିହାସରେ ପଞ୍ଜାବ କିଙ୍ଗସ୍ ସର୍ବନିମ୍ନ ସ୍କୋର୍ କରି ପ୍ରତିପକ୍ଷକୁ ପରାଜୟ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ୧୧୧ ରନ୍ କରିବାରେ ସକ୍ଷମ ହୋଇଥିଲା । ଆଉ କେକେଆର୍କୁ ମାତ୍ର ୯୫ ରନ୍ରେ ରୋକିବାରେ ବି ସଫଳ ହୋଇଥିଲା ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବର ଆରମ୍ଭ ଭଲ ଥିଲା । ପ୍ରିୟାଂଶ ଆର୍ଯ୍ୟ ଭଲ ଆରମ୍ଭ କରି ଚତୁର୍ଥ ଓଭରରେ ୨୨ ରନ୍ କରି ଆଉଟ୍ ହୋଇଥିଲେ । ଏହା ପରେ ପଞ୍ଜାବ ୨ଟି ଝଟ୍କା ପାଇଥିଲା । ସେହି ଓଭରରେ ଖାତା ନ ଖୋଲି ଫେରିଥିଲେ ଅଧିନାୟକ ଶ୍ରେୟସ ଆୟର । ଏହା ପରେ ଜୋଶ ଇଂଲିସ ମଧ୍ୟ ଆଉଟ୍ ହୋଇଥିଲେ ।