• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

୯ଜଣ ବଡ଼ ଖେଳାଳିଙ୍କୁ ବିଦା କଲା ବିସିସିଆ

Spread the love

୯ଜଣ ବଡ଼ ଖେଳାଳିଙ୍କୁ ବିଦା କଲା ବିସିସିଆଇ, କ୍ୟାରିୟର ଶେଷ
୯ ଜଣ ଷ୍ଟାର ଖେଳାଳିଙ୍କ କ୍ୟାରିୟର ଶେଷ! ସେମାନଙ୍କୁ ଦଳରୁ ଛୁଟି କରିଦେଇଛି ବିସିସିଆଇ ।BCCI Contractsଚାଲିଛି ଆଇପିଏଲ୍‌ ମହାସମର । ଅଧାରୁ ଅଧିକ ମ୍ୟାଚ୍‌ ପ୍ରାୟ ଶେଷ ହୋଇଗଲାଣି । ଦେଶ ବିଦେଶର ଖେଳାଳି ଜଲଓ୍ବା ପ୍ରଦର୍ଶନ କରୁଛନ୍ତି । ଭାରତ ମାଟିରେ ଚାଲିଛି କ୍ରିକେଟର ଅନ୍ୟତମ ମହାକୁମ୍ଭ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (IPL) ।ତେବେ ଏହାରି ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ପକ୍ଷରୁ ବଡ଼ ଘୋଷଣା କରିଛି । ୨୦୨୪-୨୫ ବର୍ଷ ପାଇଁ ଟିମ୍ ଇଣ୍ଡିଆର ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ ଜାରି କରିଛି ବିସିସିଆଇ.ଏଥର ମୋଟ ୩୪ ଜଣ ଖେଳାଳିଙ୍କୁ ବସିସିଆଇ ପକ୍ଷରୁ ବାର୍ଷିକ ଚୁକ୍ତି ବା ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ସାମିଲ କରାଯାଇଛି । ଯେଉଁଥରେ ଏକାଧିକ ଯୁବ ତାରକା ରହିଛନ୍ତି । ବିରାଟ କୋହଲିଙ୍କ ଠାରୁ ଆରମ୍ଭ କରି ଜସପ୍ରୀତ ବୁମରାହଙ୍କ ପର୍ଯ୍ୟନ୍ତ ଆଉ ଯଶସ୍ବୀ ଜୟସ୍ବାଲଙ୍କ ଠାରୁ ଅର୍ଶଦୀପ ସିଂହଙ୍କ ପର୍ଯ୍ୟନ୍ତ, ଷ୍ଟାର ଖେଳାଳିଙ୍କୁ ସାମିଲ କରାଯାଇଛି ।ତେବେ ବଡ଼ କଥା ହେଉଛି ୯ ଜଣ ଷ୍ଟାର ଖେଳାଳିଙ୍କୁ ଏଥର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍ ଦିଆଯାଇଛି । ଅର୍ଥାତ ସେମାନଙ୍କୁ ଦଳରୁ ଛୁଟି କରିଦେଇଛି ବିସିସିଆଇ । ଏମାନେ ପୂର୍ବ ବର୍ଷ ବାର୍ଷିକ ଚୁକ୍ତିରେ ଥିଲେ । କିନ୍ତୁ ଏ ବର୍ଷ ସେମାନଙ୍କୁ ବିଦା କରାଯାଇଛି ।ବିସିସିଆଇ ଏଥର ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ ବୁମରାହ ଓ ରବିନ୍ଦ୍ର ଜାଡେଜାଙ୍କ ଭଳି ଷ୍ଟାରଙ୍କୁ ଏ+ (A+) ଗ୍ରେଡ୍‌ରେ ସାମିଲ କରାଯାଇଛି । କିନ୍ତୁ ୯ ଜଣ ଏମିତି ଷ୍ଟାର ରହିଛନ୍ତି ଯେଉଁମାନଙ୍କୁ କଣ୍ଟ୍ରାକ୍ଟରୁ ହିଁ ବାଦ୍ ଦିଆଯାଇଛି । ସେମାନେ କିଏ କିଏ ଜାଣନ୍ତୁ…
ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍ ପଡିଥିବା ୯ ଜଣ ହେଉଛନ୍ତି ରବିଚନ୍ଦ୍ରନ ଅଶ୍ବିନ, ଶାର୍ଦ୍ଦୁଲ ଠାକୁର, ଜିତେଶ ଶର୍ମା, କେଏସ୍ ଭରତ, ଅବେସ ଖାନ, ବିଜୟକୁମାର ବୈଶକ, ଉମରାନ ମଲିକ, ୟଶ ଦୟାଲ ଓ ବିଦଶ୍ୟ କାବେରାପ୍ପା । ଏମାନଙ୍କର ଛୁଟି କରିଦେଇଛି ବିସିସିଆଇ ।ଅବଶ୍ୟ ରବିଚନ୍ଦ୍ରନ ଅଶ୍ବିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି । ସେଥିପାଇଁ ତାଙ୍କୁ ଲିଷ୍ଟରୁ ବି ବାଦ୍ ଦେଇଦେଇଛି ବିସିସିଆଇ । ସେହିଭଳି ଶାର୍ଦ୍ଦୁଲ ଠାକୁର, କେଏସ୍ ଭରତ ଓ ଅବେସ ଖାନ ଖରାପ ଫର୍ମ କାରଣରୁ ବେଶ୍‌ କିଛି ଦିନ ହେଲା ଦଳରେ ସ୍ଥାନ ପାଇବାକୁ ସଂଘର୍ଷ କରୁଥିଲେ ।ସେହିପରି ଜିତେଶ ଶର୍ମାଙ୍କୁ ସୁଯୋଗ ମିଳିଥିଲେ ବି ସେ ନିଜକୁ ପ୍ରମାଣିତ କରିପାରିନଥିଲେ । ଯେଉଁଥି ପାଇଁ କି ତାଙ୍କୁ ଏଥର ବିସିସିଆଇ ନିଜ କଣ୍ଟ୍ରାକ୍ଟରୁ ବାଦ୍ ଦେଇଛି । ସେହିଭଳି ଉମରାନ ମଲିକ, ୟଶ ଦୟାଲଙ୍କୁ ବି ସମାନ କାରଣ ପାଇଁ ବାଦ୍ ଦିଆଯାଇଛି ।
ଗ୍ରେଡ୍‌-Aରେ ଥିବା ଖେଳାଳି ହେଉଛନ୍ତି ମହମ୍ମଦ ସିରାଜ, ଲୋକେସ ରାହୁଲ, ଶୁଭମନ ଗିଲ୍‌, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ଶାମି ଓ ଋଷଭ ପନ୍ତ.ଗ୍ରେଡ୍‌-C ରେ ଥିବା ଖେଳାଳି ହେଉଛନ୍ତି ରିଙ୍କୁ ସିଂହ, ତିଲକ ବର୍ମା, ଋତୁରାଜ ଗାଏକ୍ବାଡ, ଶିବମ ଦୁବେ, ରବି ବିଷ୍ଣୋଇ, ଓ୍ବାଶିଂଟନ ସୁନ୍ଦର, ମୁକେଶ କୁମାର, ସଞ୍ଜୁ ସାମସନ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କୃଷ୍ଣା, ରଜତ ପଟିଦାର, ଧ୍ରୁବ ଜୁରେଲ, ସର୍ଫରାଜ ଖାନ, ନୀତିଶ କୁମାର ରେଡ୍ଡି, ଇଶାନ କିଶନ, ଅଭିଷେକ ଶର୍ମା, ଆକାଶ ଦୀପ, ବରୁଣ ଚକ୍ରବର୍ତ୍ତୀ ଓ ହର୍ଷିତ ରାଣା

Leave a Reply

Your email address will not be published. Required fields are marked *