• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ରାମ ମନ୍ଦିରକୁ ଉଡାଇଦେବାକୁ ଧମକ

ByOdishri Khabar

Apr 18, 2025
Spread the love

ବଢ଼ିଲା ଶ୍ରୀରାମ ମନ୍ଦିର ସୁରକ୍ଷା । ପୁଣିଥରେ ଅଯୋଧ୍ୟା ରାମ ମନ୍ଦିରକୁ ବମରେ ଉଡାଇଦେବାକୁ ଧମକ ପରେ ରାମ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ବଢାଇଦିଆଯାଇଛି । ସୋମବାର ରାତିରେ ଶ୍ରୀରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ଇମେଲ ମାଧ୍ୟମରେ ଧମକ ଦିଆଯାଇଛି । ଟ୍ରଷ୍ଟର ଆକାଉଣ୍ଟାଣ୍ଟ ଏ ସମ୍ପର୍କରେ ସାଇବର ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ, ସାଇବର ପୋଲିସ ଆଇଟି ଆକ୍ଟ ଓ ବିଏନଏସ ଧାରା ଅନୁଯାୟୀ ମାମଲା ରୁଜୁ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଇମେଲ୍ ପଠାଇଥିବା ବ୍ୟକ୍ତି ନିଜକୁ ଆଇଏସଆଇ ସେଲ ତାମିଲନାଡୁର ଇନଚାର୍ଜ ଭାବରେ ପରିଚୟ ଦେଇଛି ।

ତାମିଲନାଡୁରେ ଘଟିଥିବା ଠକେଇରୁ ଧ୍ୟାନ ହଟାଇବା ପାଇଁ ଏହି ଆକ୍ରମଣ କରାଯିବ ବୋଲି ଇମେଲରେ ଲେଖାଯାଇଛି । ଯେଉଁ କମ୍ପ୍ୟୁଟରରୁ ମେଲ ପଠାଯାଇଥିଲା ତାହାର IP ଠିକଣା ଟ୍ରେସ୍ କରାଯିବା ପରେ ଏହି କମ୍ପ୍ୟୁଟର ତାମିଲନାଡୁରେ ଥିବା ସାଇବର ପୋଲିସ ସ୍ପଷ୍ଟ କରିଛି । ମେଲ୍ ପଠାଇଥିବା ବ୍ୟକ୍ତିଙ୍କ ସ୍ଥାନ ଏବଂ ପରିଚୟ ସନ୍ଧାନ ଜାରି ରଖିଛନ୍ତି ଉତ୍ତର ପ୍ରଦେଶ ଓ ତାମିଲନାଡୁ ପୋଲିସର ମିଳିତ ଟିମ୍ ।

Leave a Reply

Your email address will not be published. Required fields are marked *